ଆଗାମୀ ୨-୩ ଦିନରେ ଉତ୍ତର-ପୂର୍ବ ଭାରତରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି। ଆଗାମୀ ୬-୭ ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିପାରେ।ଆଜିଠୁ ଓଡ଼ିଶାରୁ ମୌସୁମୀ ବର୍ଷା ଫେରିବା ଆରମ୍ଭ ହେବ। ଏବେ ମୌସୁମୀ ବାୟୁ ବାରଣାସୀ, ଜବଲପୁର, ଆକୋଲା, ଅହଲ୍ୟାନଗର, ଆଲିବାଗ ଦେଇ ଚାଲିଛି। ଆଗାମୀ ୨୪ ଘଣ୍ଟାରେ ଓଡ଼ିଶା, ପଶ୍ଚିମବଙ୍ଗ, ସିକିମ୍, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ମୌସୁମୀ ପୂରାପୂରି ଚାଲିଯିବ।
ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଯେମିତି ଗଞ୍ଜାମ, ଗଜପତି, ରାୟଗଡ଼ାରେ ବିଜୁଳି-ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ। ପୂର୍ବ ଭାରତରେ ମଧ୍ୟ ବର୍ଷା କମ୍ ରହିବ ।