ଦିନକ ପରେ ଦକ୍ଷିଣ-ପଶ୍ଚିମ ବାୟୁ ପରିବର୍ତ୍ତନ ହୋଇ ଉତ୍ତର-ପୂର୍ବ ବାୟୁ ଓଡ଼ିଶା ଉପକୂଳରେ ବହିବ। ଯାହା ଫଳରେ ଶୀତ ଆସିବ । ଗତ କିଛି ଦିନ ଧରି ଲଘୁଚାପଜନିତ ବର୍ଷା ହେଉଛି । ଓଡ଼ିଶା ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ବିଦାୟ ଦେବା ଦିଗରେ ମୁହାଁଉଛି। ଏଥିସହ ଖୁବ୍ଶୀଘ୍ର ରାଜ୍ୟକୁ ଶୀତ ଛୁଇଁବ। ଆସନ୍ତା ୧୫ ତାରିଖ ଆଡ଼କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। ରାତିର ତାପମାତ୍ରା ଏବେ କମି କମି ଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। ତେବେ କିଛି କିଛି ସ୍ଥାନରେ ସାଧାରଣ ବର୍ଷା ହୋଇପାରେ । ୧୩ ଓ ୧୪ ତାରିଖରେ ସମୁଦ୍ର ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ। ୧୫ ତାରିଖରୁ ରାତିରେ ତାପମାତ୍ରା କ୍ରମଶଃ କମିବ। ୧୭ ତାରିଖ ସୁଦ୍ଧା କେତେକ ଆଭ୍ୟନ୍ତରୀଣ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରି ତାପମାତ୍ରା କମିପାରେ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ତାପମାତ୍ରା ସବୁଠାରୁ କମ୍ ରହିବ।
୧୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସମୁଦ୍ରରେ ୫ ଦିନରୁ ଅଧିକ ରହିବ। ଫଳରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ କେତେ ଘନୀଭୂତ ହେବ ଏବଂ ଏହା କେଉଁ ଆଡ଼କୁ ଗତି କରିବ ବର୍ତ୍ତମାନଠାରୁ ତାହା କହିହେବ ନାହିଁ।