• Latest
  • Trending
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

Dec-13-2025 06:49 AM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

by M M
Dec-13-2025 06:49 AM IST
in ଦେଶ ବିଦେଶ
0
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?
491
SHARES
1.4k
VIEWS
Share on FacebookShare on Twitter

ବିଧାୟକଙ୍କ ଦରମା ବୃଦ୍ଧି କୁ ନେଇ ଗତ କିଛି ଦିନ ହେଲା ଚର୍ଚା ଚାଲିଛି । ବିଧାୟକମାନେ ନିଜ ଦରମା, ଭତ୍ତା, ପେନସନ ବଢ଼ାଇବାରେ କଣ ନିୟମ ରହିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚା ହେଉଛି ।  ସୁପ୍ରିମକୋର୍ଟ ସାଂସଦ , ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ଅତୀତରେ କିଛ ଜନସ୍ବାର୍ଥ ମାମଲାର ଶୁଣାଣି କରିଛନ୍ତି । ଏନେଇ କିଛି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତେବେ ସଂସଦ କିମ୍ବା ବିଧାନସଭା ସଦସ୍ୟଙ୍କ ପାଇଁ ଦରମା ବୃଦ୍ଧିକୁ ସିଧାସଳଖ ଅସାମ୍ବିଧାନିକ ବୋଲି କହିନାହାଁନ୍ତି ସୁପ୍ରିମକୋର୍ଟ । କିନ୍ତୁ ବିଧାୟକଙ୍କ ଦରମା, ଭତ୍ତା ଏବଂ ପେନସନ ଆଦି ସୁବିଧା ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।  ବିଶେଷକରି ନିଜ ଦରମାକୁ ନିଜେ ବଢ଼ାଇବାକୁ ନେଇ ଅଧିକ ଆଲୋଚନା କରିବାର ଗୁରୁତ୍ବ ରହିଥିବା ସର୍ବୋଚ୍ଚ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ସାଂସଦ, ବିଧାୟକଙ୍କ ଦରମା ନେଇ ସାମ୍ବିଧାନିକ ବ୍ୟବସ୍ଥା ରହିଛି । ଏଥିରେ ଉଲ୍ଲେଖ ଅଛି ସଂସଦ ଏବଂ ବିଧାନସଭାଗୁଡ଼ିକ ସଦସ୍ୟମାନଙ୍କ ଦରମା ସ୍ଥିର କରିପାରିବେ । ତେବେ ସଦସ୍ୟମାନଙ୍କ ବେତନ କେତେ ବଢ଼ାଇବା ଉଚିତ ତାହା ସମ୍ବିଧାନରେ ଉଲ୍ଲେଖ ନାହିଁ ।

 

ଏକ ଏନଜିଓ ‘ଲୋକ ପ୍ରହରୀ’ ପ୍ରଥମେ ବିଧାୟକଙ୍କ ସରକାରୀ କ୍ଲାଟର ଏବଂ ବେତନକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ କରିଥିଲା । ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି 2018ରେ ସୁପ୍ରିମକୋର୍ଟରେ ଆବେଦନ କଲା। ଯେଉଁଥିରେ ପୁଣି ଏହି ଏନଜିଓ ଦାବି କରିଥିଲା ଯେ ପଦବୀ ଛାଡିବା ପରେ ମଧ୍ୟ ସାଂସଦମାନଙ୍କୁ ପେନସନ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି । ତାହା ସମ୍ବିଧାନର ଧାରା ୧୪ ,ସମାନତାର ଅଧିକାର  ବିରୁଦ୍ଧ। ଆବେଦନରେ ଏହା ମଧ୍ୟ କୁହାଯାଇଥିଲା ଯେ ସଂସଦ କୌଣସି ଆଇନ  ତିଆରି ନକରି ସାଂସଦମାନଙ୍କୁ ଦରମା, ଭତ୍ତା ,ପେନସନ ସୁବିଧା ପ୍ରଦାନ କରିବାର କୌଣସି କ୍ଷମତା ନାହିଁ। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ସାଂସଦ , ବିଧାୟକମାନଙ୍କ ନିଜସ୍ୱ ଦରମା ନିର୍ଣ୍ଣୟ କରିବାର ଯଥାର୍ଥତା ଉପରେ ଶୁଣାଣି କରିଥିଲେ ।  କେନ୍ଦ୍ର ସରକାରଙ୍କୁ  ଏନେଇ ନୋଟିସ କରିଥିଲେ ।

2018ରେ ସବୁ ପକ୍ଷଙ୍କ ଯୁକ୍ତ ଶୁଣିବା ପରେ ସୁପ୍ରିମ କୋର୍ଟ କହିଥିଲେ ଯେ  ସରକାରୀ ଅଧିକାରୀ ଏବଂ ନ୍ୟାୟପାଳିକାଙ୍କ ଦରମା ନିଜେ ସ୍ଥିର କରିପାରନ୍ତି ନାହିଁ । କିନ୍ତୁ ସାଂସଦ, ବିଧାୟକମାନଙ୍କ ଦରମା ସେମାନେ ନିଜେ କିପରି ବୃଦ୍ଧି କରିପାରିବେ, ତାହା ଦ୍ବନ୍ଦ୍ବ ସୃଷ୍ଟି କରୁଛି । ସାଂସଦମାନେ ନିଜେ ସେମାନଙ୍କର ଦରମା ଏବଂ ସୁବିଧା ନିର୍ଦ୍ଧାରଣ କରିବା ଏକ  “ନୈତିକ ପ୍ରସଙ୍ଗ” ବୋଲି କହିଥିଲେ ସୁପ୍ରିମକୋର୍ଟ ।  ପୂର୍ବତନ ସାଂସଦମାନଙ୍କୁ ପ୍ରଦାନ କରାଯାଇଥିବା ପେନସନ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ବିଷୟରେ ତଥ୍ୟ କେନ୍ଦ୍ର ସରକାରଙ୍କୁ ମାଗିଥିଲେ ସୁପ୍ରିମକୋର୍ଟ । ସେ ସମୟରେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଳ ସରକାରଙ୍କ ପକ୍ଷ ରଖିଥିଲେ ।  ବିଚାରପତି ଜେ ଚେଲାମେଶ୍ୱର ଏବଂ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କେକେ ଭେନୁଗୋପାଳ କହିଥିଲେ ଯେ ୨୦୧୮ ଆର୍ଥିକ ବିଲ୍‌ରେ ସାଂସଦଙ୍କ ଦରମା ଏବଂ ପେନସନ୍ ସମ୍ପର୍କରେ ବ୍ୟବସ୍ଥା ରହିଛି  ।  ୧ ଏପ୍ରିଲ ୨୦୨୩ ଠାରୁ ପ୍ରତି ପାଞ୍ଚ ବର୍ଷ ପରେ ସାଂସଦଙ୍କ ଦରମା ମୁଦ୍ରାସ୍ଫୀତି ସୂଚକାଙ୍କ ଆଧାରରେ ସଂଶୋଧନ ହେବ । ଯାହା କି ଏବେ ସେହି ଅନୁପାତରେ ଚାଲିଛି ।  ତେବେ ସୁପ୍ରିମକୋର୍ଟ, ସାଂସଦ, ବିଧାୟକମାନଙ୍କ ଦରମା ସଂଶୋଧନ କରିବାର ସାମ୍ବିଧାନିକ ଅଧିକାରକୁ ସମର୍ଥନ କରିଆସିଛନ୍ତି ।

ଆମ ଦେଶର ସମ୍ବିଧାନ ଅନୁସାରେ ସଂସଦ, ସାଂସଦମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇବାର ନିଷ୍ପତ୍ତି ନେଇଥାଏ । ବିଧାନସଭା, ବିଧାୟକମାନଙ୍କର ଦରମା,ଭତ୍ତା ବଢ଼ାଇବାର ନିଷ୍ପତ୍ତି ନେଇଥାଏ ।  ଆମେ ଯଦି ଅନ୍ୟ ଦେଶ କଥା ଦେଖିବା ସେଠାରେ ଭିନ୍ନ ଭିନ୍ନ ନିୟମ ରହିଛି ।

ବ୍ରିଟେନରେ Independent Parliamentary Standards Authority – ସାଂସଦମାନଙ୍କ ଦରମା,ଭତ୍ତା,ପେନସନ ବଢ଼ାଇବା ନିଷ୍ପତ୍ତି ନେଇଥାଏ ।

ଅଷ୍ଟ୍ରେଲିଆରେ Remuneration Tribunal ସାଂସଦମାନଙ୍କ ଦରମା ବଢ଼ାଇବା ନିଷ୍ପତ୍ତି ନେଇଥାଏ ।  କାନାଡ଼ା ରେ ନିର୍ବାଚନ ପରେ ସେଠାରେ ଏକ କମିଶନ ଗଠନ କରାଯାଏ । ଯିଏ କି ସାଂସଦଙ୍କ ଦରମା ସ୍ଥିର କରିଥାନ୍ତି । ଆମେରିକାରେ  Congress ବା ସଂସଦ, ସାଂସଦଙ୍କ ନିଜ ଦରମା ସ୍ଥିର କରିଥାଏ । ନ୍ୟୁଜିଲ୍ୟାଣ୍ଡ୍ ରେ Remuneration Authority ସାଂସଦମାନଙ୍କ ଦରମା ନିଷ୍ପତ୍ତି ନେଇଥାଏ ।   ଫ୍ରାନ୍ସରେ, ସରକାରୀ କର୍ମଚାରୀଙ୍କ ସ୍କେଲ୍ ସହିତ ସାଂସଦଙ୍କ ଦରମା ଚୂଡ଼ାନ୍ତ ହୋଇଥାଏ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 1:57 PM
 

SSW
Slight rain showers
33°C
2.9 m/s
Apparent: 30°C
Pressure: 1009 mb
Humidity: 85%
Winds: 2.9 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom