ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଦେଖାକରିବାକୁ ଯାଇଥିବା ନେତାମାନଙ୍କ ଏକ ଫଟୋ ଭାଇରାଲ ହେଉଛି । ସେହି ଫଟୋରେ କାହିଁକି ନବୀନ ନାହାଁନ୍ତି ତାକୁ ନେଇ ଚର୍ଚା ହେଉଛି । ନବୀନଙ୍କ ସହ କଣ କେବଳ ଭି.କେ ପାଣ୍ଡିଆନଙ୍କର ଫଟୋ ଉଠିବ ସେ ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି ।
ଗତ କିଛି ଦିନ ତଳେ ମେଡିକାଲରୁ ନବୀନ ପଟ୍ଟନାୟକ ବାହାରୁଥିବାବେଳେ ପାଣ୍ଡିଆନଙ୍କ ଛଡ଼ା ଆଉ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳିନଥିଲା । । ନବୀନଙ୍କୁ ଭେଟ ହୋଇପାରିନଥିଲେ ଅନେକ ନେତା । ନବୀନ କହିଥିଲେ ମେଡିକାଲ କେହି ଆସନି । ନବୀନ ନିବାସ ଆସି ଦେଖାକରିବ । ଏବେ ବିଜେଡି ନେତାମାନେ ନବୀନ ନିବାସ ଯାଇ ନବୀନଙ୍କୁ ଦେଖାକରୁଛନ୍ତି । କିନ୍ତୁ ତାଙ୍କ ସହ ଫଟୋ ଉଠାଉନାହାଁନ୍ତି କାହିଁକି ଏହା ବଡ଼ ପ୍ରଶ୍ନ ଉଠୁଛି ।
ଏହି ଫଟୋରେ ନେତାମାନେ ବାହାରେ ହାତ ଧରାଧରି ହୋଇ ଭିଡିଓ ସୁଟ୍ କରିଛନ୍ତି । ଫଟୋ ଉଠାଇଥିବା ଜଣାପଡୁଛି । ସେଇ ଭିଡିଓକୁ ମିଡିଆରେ ସେୟାର୍ କରାଯାଇଛି ।
ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ଯାଉଥିବା ଦଳୀୟ ନେତାମାନେ ବାହାରେ ବିନା ନବୀନଙ୍କ ସହ ଫଟୋ ଉଠାଇ ଛାଡିଛନ୍ତି । ବିଜେଡି ମିଡିଆ ସେଲ୍ ପକ୍ଷରୁ ଏକ ଫଟୋ ଏବଂ ଭିଡିଓ ଛଡ଼ାଯାଇଛି । ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ, ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଏବଂ ରଘୁନାଥ ସାହୁ, ପ୍ରଫୁଲ୍ଲ ସିଂ, ମହମ୍ମଦ ସକିଲ, ଲୋରା ମହାପାତ୍ର ଏହି ଫଟୋରେ ଅଛନ୍ତି ।
ଭିଡିଓ ଜରିଆରେ ବରିଷ୍ଠ ନେତା ଅରୁଣ ସାହୁ କହୁଛନ୍ତି ମାନ୍ୟବର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ଆମେ ସମସ୍ତେ ଭେଟିଲୁ । ରାଜ୍ୟ ସରକାର ଜନତାଙ୍କ ବିରୋଧୀ କାମ କରୁଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ । ସାର କଳାବଜାରୀ ହେଉଛି । ରାସ୍ତାଘାଟ, ବନ୍ଧବାଡ଼ ସବୁ କାମ ଠପ୍ ହୋଇଗଲାଣି । ଓଡ଼ିଆ ଅସ୍ମିତା ଉପରେ କୁଠାରଘାତ । ଆଗାମୀ ଦିନରେ ବିଜୁ ଜନତା ଦଳ ତୀବ୍ର ଭାବରେ ଓଡ଼ିଶା ଲୋକଙ୍କ ସ୍ୱରକୁ ନେଇ ଆନ୍ଦୋଳନ କରିବ । ଆଗାମୀ ଦିନରେ ବର୍ତ୍ତମାନର ସରକାରର ଜନବିରୋଧୀ କାର୍ଯ୍ୟକୁ ଉପସ୍ଥାପନ କରାଯିବ ଏବଂ ଲଢ଼େଇ ଜୋରଦାର ହେବ ।
ଅରୁଣ ସାହୁଙ୍କ ବିବୃତିରୁ ନବୀନ ପଟ୍ଟନାୟକ ଓଡ଼ିଶାର ରାଜନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଏଭଳି ପ୍ରସଙ୍ଗରେ ବରିଷ୍ଠ ନେତାମାନେ କାହିଁକି ଯୋଗଦେଲେ ନାହିଁ । ତାହା କୁହାଯାଇପାରିବ ନାହିଁ ।
ନବୀନ ବାବୁ ପାଣ୍ଡିଆନଙ୍କ ହାତ ଧରି ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବାର ଭିଡିଓ ପରେ ଆଉ କିଛି ଭିଡିଓ ଆସିନାହିଁ । କିଛି ଫଟୋ ଯୁବ ନେତା ଓ ନେତ୍ରୀଙ୍କ ସହ ଆସିଥିଲା ।
ଏଭଳି ସମୟରେ ଦଳର ବରିଷ୍ଠ ନେତାମାନେ ନବୀନ ନିବାସ ଯାଇ ଫଟୋ ଉଠାଇବା ଦେଖାଯାଉନାହିଁ । ଏହି ଘଟଣାକୁ ନେଇ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ ଲେଖା ଲେଖୁଛନ୍ତି । ଅରୁଣଙ୍କ ସମେତ ଅନ୍ୟମାନଙ୍କୁ ନବୀନ ନିବାସକୁ କିଏ ଡାକିଥିଲେ? କି ସେମାନେ ମନକୁ ମନ ଯାଇଥିଲେ । ତାହା ମଧ୍ୟ ଜଣାପଡ଼ିନାହିଁ ।