ବିଜେଡିର ପରାଜୟ ପାଇଁ ଦାୟୀ କିଏ ? ବିଜେଡି ପରାଜୟ ପାଇଁ କିଛି ନେତା ପାଣ୍ଡିଆନଙ୍କୁ ଦାୟୀ କରିଥିଲେ । ଏମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣି ଓ ଅମର ଶତପଥୀ ମଧ୍ୟ ଅଛନ୍ତି । ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲି ସେମାନଙ୍କୁ ଟାର୍ଗେଟ କରିଛନ୍ତି । ଦେବାଶିଷ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ତାଙ୍କୁ କାହିଁକି ଦାୟୀ କରାଯିବ । ଯଦି ଦୋଷ ଦେବାର ଅଛି ତ ଆମର ନେତା ନବୀନ ପଟ୍ଟନାୟକଙ୍କୁ ଦିଅ।
ପ୍ରସନ୍ନ ପାଟ୍ଟଶାଣୀ ଏଥର ଟିକେଟ ପାଇଲେ ନାହିଁ ବୋଲି ଏବେ ଏମିତି କହୁଥିବା ସେ ପ୍ରକାଶ କରିଛନ୍ତି। ପ୍ରସନ୍ନ ପାଟ୍ଟଶାଣିଙ୍କୁ ଦଳ ପୂର୍ବରୁ ଅନେକ ଥର ସାଂସଦ କରିଛି, ବହୁତ ଫାଇଦା ସେ ଦଳରୁ ପାଇଛନ୍ତି। ବିଜେଡିରୁ ଏବେ ଯିଏ ଛାଡ଼ି ଚାଲିଗଲେ ବି ଫରକ ପଡିବ ନାହିଁ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।
ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଅମର ଶତପଥୀ ବାରମ୍ବାର ଦଳ ପରିବର୍ତ୍ତନ କଲେ ତାଙ୍କ ଭୋଟର ହିଁ ତାଙ୍କୁ ଭଲ ନଜରରେ ଦେଖିବେ ନାହିଁ। ପୂର୍ବରୁ ଏନସିପିରେ ଥିଲା ବେଳେ ବି ସେ ବିଜେଡି ବିରୁଦ୍ଧରେ କହୁଥିଲେ। ପୁଣି କେମିତି ବିଜେଡକୁ ଫେରିଥିଲେ। ତାହା ସେ କହିପାରିବେ ।










			
                                
							







