ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତକୁ ନେଇ ସାରା ରାଜ୍ୟରେ ପ୍ରଶାସନିକ ସଜବାଜ ଚାଲିଥିବା ବେଳେ, ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ ସରକାର ଓ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, କେବଳ ଭିଭିଆଇପି (VVIP) ଗସ୍ତ ସମୟରେ ହିଁ କାହିଁକି ପ୍ରଶାସନ ନିଦରୁ ଉଠୁଛି?
ରାଷ୍ଟ୍ରପତି ଆସିଲେ ରାସ୍ତାଘାଟ ସଫା ହୁଏ, ରଙ୍ଗ ଚଢ଼େ ଏବଂ ପ୍ରଶାସନ ସକ୍ରିୟ ହୁଏ। କିନ୍ତୁ ବାକି ସମୟରେ ସାଧାରଣ ଲୋକେ ସମସ୍ୟାରେ ଛଟପଟ ହେଲେ ପ୍ରଶାସନ କେଉଁଠି ଥାଏ? ଜିଲ୍ଲାପାଳ ଓ ଏସପିମାନେ ସବୁବେଳେ ଏମିତି ତତ୍ପର ରହିଲେ ସାଧାରଣ ଲୋକଙ୍କୁ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ନ୍ତା ନାହିଁ। ରାଷ୍ଟ୍ରପତିଙ୍କ ଗସ୍ତ ମାର୍ଗରେ ହେଉଥିବା ସୌନ୍ଦର୍ଯ୍ୟକରଣ କେବଳ ଦେଖାଣିଆ, ଏହା ସ୍ଥାୟୀ ବିକାଶ ନୁହେଁ ବୋଲି ଭକ୍ତ ଦାସ କଟାକ୍ଷ କରିଛନ୍ତି।





/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)





