• Latest
  • Trending

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

Jun-18-2025 10:37 AM IST

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

Dec-07-2025 06:45 PM IST
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

Dec-07-2025 11:11 AM IST
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

Dec-07-2025 11:07 AM IST

ବିଶାଖାପାଟନମରେ ଭାରତର ଦମଦାର ବିଜୟ

Dec-07-2025 10:19 AM IST
ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

ମୁମ୍ବାଇ ବିମାନବନ୍ଦରରେ ହଙ୍ଗାମା, ଆଫ୍ରିକୀୟ-ଆମେରିକୀୟ ମହିଳାଙ୍କ କ୍ରୋଧର ଭିଡିଓ ଭାଇରାଲ

Dec-07-2025 08:41 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-07-2025 08:33 AM IST
ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

ବିଭିନ୍ନ ସ୍ଥାନରୁ ଆଜି ମଧ୍ୟ ଇଣ୍ଡିଗୋ ବିମାନ ରଦ୍ଦ: ଯାତ୍ରୀ ହଇରାଣୀ ବଢ଼ିଲା

Dec-06-2025 09:51 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-06-2025 09:46 AM IST
ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

ସୁସ୍ଥ ମୃତ୍ତିକା ହେଉଛି କୃଷିର ଜୀବନରେଖା : କେ ଭି ସିଂହଦେଓ

Dec-05-2025 05:33 PM IST
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

Dec-05-2025 01:20 PM IST
  • About
  • Careers
  • Contact Us
Monday, December 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

by newsroom
Jun-18-2025 10:37 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ, ସର୍ବଶେଷ ଖବର
0
505
SHARES
1.4k
VIEWS
Share on FacebookShare on Twitter

ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଗରିବ, ଯୁବକ, କୃଷକ ଓ ମହିଳା କେନ୍ଦ୍ରୀକ ଯୋଜନା ଆଧାରିତ ବିଭିନ୍ନ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆନ୍ତରୀଣ ଓ ବାହ୍ୟ ସୁରକ୍ଷାରେ ଭାରତବର୍ଷ ଆଜି ସଶକ୍ତ ହୋଇଛି । ଦେଶର ଅର୍ଥନୀତି ଆଜି ବିଶ୍ୱର ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ଦେଶ ବିଦେଶରେ ଭାରତବର୍ଷର ମାନ ଓ ସମ୍ମାନ ବୃଦ୍ଧି ପାଇଛି । ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାର ଓଡିଶାରେ ୧ବର୍ଷ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ଆମକୁ ମାର୍ଗ ଦର୍ଶନ ଦେବାକୁ ଆସନ୍ତା ଜୁନ ୨୦ ତାରିଖ ଦିନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶା ଆସୁଛନ୍ତି । ଗତ ଏକ ବର୍ଷର ଅବଧିରେ ଷଷ୍ଠ ଥର ପାଇଁ ଓଡିଶା ଗସ୍ତରେ ଆସୁଥିବା ଏବଂ ଓଡିଶାକୁ ଅତ୍ୟନ୍ତ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ୨୦ ତାରିଖ ଅପରାହ୍ନ ୩ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବେ । ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ । ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଓଡିଶାର ସାମଗ୍ରିକ ବିକାଶରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତାଙ୍କ ନେତୃତ୍ୱରେ ଜାତୀୟସ୍ତରର ଅନେକ କାର୍ଯ୍ୟକ୍ରମ ତଥା ଗୁରୁତ୍ୱପୂର୍ଣ୍ଣ ବୈଠକ ଗତ ଏକ ବର୍ଷ ଭିତରେ ଓଡିଶାରେ ଅନୁଷ୍ଠିତ ହୋଇଯାଇଛି । ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ, ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି । ସେହିପରି ରାଜ୍ୟରେ ରେଳ, ସଡକ, ବିମାନ ସେବା ଏବଂ ଭିତିଭୁମିକୁ ସୁଦୃଢ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶୃତି କାରଣରୁ ଓଡିଶାକୁ ଆଜି ବଡ ବଡ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ଜରିଆରେ ୭୦ ଏବଂ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇ ମୋଦିଜୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଦେଇଛନ୍ତି । ମୋଦିଙ୍କ ଗ୍ୟାରେଂଟି, ଓଡିଶାର ଉନ୍ନତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସାମୁହିକ ବିକାଶ ପାଇଁ ମୋଦିଜୀ ସଂକଳ୍ପ ନେଇଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ପହଁଚିବା ପରେ ନିକଟ ବିଜୁ ପଟ୍ଟନାୟକ ଛକରୁ ଏକ ବିରାଟ ରୋଡ୍ ଶୋ ମାଧ୍ୟମରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଁଚିବେ । ଏହି ଅବସରରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବ ଏବଂ ପାଖାପାଖି ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯିବ । ସଭାସ୍ଥଳରେ ପହଁଚିବା ପରେ ସେଠାରେ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡିଶା ଭିଜନ – ୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିବେ । ବିଭିନ୍ନ ଶିଳାନ୍ୟାସ ଓ ପ୍ରକଳ୍ପଗୁଡିକୁ ଭିସି ଜରିଆରେ ଲୋକାର୍ପଣ କରିବେ । (ରେଳ ସେବା, ଇଭି ବସ ଇତ୍ୟାଦି) ଏଥି ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ଏବଂ ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବେ । ଅପରାହ୍ନ ୪.୩୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଜନସଭାକୁ ସମ୍ବୋଧନ କରିବେ । ଏହା ପରେ ମୋଦିଜୀ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।
ଭୁବନେଶ୍ୱର ସହର ସମେତ ରାଜ୍ୟର ପ୍ରମୁଖ ସ୍ଥାନକୁ ସୁସଜ୍ଜିତ କରାଯିବା ସହିତ ଧନ୍ୟବାଦ ମୋଦିଜୀ ହୋର୍ଡିଂ ଲାଗିବ । ଲକ୍ଷାଧିକ ଜନସମାଗମ ହେବ । ରାଜ୍ୟର ସମସ୍ତ ସ୍ଥାନରୁ କାର୍ଯ୍ୟକର୍ତା ଆସିବେ । ରୋଡ୍ ଶୋ ସମୟରେ ରାସ୍ତାର ଉଭୟ ପଟେ ଛିଡା ରହି ସାଧାରଣ ଜନତା ଏବଂ କାର୍ଯ୍ୟକର୍ତାମାନେ ସ୍ୱାଗତ ଜଣାଇବେ । ରାଜ୍ୟର ସବୁ ବିଧାନସଭାର କାର୍ଯ୍ୟକର୍ତା ମୋଦିଙ୍କ ସଭାରେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ସଫଳ କରିବା ସହ ବିକଶିତ ଓଡିଶା ନିର୍ମାଣର ଐତିହାସିକ ମୁହୁର୍ତରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ତାଙ୍କର ଏହି ଗ୍ରସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପାର୍ଟି ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Share202Tweet126
newsroom

newsroom

ଆଜିର ପାଗ

Bhubaneswar
December 8, 2025, 12:54 AM
 

NNE
Overcast
17°C
0.8 m/s
Apparent: 17°C
Pressure: 1016 mb
Humidity: 74%
Winds: 0.8 m/s NNE
Windgusts: 4.7 m/s
UV-Index: 0
Precip.: 0mm /0% / Rain
Sunrise: 6:10 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

‘ମେହବୁବା’ ଗୀତ ବାଜୁଥିବା ବେଳେ କ୍ଲବରେ ମୃତ୍ୟୁର ତାଣ୍ଡବ : ଅଗ୍ନିକାଣ୍ଡରେ ୨୫ ମୃତ

December 7, 2025
ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

ସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍‍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି : ମୁଖ୍ୟମନ୍ତ୍ରୀ

December 7, 2025
ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

ବିଶ୍ୱ ଅକ୍ଷୟ ଶକ୍ତି ବୃଦ୍ଧିର ଭାରତ ଏକ ପ୍ରମୁଖ ବାହକ: କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ

December 7, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom