• Latest
  • Trending
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

Feb-10-2025 03:46 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

30 ବର୍ଷ ପରେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ହାଇସ୍କୁଲର 1995 ବ୍ୟାଚ୍ ଛାତ୍ରଛାତ୍ରୀମାନେ ସ୍ମୃତି ବାଣ୍ଟିଲେ

by newsroom
Feb-10-2025 03:46 AM IST
in ରାଜ୍ୟ
0
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ
491
SHARES
1.4k
VIEWS
Share on FacebookShare on Twitter

ନିରାକାରପୁର: ଚିତ୍ରକୂଟ ପାଦଦେଶରେ ସ୍ଥାପିତ ମା ଭୈରବୀ ଶକ୍ତି ପୀଠର ବିକାଶ, ସୈାନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କପାଇଁ ସମସ୍ତ ସୁବିଧା କିପରି ମିଳିପାରିବ ସେନେଇ କାର୍ଯ୍ୟ କରିବାକୁ ବନ୍ଧୁମିଳନ ଅବସରରେ ନିଷ୍ପତ୍ତି ନେଇଛନ୍ତି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନେ ।

ବଣଭୋଜି ପାଇଁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ମା ଭୈରବୀ ପୀଠରେ ମା ଙ୍କ ଆଶୀର୍ବାଦ ନେବା ସହ ବନ୍ଧୁମିଳନ ତଥା ବଣ ଭୋଜି ବେଳେ ହାଇସ୍କୁଲ ବେଳର ପାଠପଢ଼ା, ପୁରୁଣା ସ୍ମୁତି ମନେ ପକାଇଥିଲେ ବନ୍ଧୁମାନେ । ହାଇସ୍କୁଲରେ ଜ୍ଞାନ ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ବର୍ଧନା ଦିଆଯିବାପାଇଁ ଏକମତ ପ୍ରକାଶ ପାଇଥିଲା । ଏହା ସହ ଏହି ପୀଠର ବିକାଶ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ମତ ଦେଇଥିଲେ । ଯିଏ ବି ଯେଉଁ କାର୍ଯ୍ୟରେ ଥାଉ ଅଂଚଳର ବିକାଶ ସହ ବନ୍ଧୁମାନଙ୍କର ସୁଖ ଦୁଃଖରେ ଭାଗିଦାର ହେବାକୁ ସହମତି ପ୍ରକାଶ ପାଇଥିଲା ।

30 ବର୍ଷ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବନ୍ଧୁମାନେ ମା ଭୈରବୀ ପୀଠର ବିକାଶ କରିବାକୁ ଆଗେଇ ଆସିବାକୁ କହିଥିଲେ, ମା ଭୈରବୀ ପୀଠର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହେ ଗଛ ଲଗାଯିବା ସହ ଆଲୋକୀକରଣ, ପରିମଳ ସୁବିଧା ପାଇଁ  କିଛି ସମୟ ଦେବାକୁ ଅନୁରୋଧ କରାଯାଇଥିଲା ।

ଏହି ଅବସରରେ ଛୋଟ ପିଲାମାନଙ୍କ ପାଇଁ କିଛି କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବୟସ୍କମାନଙ୍କ ପାଇଁ ସଙ୍ଗୀତ ଚୌକିର ବ୍ୟବସ୍ଥା କରାଯାଇଥିଲା । ବନ୍ଧୁମାନଙ୍କ ଖାଦ୍ୟ ପେୟ ର ଅନନ୍ୟ ମଜା ସମ ସମସ୍ତେ ନେଇଥିଲେ। ବନ୍ଧୁମାନେ ୩୦ ବର୍ଷର ସ୍ମୁତି ଅନୁଭୂତି ବଣ୍ଟନ କରିଥିଲେ ।

କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ସହ  ସହଯୋଗ କରିଥିଲେ । ଅନେକ ଦିନ ପରେ ବନ୍ଧୁମାନଙ୍କ ପୁଣି ପରିଚୟ ହୋଇଥିଲା । ହାଇସ୍କୁଲ ସମୟର, ଚେହେରା,  ମୁଁହ ଅବଶ୍ୟ କିଛି ବଦଳିଥିଲା କିନ୍ତୁ ସେଦିନର ସ୍ମୃତି ପରେ ପୁଣି ସମସ୍ତେ ନାଚ ଗୀତରେ ସାମିଲ ହୋଇ କିଛି ସମୟ ପାଇଁ ଖୁସି ପାଇଥିଲେ ।

କିଛି ବନ୍ଧୁ ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁ ନଆସିପାରି ଦୁଃଖ ପ୍ରକାଶ କରିଥିଲେ। ସେମାନେ ଆଗାମୀ ଦିନରେ ବନ୍ଧୁମାନଙ୍କ ସହ ଯୋଡି ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ବନ୍ଧୁ  ବହୁ ଦୂରରୁ ଆସିଥିଲେ ବନ୍ଧୁମାନଙ୍କ ସହ ଦେଖାକରିବା ପାଇଁ । ଜଗନ୍ନାଥଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ସମାପନ ହୋଇଥିଲା। ଆୟୋଜକ ମଣ୍ଡଳୀ ବନ୍ଧୁ କୁକୁଲି, ଜିତୁ, ବୁଲୁ, ନିର୍ମଳ, ଯୋଗୀ, ବିଜୟ, ଚଇନ, ବାବୁଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ବନ୍ଧୁମାନେ ବହୁ ପରିଶ୍ରମ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଯେଉଁ ବନ୍ଧୁମାନଙ୍କର ଅକାଳରେ ବିୟୋଗ ଘଟିଥିଲା ( ଶ୍ରୀକୁମାର, କାମଦେବ, ଗଗି, ଗଣେଶ,ଭିକୁ, ଦିଲ୍ଲୀପ, ମିଲି,ସୁଶାନ୍ତ, ଜ୍ୟୋତ୍ସ୍ନା,ବିକ୍ରମ) ସେମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବନ୍ଧୁମିଳନ ପୂର୍ବରୁ ପୀଠର ବିକାଶ ପାଇଁ ସମସ୍ତେ କିଛି ସମୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

Tags: khurdhaMaavairabiNirakarpur
Share196Tweet123
newsroom

newsroom

ଆଜିର ପାଗ

Bhubaneswar
May 4, 2026, 12:21 AM
 

SSW
Mainly clear
26°C
3.3 m/s
Apparent: 31°C
Pressure: 1007 mb
Humidity: 93%
Winds: 3.3 m/s SSW
Windgusts: 11.5 m/s
UV-Index: 0
Precip.: 2.5mm /69% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom