• Latest
  • Trending
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

କିଏ ହେବେ ଦଲାଇଲାମାଙ୍କ ଉତ୍ତରାଧିକାରୀ

July 3, 2025
ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଆସୁଛନ୍ତି ଅଧିକ ଭକ୍ତ

July 1, 2025
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗର୍ଜିଲା କଂଗ୍ରେସ

June 30, 2025
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ

June 30, 2025
ବଦଳିଲେ ଏସପି, ଜିଲ୍ଲାପାଳ

ବଦଳିଲେ ଏସପି, ଜିଲ୍ଲାପାଳ

June 30, 2025
ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

ଭୁବନେଶ୍ବର ମହାନଗର ନିଗମ ଅଫିସରେ ଅଧିକାରୀଙ୍କୁ ମାଡ଼ ; ଧାରଣାରେ ବସିଲେ କର୍ମଚାରୀ

June 30, 2025
ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

ଲିଡ୍‌ସ ଲଢ଼େଇରେ ଜିତିଲା ଇଂଲଣ୍ଡ

June 25, 2025
  • About
  • Careers
  • Contact Us
Tuesday, July 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

30 ବର୍ଷ ପରେ ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ହାଇସ୍କୁଲର 1995 ବ୍ୟାଚ୍ ଛାତ୍ରଛାତ୍ରୀମାନେ ସ୍ମୃତି ବାଣ୍ଟିଲେ

by newsroom
February 10, 2025
in ରାଜ୍ୟ
0
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ
521
SHARES
1.5k
VIEWS
Share on FacebookShare on Twitter

ନିରାକାରପୁର: ଚିତ୍ରକୂଟ ପାଦଦେଶରେ ସ୍ଥାପିତ ମା ଭୈରବୀ ଶକ୍ତି ପୀଠର ବିକାଶ, ସୈାନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କପାଇଁ ସମସ୍ତ ସୁବିଧା କିପରି ମିଳିପାରିବ ସେନେଇ କାର୍ଯ୍ୟ କରିବାକୁ ବନ୍ଧୁମିଳନ ଅବସରରେ ନିଷ୍ପତ୍ତି ନେଇଛନ୍ତି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନେ ।

ବଣଭୋଜି ପାଇଁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ମା ଭୈରବୀ ପୀଠରେ ମା ଙ୍କ ଆଶୀର୍ବାଦ ନେବା ସହ ବନ୍ଧୁମିଳନ ତଥା ବଣ ଭୋଜି ବେଳେ ହାଇସ୍କୁଲ ବେଳର ପାଠପଢ଼ା, ପୁରୁଣା ସ୍ମୁତି ମନେ ପକାଇଥିଲେ ବନ୍ଧୁମାନେ । ହାଇସ୍କୁଲରେ ଜ୍ଞାନ ପ୍ରଦାନ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆଗାମୀ ଦିନରେ ସମ୍ବର୍ଧନା ଦିଆଯିବାପାଇଁ ଏକମତ ପ୍ରକାଶ ପାଇଥିଲା । ଏହା ସହ ଏହି ପୀଠର ବିକାଶ ପାଇଁ କାର୍ଯ୍ୟ କରିବାକୁ ସମସ୍ତେ ମତ ଦେଇଥିଲେ । ଯିଏ ବି ଯେଉଁ କାର୍ଯ୍ୟରେ ଥାଉ ଅଂଚଳର ବିକାଶ ସହ ବନ୍ଧୁମାନଙ୍କର ସୁଖ ଦୁଃଖରେ ଭାଗିଦାର ହେବାକୁ ସହମତି ପ୍ରକାଶ ପାଇଥିଲା ।

30 ବର୍ଷ ପରେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବନ୍ଧୁମାନେ ମା ଭୈରବୀ ପୀଠର ବିକାଶ କରିବାକୁ ଆଗେଇ ଆସିବାକୁ କହିଥିଲେ, ମା ଭୈରବୀ ପୀଠର ସୈାନ୍ଦର୍ଯ୍ୟ ବୃଦ୍ଧି ପାଇଁ ଶହେ ଗଛ ଲଗାଯିବା ସହ ଆଲୋକୀକରଣ, ପରିମଳ ସୁବିଧା ପାଇଁ  କିଛି ସମୟ ଦେବାକୁ ଅନୁରୋଧ କରାଯାଇଥିଲା ।

ଏହି ଅବସରରେ ଛୋଟ ପିଲାମାନଙ୍କ ପାଇଁ କିଛି କ୍ରୀଡା, ସଙ୍ଗୀତ, ନୃତ୍ୟ ଓ ବୟସ୍କମାନଙ୍କ ପାଇଁ ସଙ୍ଗୀତ ଚୌକିର ବ୍ୟବସ୍ଥା କରାଯାଇଥିଲା । ବନ୍ଧୁମାନଙ୍କ ଖାଦ୍ୟ ପେୟ ର ଅନନ୍ୟ ମଜା ସମ ସମସ୍ତେ ନେଇଥିଲେ। ବନ୍ଧୁମାନେ ୩୦ ବର୍ଷର ସ୍ମୁତି ଅନୁଭୂତି ବଣ୍ଟନ କରିଥିଲେ ।

କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ସହ  ସହଯୋଗ କରିଥିଲେ । ଅନେକ ଦିନ ପରେ ବନ୍ଧୁମାନଙ୍କ ପୁଣି ପରିଚୟ ହୋଇଥିଲା । ହାଇସ୍କୁଲ ସମୟର, ଚେହେରା,  ମୁଁହ ଅବଶ୍ୟ କିଛି ବଦଳିଥିଲା କିନ୍ତୁ ସେଦିନର ସ୍ମୃତି ପରେ ପୁଣି ସମସ୍ତେ ନାଚ ଗୀତରେ ସାମିଲ ହୋଇ କିଛି ସମୟ ପାଇଁ ଖୁସି ପାଇଥିଲେ ।

କିଛି ବନ୍ଧୁ ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁ ନଆସିପାରି ଦୁଃଖ ପ୍ରକାଶ କରିଥିଲେ। ସେମାନେ ଆଗାମୀ ଦିନରେ ବନ୍ଧୁମାନଙ୍କ ସହ ଯୋଡି ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିଛି ବନ୍ଧୁ  ବହୁ ଦୂରରୁ ଆସିଥିଲେ ବନ୍ଧୁମାନଙ୍କ ସହ ଦେଖାକରିବା ପାଇଁ । ଜଗନ୍ନାଥଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ସମାପନ ହୋଇଥିଲା। ଆୟୋଜକ ମଣ୍ଡଳୀ ବନ୍ଧୁ କୁକୁଲି, ଜିତୁ, ବୁଲୁ, ନିର୍ମଳ, ଯୋଗୀ, ବିଜୟ, ଚଇନ, ବାବୁଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିଲେ । ଏହି ବନ୍ଧୁମାନେ ବହୁ ପରିଶ୍ରମ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଯେଉଁ ବନ୍ଧୁମାନଙ୍କର ଅକାଳରେ ବିୟୋଗ ଘଟିଥିଲା ( ଶ୍ରୀକୁମାର, କାମଦେବ, ଗଗି, ଗଣେଶ,ଭିକୁ, ଦିଲ୍ଲୀପ, ମିଲି,ସୁଶାନ୍ତ, ଜ୍ୟୋତ୍ସ୍ନା,ବିକ୍ରମ) ସେମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ବନ୍ଧୁମିଳନ ପୂର୍ବରୁ ପୀଠର ବିକାଶ ପାଇଁ ସମସ୍ତେ କିଛି ସମୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

 

Tags: khurdhaMaavairabiNirakarpur
Share208Tweet130
newsroom

newsroom

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025

Weather

Bhubaneswar
July 8, 2025, 11:35 am
 

W
Overcast
29°C
1.3 m/s
Apparent: 33°C
Pressure: 998 mb
Humidity: 91%
Winds: 1.3 m/s W
Windgusts: 7.7 m/s
UV-Index: 0
Precip.: 0mm /50% / Rain
Sunrise: 5:12 am
Sunset: 6:30 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom