• Latest
  • Trending
odisha.newsroom.in

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

Mar-26-2026 05:56 PM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
odisha.newsroom.in

ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…

Apr-30-2026 04:37 PM IST
odisha.newsroom.in

କର୍ମଚାରୀଙ୍କ ପାଇଁ ନିଆରା ନିୟମ କଲେ କମ୍ପାନୀ ଫାଉଣ୍ଡର…ଅଫିସ ‘ପିକନିକ୍’ ଡେଲି

Apr-30-2026 03:36 PM IST
odisha.newsroom.in

ବିଧାନସଭାରେ ‘କଙ୍କାଳ’ ଝଡ଼: ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରୁ ହୋହଲ୍ଲା

Apr-30-2026 01:05 PM IST
odisha.newsroom.in

ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ: ଘୋର ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛି ପାକିସ୍ତାନ…ସରିଫ କହିଲେ…

Apr-30-2026 12:40 PM IST
odisha.newsroom.in

ପ୍ରକାଶ ପାଇଲା ICSE ରେଜଲ୍ଟ: ଜାଣନ୍ତୁ କେମିତି ଓ କେଉଁଠି ଦେଖିବେ ପରୀକ୍ଷାଫଳ

Apr-30-2026 12:11 PM IST
odisha.newsroom.in

ଇରାନର ଚେତାବନୀ…ଏମିତି ଅସ୍ତ୍ର ପ୍ରୟୋଗ କରିବୁ ଆମେରିକାର “ହାର୍ଟ ଆଟାକ୍” ଆସିପାରେ…

Apr-30-2026 11:40 AM IST
odisha.newsroom.in

ତାତିରୁ ମିଳିବ ତ୍ରାହି: କମିବ ପାରଦ…କାଳବୈଶାଖୀ ସହ କୁଆପଥର ବର୍ଷା ଚେତାବନୀ

Apr-30-2026 10:59 AM IST
Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 30: ଜାଣନ୍ତୁ ଆଜିର ରାଶିଫଳ…

Apr-30-2026 10:33 AM IST
odisha.newsroom.in

ନିର୍ବାଚନ ଶେଷ…କିଏ ଦଖଲ କରିବ କେଉଁ ରାଜ୍ୟ…କଣ କହୁଛି EXIT POLL ?

Apr-29-2026 06:58 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

by M M
Mar-26-2026 05:56 PM IST
in ଦେଶ ବିଦେଶ, ବିଶେଷ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଜହ୍ନରେ ହେବ ସହର…ରହିବେ ଲୋକ । ବର୍ତ୍ତମାନ ସମୟରେ ଆପଣଙ୍କୁ ଏହା ସ୍ବପ୍ନ ଭଳି ମନେ ହେଉଥିଲେ ହେଁ ଆଗକୁ ଏହା ସମ୍ଭବ ହେବାକୁ ଯାଉଛି । କାରଣ ଖୁବ ଶୀଘ୍ର ଆମେରିକାର ମହାକାଶ ଏଜେନ୍ସି ନାସା ଏକ ବଡ ପଦକ୍ଷେପ ନବାକୁ ଯାଉଛି ।

ପ୍ରାୟ ୧.୮୭ ଲକ୍ଷ କୋଟି ଟଙ୍କାର ଏକ ବହୁତ ବଡ଼ ପ୍ରୋଜେକ୍ଟ ଘୋଷଣା କରିଛି ନାସା । ଏହି ପ୍ରୋଜେକ୍ଟର ମୁଖ୍ୟ ଲକ୍ଷ୍ୟ ଚନ୍ଦ୍ରରେ ଏକ ସ୍ଥାୟୀ ମାନବ ବସତି ସ୍ଥାପନ ଓ ତା’ପରେ ମଙ୍ଗଳ ଗ୍ରହ ନିମନ୍ତେ ପରମାଣୁ ଟେକ୍ନୋଲୋଜିର ପରୀକ୍ଷଣ । ଛୋଟ ଛୋଟ ମହାକାଶ ମିଶନକୁ ଦୀର୍ଘସ୍ଥାୟୀ ମିଶନରେ ରୂପାନ୍ତରିତ କରିବା ଏହାର ଲକ୍ଷ୍ୟ ।

ମହାକାଶର ଏଣିକି ରହଣି ସମୟ ବଢିବ

ପୂର୍ବରୁ ନାସାର ମିଶନ କିଛି ଦିନ ବା ସପ୍ତାହର ହେଉଥିଲା । ଏବେ ଚନ୍ଦ୍ରରେ ମନୁଷ୍ୟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିବା ଓ କାମ ସୁବିଧା କରିବା ଏହାର ଯୋଜନା । ଏଥିରେ ମାନବ ବସତି,ବିଜୁଳି ବ୍ୟବସ୍ଥା,ସଂଚାର ନେଟ୍ୱର୍କ ଏବଂ ନିୟମିତ କ୍ରୁ ଓ କାର୍ଗୋ ମିଶନ ସାମିଲ ହେବ ।

ନାସା ଅନୁସାରେ,ଚନ୍ଦ୍ରରେ ମଜଭୁତ ଢାଞ୍ଚା ଦ୍ୱାରା ମଙ୍ଗଳ ଗ୍ରହକୁ ଯାତ୍ରା ଆହୁରି ସହଜ ହେବ । ଏହି ଯୋଜନା ନାସାର ଆର୍ଟେମିସ ମିଶନ ଅଧୀନରେ ପରିଚାଳିତ ହେବ । ଆର୍ଟେମିସ ମିଶନର ଲକ୍ଷ୍ୟ ଚନ୍ଦ୍ରରେ ସ୍ଥାୟୀ ମାନବ ଉପସ୍ଥିତିକୁ ସୁନିଶ୍ଚିତ କରିବା । ଆର୍ଟେମିସ-୪ ମିଶନରେ ୨୦୨୮ରେ ମହାକାଶଯାତ୍ରୀ ପ୍ରଥମ ଥର ଚନ୍ଦ୍ରରେ ଅବତରଣ କରିବେ । ଆର୍ଟେମିସ-୩ ଏବେ କେବଳ ନୂଆ ଟେକ୍ନୋଲୋଜିଗୁଡ଼ିକର ପରୀକ୍ଷଣ କରିବ । ୨୦୨୭ରୁ ପ୍ରାୟ ପ୍ରତି ମାସ ଚନ୍ଦ୍ରକୁ ଉପକରଣ,ରୋଭର ଓ ବୈଜ୍ଞାନିକ ଉପକରଣ ପଠାଯିବ । ଏହି ମିଶନର ଏକ ମହତ୍ୱପୂର୍ଣ୍ଣ ଅଂଶ ପରମାଣୁ ଉର୍ଜ୍ଜା ।

୨୦୩୦ ସୁଦ୍ଧା ପରମାଣୁ ରିଆକ୍ଟର

ନାସା ଆମେରିକୀୟ ଉର୍ଜ୍ଜା ବିଭାଗ ସହ ମିଶି ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ଛୋଟ ପରମାଣୁ ରିଆକ୍ଟର ସ୍ଥାପନାର ଯୋଜନା କରୁଛି । ଏହି ରିଆକ୍ଟର ଚନ୍ଦ୍ରର ଲମ୍ବା ଓ ଅନ୍ଧକାରପୂର୍ଣ୍ଣ ରାତିରେ ମଧ୍ୟ ନିରନ୍ତର ବିଜୁଳି ଦେବ । ପରମାଣୁ ଉର୍ଜ୍ଜା ବିନା ଚନ୍ଦ୍ରରେ ଅଧିକ ସମୟ ରହିବା ମୁସ୍କିଲ । ନାସା ୨୦୨୮ ପୂର୍ବରୁ‘ସ୍ପେସ୍ ରିଆକ୍ଟର-୧ (ଏସଆର୍-୧) ଫ୍ରିଡମ୍’ମିଶନ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏହି ମିଶନରେ ନ୍ୟୁକ୍ଲିୟର ପ୍ରପଲସନ୍ ଟେକ୍ନୋଲୋଜିର ପରୀକ୍ଷଣ ହେବ ।

Tags: amerikan agencynasatown in moon
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 3:21 AM
 

SW
Clear sky
27°C
6.1 m/s
Apparent: 30°C
Pressure: 1005 mb
Humidity: 88%
Winds: 6.1 m/s SW
Windgusts: 12.4 m/s
UV-Index: 0
Precip.: 2.5mm /78% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom