ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସ ପରିଦର୍ଶନ କରି ଭାରତୀୟ ବାୟୁସେନାର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଅପରେଶନ ସିନ୍ଦୁରର ସଫଳତା ପାଇଁ ଯବାନମାନଙ୍କ ସାହସିକତା ଓ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅପରେଶନ ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ।
ତେବେ ମୋଦି କହିଛନ୍ତି, “ଅପରେଶନ ସିନ୍ଦୂର କେବଳ ଏକ ନାମ ନୁହେଁ, ଏହା ଭାରତର ଦୃଢ଼ ସଂକଳ୍ପର ପ୍ରତୀକ। ଆପଣମାନେ ନିଖୁଣ ଭାବେ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ବଂସ କରି ଦେଶର ଗୌରବକୁ ନୂଆ ଉଚ୍ଚତାରେ ପହଞ୍ଚାଇଛନ୍ତି।” ସେ ଆହୁରି କହିଛନ୍ତି ଯେ, ଭାରତୀୟ ସେନା ପାକିସ୍ତାନର ଡ୍ରୋନ ଓ ମିସାଇଲ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଛି, ଯାହା ମେ ୯ ଓ ୧୦ ତାରିଖ ରାତିରେ ଆଦମପୁର ଏୟାରବେସ ଉପରେ ହୋଇଥିଲା।
ପୂର୍ବରୁ ପାକିସ୍ତାନ କହୁଥିଲା ଅନେକ ମିଛି । ସୋସିଆଲ ମିଡିଆରେ ଫେକ୍ ନିଉଜ ପ୍ରଚାର କରାଯାଉଥିଲା । ସୋସିଆଲ ମିଡିଆରେ ପ୍ରଚାରିତ ଖବରକୁ ନେଇ ପାକିସ୍ତାନ ତାହାକୁ ବିଶ୍ବ ସମୂଦାୟକୁ ଜଣାଉଛନ୍ତି ।
ପାକିସ୍ତାନ କହିଥିଲା କି ଚାଇନା ନିର୍ମିତ ଜେଏଫ-୧୭ ଦ୍ବାରା ଭାରତର ଆଦମପୁର ଏୟାରବେସକୁ ପାକିସ୍ତାନ ଉଡାଇ ଦେଇଛି ଆଉ ରୁଷିଆ ନିର୍ମିତି ଏସ-୪୦୦ ସୁଦର୍ଶନ ଚକ୍ରକୁ ନଷ୍ଟ କରିଦେଇଛି । ପାକିସ୍ତାନ ମିଛ ପ୍ରଚାର କରିଥିବା ବେଳେ କୌଣସି ପ୍ରମାଣ ଦେଇ ପାରି ନଥିଲା । ଆଉ ପରେ ଭାରତ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯାଇ ପାକିସ୍ତାନ ମିଛ କହୁଛି କହି ଓଲଟା ପାକିସ୍ତାନର ଏୟାରବେସ୍ ଉଡାଇ ଦିଆଯାଇଥିଲା ।
ଆଉ ଆଜି ଖୋଜ୍ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ଆଦମପୁର ଏୟାରବେସ୍ ଯାଇ ସତ କଣ ମିଛ କଣ ସାମ୍ନାକୁ ଆଣିଛନ୍ତି । ପାକିସ୍ତାନର ଗୁଜବ ଉପରେ ପ୍ରଧାନମନ୍ତ୍ରୀ ପ୍ରହାର ପକାଇଛନ୍ତି । ଆଉ ତାଙ୍କ ଗସ୍ତ ପରେ ଆଦମପୁର ଏୟାରବେସ ପୂରା ସୁରକ୍ଷିତ ଥିବା ଜଣାପଡିଥିବା ବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ମିଥ୍ୟା କହୁଥିଲା । ଭାରତର ଲଢୁଆ ବିମାନ ମିଗ୍-୨୯ ର ବେସ୍ ହେଉଛି ଏହି ଏୟାରବେସ୍ ।