ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରିଛି। ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଅର୍ଚ୍ଚନା ଆଇନଜୀବୀ ଭାବେ ପଞ୍ଜୀକରଣ ବେଳେ ମିଥ୍ୟା ତଥ୍ୟ ଦେଇଥିଲେ। ସେ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ଓ ଦୁଇଟି କମ୍ପାନିର ନିର୍ଦ୍ଦେଶକ ଥିବା ତଥ୍ୟ ଗୋପନ ରଖିଥିଲେ। ପଞ୍ଜୀକରଣ ଫର୍ମରେ ସେ ଦାବି କରିଥିଲେ ଯେ ତାଙ୍କ ବିରୁଦ୍ଧରେ କୌଣସି ମାମଲା ନାହିଁ ଓ ସେ କୌଣସି ବ୍ୟବସାୟରେ ସଂପୃକ୍ତ ନାହାନ୍ତି। ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ଉଲ୍ଲଂଘନ ବୋଲି ବିବେଚନା କରାଯାଇଛି। ୧୪ ସେପ୍ଟେମ୍ବର ୨୦୨୫ରେ ପରିଷଦର ବୈଠକରେ ଅର୍ଚ୍ଚନାଙ୍କୁ ନିଲମ୍ବନ କରାଯିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି। ଏହି ଘଟଣା ଆଇନଜୀବୀ ପେଶାର ନୈତିକତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛି।
ଇତି ମଧ୍ୟରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାଯାଇଅଛି କି ସେ ଦୁଇଟି କମ୍ପାନିର ନିର୍ଦ୍ଦେଶକ ଅଛନ୍ତି। ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବ ସତ୍ତ୍ୱେ ସମ୍ପୃକ୍ତ ଵ୍ୟକ୍ତି ସମସ୍ତ ବିନ୍ଦୁରେ ନାସ୍ତିସୂଚକ ସୂଚନା ଦେଇ ଏହା ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତ ତଥ୍ୟ ପ୍ରଦାନ ନ କରି ମିଥ୍ୟାର ଆଶ୍ରୟ ନେଇ ଆଇନଜୀବୀ ପରିଷଦରେ ଧୂର୍ତ୍ତତା ତଥା ଭଣ୍ଡାମୀର ଆଶ୍ରୟ ନେଇ ନିଜକୁ ଆଇନଜୀବୀ ଭାବରେ ପଞ୍ଜିକରଣ କରାଇନେଇଛନ୍ତି।
ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ବିରୁଦ୍ଧାଚରଣ କରିବା ସହିତ ଆଇନଜୀବୀ ପରିଷଦ ଯାହାକି ଆଇନ ଶିକ୍ଷା ଓ ଆଇନ ପେଶାର ସର୍ବୋଚ୍ଚନିୟାମକ ସଂସ୍ଥା ତା ବିରୁଦ୍ଧରେ ଠକାମିର ଆଶ୍ରୟ ନେଇଛନ୍ତି। ଏହିସବୁ ବିଷୟ ଗୁରୁତର ସହିତ ଗ୍ରହଣ କରି ବାର କାଉନସିଲ ଗତ ତା ୧୪.୦୯.୨୦୨୫ ରିଖ ରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାଯ୍ୟନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।