• Latest
  • Trending
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

Jun-24-2025 11:00 AM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2

ଇରାନ ଉପରେ ଏମିତି ଆକ୍ରମଣ କଲା ଆମେରିକା

by newsroom
Jun-24-2025 11:00 AM IST
in ଦେଶ ବିଦେଶ, ବଡ଼ ଖବର
0
ଆକାଶରେ ଅଦୃଶ୍ୟ ଯୁଦ୍ଧ ବିମାନ-ବି-2
493
SHARES
1.4k
VIEWS
Share on FacebookShare on Twitter

ଆମେରିକାର ଇତିହାସରେ ପୂର୍ବରୁ ରାଷ୍ଟ୍ରପତିମାନେ ଯାହା କରିନଥିଲେ ଡୋନାଲ୍ଡ ଟ୍ରମ୍ପ ସେୟା କରିଦେଖାଇଦେଲେ । ପାହାଡ଼ ପର୍ବତ ଘେରା ଇରାନର ତିନୋଟି ପରମାଣୁ କେନ୍ଦ୍ର ର ନିସିଦ୍ଧ ଅଂଚଳ ଫୋର୍ଡୋ, ନାଟାଞ୍ଜ ଏବଂ ଇସ୍‌ଫାହାନ । ଏହି ପରମାଣୁ କେନ୍ଦ୍ର ନିର୍ମାଣ ସ୍ଥାନରେ ପରମାଣୁ ବୋମା ତିଆର କରିବା ପାଇଁ ଇରାନ ପ୍ରସ୍ତୁତ ହେଉଥିଲା । ଯାହାକୁ ଆମେରିକାର ଗୁଇନ୍ଦା ସଂସ୍ଥା ବିଶ୍ବାସ କରୁନାହିଁ । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇଜ୍ରାଏଲ ବିଶ୍ବାସ କରନ୍ତି ଯେ ଇରାନ ହାତରେ ଖୁବ୍ ଶୀଘ୍ର ଆଣବିକ ଅସ୍ତ୍ର ସବୁ ଆସି ଯାଉଛି । ଯେଉଁଥିପାଇଁ ଅତର୍କିତ ଭାବରେ ଆମେରିକା ଆକ୍ରମଣ କଲା । ଯାହାକୁ ଅପରେସନ ମିଡନାଇଟ୍ ହାମର ବୋଲି କୁହାଯାଉଛି ।
ଇରାନର ଏହି ତିନୋଟି ପରମାଣୁ ଅସ୍ତ୍ର ନିର୍ମାଣ ସ୍ଥାନକୁ ବି-2 ବମର ଦ୍ବାରା ଆଟାକ କରାଗଲା । ମିଲିଟ୍ରି ଇତିହାସରେ ଏହି ଅପରେସନଟି ସବୁଦିନ ପାଇଁ ମନେ ରହିବ । ପ୍ରଥମେ ମୁଁ ଆପଣଙ୍କୁ ବି-2 ବଙ୍କର ବଷ୍ଟର ବିଷୟରେ କହିବା ପାଇଁ ଚାହିଁବି । ଯୁଦ୍ଧ ଭୂମିରେ, ଛୋଟ ଚଢ଼େଇ ଭଳି ଉଡୁଥିବା ବି-2 ବଙ୍କର ବଷ୍ଟର ଏଭଳି ଚମତ୍କାରିତା ଦେଖାଇପାରେ । ତାହା ସହଜରେ ବିଶ୍ବାସ କରାଯାଇପାରିବ ନାହିଁ । କୈାଣସି ରାଡାର ଏହାକୁ ଚିହ୍ନି ପାରିବ ନାହିଁ । ଏହା 50,000 ଫୁଟ ଉପରେ ଉଡିପାରେ । ଏହାର ଅସ୍ତ୍ର ବହନ କ୍ଷମତା ସବୁଠୁ ଅଧିକ । ଏହା ପାରମ୍ପରିକ ଏବଂ ପରମାଣୁ ଅସ୍ତ୍ର ବହନ କରିପାରେ । ଏହି ଯୁଦ୍ଧ ବିମାନ ପ୍ରାୟ ୩୦,୦୦୦ ପାଉଣ୍ଡ ବା ୧୩,୬୦୦ କିଲୋଗ୍ରାମର ବୋମା ବହନ କରିପାରେ । ଭୂମି ତଳେ ଏହା ୨୦୦ ଫୁଟ ମୋଟା କଂକ୍ରିଟକୁ ଭେଦ କରିପାରେ । GPS ଏବଂ ଲେଜର ଗାଇଡେଡ଼ ପ୍ରଯୁକ୍ତି ଦ୍ବାରା ଏହା ସଠିକ୍‌ ସ୍ଥାନରେ ଆକ୍ରମଣ କରିପାରେ । ଏହା ଆମେରିକାର ନର୍ଥପ ଗ୍ରୁମମାନ କଂପାନି ଦ୍ଵାରା ନିର୍ମିତ ଏବଂ ୧୯୮୦ ଦଶକରେ ତିଆରି ହୋଇଥିଲା। ଏହାର “ଫ୍ଲାଇଂ ଉଇଙ୍ଗ” ଡିଜାଇନ ଏହାକୁ ଆକାଶରେ ଅଦୃଶ୍ୟ କରିପାରେ ।
ଥରେ ଇନ୍ଧନ ଭରିଲେ ଏହି ବି-୨ ପ୍ରାୟ ୧୧,୦୦୦ କିଲୋମିଟର ରେଂଜ ଭିତରେ ଯାଇ ଆକ୍ରମଣ କରିପାରେ । ଆକାଶ ମଝିରେ ଇନ୍ଧନ ଭରିଲେ ପୁଣି 18500 କିଲୋମିଟର ଉଡିପାରେ । କହିବାକୁ ଗଲେ ସାରା ବିଶ୍ବମଧ୍ୟରେ ଥିବା ଯେ କୈାଣସି ଦେଶକୁ ଏହି ଯୁଦ୍ଧ ବିମାନ ଟାର୍ଗେଟ କରିପାରେ । ଏହା ଲଗାତାର ୫୦ ଘଣ୍ଟାରୁ ଅଧିକ ସମୟ ଉଡିପାରେ ।
ଆମେରିକାର ମିସୌରୀ ସ୍ଥିତ ହ୍ଵାଇଟମ୍ୟାନ ବାୟୁସେନା ଘାଟିରୁ ଉଡ଼ି ଏହା ବିଶ୍ଵର ଯେକୌଣସି ସ୍ଥାନରେ ଆକ୍ରମଣ କରି ପୁଣି ଫେରିପାରେ। ଯାହା ଅପରେସନ ମିଡନାଇଟ୍ ହାମର କ୍ଷେତ୍ରରେ ଦେଖାଦେଇଥିଲା । ଆମେରିକାର ହ୍ବାଇଟମ୍ୟାନ ଘାଟିରୁ ଏହା ଉଡାନ ଆରମ୍ଭ କରିଥିଲା । ବାଟରେ ଇନ୍ଧନ ନେଇଥିଲା । ଆଉ ଆକ୍ରମଣ ପରେ ପୁଣି ସୁରକ୍ଷିତ ଭାବେ ଇରାନରୁ ଆମେରିକା ଫେରିଯାଇଥିଲା ।
ଏହି ଯୁଦ୍ଧ ବିମାନ B61 ଏବଂ B83 ପରମାଣୁ ବୋମା ବହନ କରିପାରେ । ଏଥିରେ 4ଟି ଇଂଜିନ ରହିଛି । ଦୁଇଟି ପାଇଲଟ ଏହାକୁ ଚଳାଇଥାନ୍ତି । ଗୋଟିଏ ବି-2ର ମୂଲ୍ୟ 2 ବିଲିୟନ ଡଲାର । ଏହି ଯୁଦ୍ଧ ବିମାନ ଉଚ୍ଚା ହେଉଛି 17 ଫୁଟ ଏବଂ ଲମ୍ବା 69 ଫୁଟ ରହିଛି ।

ସେଦିନ ଇରାନର ଆକାଶରେ ଚଢ଼େଇ ଭଳି ଦିଶୁଥିବା 7ଟି ବି-2 , ୩୦,୦୦୦ ପାଉଣ୍ଡ ବା ୧୩,୬୦୦ କିଲୋଗ୍ରାମର ବୋମା ଗୋଟିଏ ଗୋଟିଏ ଯୁଦ୍ଧ ବିମାନ ନେଇ ଦୁଇଟି ପରମାଣୁ କେନ୍ଦ୍ର ଉପରେ ପକାଇଥିଲେ । ଏହି ଦୁଇଟି କେନ୍ଦ୍ର ହେଉଛି ଫୋର୍ଡୋ ଆଉ ନାଟାଞ୍ଜ । ସବମେରାଇନରୁ କ୍ରୁଜ୍ ମିଜାଇଲ ଗୁଡ଼ିକ ଇସ୍‌ଫାହାନ ଉପରେ ପକାଇଥିଲେ । ଆମେରିକା ଏହି ଅପରେସନକୁ ଏଭଳି ଢ଼ଙ୍ଗରେ କରିଥିଲା । ଯାହା ଇରାନର ମିଲିଟ୍ରି ଓ ମିଡିଆକୁ ଭୁଆଁ ବୁଲାଇଥିଲା । ବି -2 ଯୁଦ୍ଧ ବିମାନ ଗୁଡ଼ିକ ପାସିଫିକ ବା ପାରସ୍ୟ ମହାସାଗର ଆଡ଼କୁ ଯାଉଛନ୍ତି ବୋଲି ଭୁଲ ରିପୋର୍ଟ ସବୁ ପ୍ରକାଶ ପାଇଲା । ଇତି ମଧ୍ୟରେ ଏଫ-35 ଫାଇଟର ଜେଟ୍ ଇରାନ ଆକାଶରେ ଭିନ୍ନ ଦିଗରେ ଉଡି ବୁଲିଲା । ଯାହା ଇରାନ ମିଲିଟ୍ରିକୁ ଦ୍ବନ୍ଦ୍ବରେ ପକାଇଲା । ପାସିଫିକ ବା ପାରସ୍ୟ ମହାସାଗରକୁ ଯାଉଥିବା ବି-2 ଉପରେ ସମସ୍ତଙ୍କ ନଜର ଥିବା ବେଳେ ପୂର୍ବ ଦିଗରେ ଯାଉଥିବା ବି-2 ଗୁଡିକ ତାର ମିସନକୁ ଟାର୍ଗେଟ କରିଥିଲା ।
ଏଇଠି ପ୍ରଶ୍ନ ଉଠେ କାହିଁକି ପୂର୍ବରୁ ଆମେରିକାର ରାଷ୍ଟ୍ରପତିମାନେ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ଏଭଳି ଆଟାକ୍ କରିନଥିଲେ । ତେଲରେ ଭରପୁର ଇରାନ ସାରା ପୃଥିବୀର ଅର୍ଥନୀତିକୁ ପ୍ରଭାବିତ କରିବାରେ ସମର୍ଥ । ପଶ୍ଚିମ ଏସିଆର ବିଭିନ୍ନ ସ୍ଥାନରେ ପ୍ରାୟ 40 ହଜାର ଆମେରିକାର ସୈନ୍ୟ ଅଛନ୍ତି । ଏମାନେ ସମସ୍ତେ ଇରାନର ମିଜାଇଲର ରେଂଜ ଭିତରେ ଅଛନ୍ତି । ଇରାନ ଯେ କୈାଣସି ମୂହୁର୍ତ୍ତରେ ଆନ୍ତର୍ଘାତୀ କାମ କରିପାରେ । ହୁତିଙ୍କ ଠାରୁ ଆରମ୍ଭ କରି ହେଜବୁଲ୍ଲା ପର୍ଯ୍ୟନ୍ତ । ଜିହାଦି ସଂଗଠନମାନେ ବଡ଼ ବଡ଼ ଗରିଲା ଆକ୍ରମଣ କରିପାରନ୍ତି । ଇସଲାମୀୟ ରାଷ୍ଟ୍ରମାନେ ଏକଜୁଟ ହୋଇ ପାରନ୍ତି ଏବଂ ଆମେରିକା ବିରୋଧୀ ଶକ୍ତିମାନେ ଏହାର ଫାଇଦା ନେଇପାରନ୍ତି । ଏବେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରଗାଚୀ ରୁଷର ରାଷ୍ଟ୍ରପତି ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ରୁଷ, ଚାଇନା ହେଉଛନ୍ତି ଇରାନର ପୂର୍ବତନ ମିତ୍ର ଦେଶ । ଆମେରିକାକୁ ସବକ ଶିଖାଇବା ପାଇଁ କୈାଣସି ଗୁପ୍ତ ଯୋଜନା ହୋଇପାରେ ।
ଯଦିଓ ତୃତୀୟ ବିଶ୍ବଯୁଦ୍ଧ ଭଳି ଯୁଦ୍ଧ ନହୋଇପାରେ । କାରଣ ଇରାନ ଏହା ଭିତରେ ଦୁର୍ବଳ ହୋଇଛି । ଆମେରିକା ଏବଂ ଇଜ୍ରାଏଲ ବିରୋଧରେ ଲଢ଼ିବା ପାଇଁ ଏହାର ତାକତ୍ ନାହିଁ । କିନ୍ତୁ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖମେନୀ ଆମେରିକାକୁ ଘୃଣା କରନ୍ତି । ପଶ୍ଚିମ ସଭ୍ୟତା ଇରାନରେ କିଭଳି ନପଶୁ ସେଥିପାଇଁ ସାରା ଜୀବନ କାମ କରିଛନ୍ତି । ଆମେରିକାର ଧ୍ବଂସ ଚାହୁଁଥିବା ଖମେନୀ ନିରବରେ ବସିଯିବେ ଏହା ଭାବିବା ଠିକ୍ ନୁହେଁ । ତିନୋଟ ଆଣବିକ କେନ୍ଦ୍ର ଉପରେ ଆଟାକ୍ ପରେ ଇରାନ କଣ କରୁଛି । ଏହା ଉପରେ ସାରା ବିଶ୍ବ ନଜର ରଖୁଚି । ଶାନ୍ତି ପାଇଁ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦିଆଯିବା ପାଇଁ ପାକିସ୍ତାନ ଦାବି କରୁଥିଲା । ଇରାନର ଆଣବିକ କେନ୍ଦ୍ର ଉପରେ ବୋମା ପକାଇବା ପରେ ଶାନ୍ତିର ମାର୍ଗ ଯେ ଆମେରିକା ଆପଣାଉନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ଆଣବିକ ବୋମା ନିର୍ମାଣ କରୁଥିବା ଦେଶ ଉପରେ ବୋମା ପକାଇ ନୁହେଁ କୂଟନୀତି ଦ୍ବାରା ଇରାନକୁ ଏକଘରକିଆ କରାଯାଇପାରିଥାନ୍ତା ବୋଲି ଅନେକ ମତ ଦିଅନ୍ତି । ଆମେରିକା ଆକ୍ରମଣ ପରେ ଯୁଦ୍ଧ ଆହୁରି ଘନିଭୂତ ହେଉଛି । ଯେତେବେଳେ ଅଜ୍ଞାତ ବଙ୍କର ଭିତରେ ବସି ଖମେନୀ ଇରାନର ଦିଶା ନିର୍ଣ୍ଣୟ କରୁଛନ୍ତି ।

Share197Tweet123
newsroom

newsroom

ଆଜିର ପାଗ

Bhubaneswar
October 22, 2025, 12:07 PM
 

ENE
Partly cloudy
32°C
3.6 m/s
Apparent: 32°C
Pressure: 1011 mb
Humidity: 93%
Winds: 3.6 m/s ENE
Windgusts: 8 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

October 22, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 22, 2025
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom