ହନିମୁନ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ବପୂଣ୍ଣ ଘଟଣା । ସ୍ବାମୀ ସ୍ତ୍ରୀ ଅପେକ୍ଷା କରିଥାନ୍ତି ବିବାହ ପରର ଏହି ଦିନସବୁକୁ । ଯାହା ସବୁ ଦିନ ପାଇଁ ସେମାନଙ୍କ ସଂପର୍କକୁ ଅମର କରିଦେବ । ଇନ୍ଦୋରର ରାଜା ରଘୁବଂଶୀଙ୍କ ପାଇଁ ହନିମୁନ ଥିଲା ମୃତ୍ୟୁର ଘଂଟି । ଯେତେବେଳେ ପ୍ରେମ ଆଉ ଭଲ ପାଇବାର କଥା କହୁଥିବା ସ୍ତ୍ରୀ ହନିମୁନ ବେଳେ କଂଟ୍ରାକ୍ଟ କିଲରଙ୍କ ଜରିଆରେ ସ୍ବାମୀଙ୍କୁ ହତ୍ୟାକଲେ । ସାରା ଭାରତରେ ଏପରି ଘଟଣା ବିରଳ । ଜଣେ ସ୍ତ୍ରୀ ହନିମୁନ ବେଳେ ସ୍ବାମୀକୁ ହତ୍ୟା କରିବ ଆଉ ଏହି ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଚେଷ୍ଟା କରିବ । ଆଉ ନିଜ ପୁରୁଣା ପ୍ରେମିକ କୁ ପାଇବା ପାଇଁ ଯେକୈାଣସି ସ୍ତରକୁ ଚାଲିଯିବ ଏହାକୁ ସହଜରେ ବିଶ୍ବାସ କରିହୁଏ ନାହିଁ ।
ଇନ୍ଦୋରର ରାଜା ରଘୁବଂଶୀ ସୋନମଙ୍କୁ ବିବାହ କରିଥିଲେ । ହୋମ ଯଜ୍ଞ ଭିତରେ ବାହାଘର ହୋଇଥିଲା । ହାତ ଗଣ୍ଠି ପଡ଼ିଥିଲା । ଆଉ ଦୁହେଁ ସାତ ଜନ୍ମର ସାଥୀ ବନିଥିଲେ । ହନିମୁନ ପାଇଁ ପ୍ଲାନ କରିଥିଲେ ସ୍ତ୍ରୀ ସୋନମ । ଯିବାପାଇଁ ଟିକେଟ କାଟିଥିଲେ । କିନ୍ତୁ ଫେରିବା ପାଇଁ ଟିକେଟ ହୋଇନଥିଲା । ଦୁହେଁ ପହଁଚିଲେ ଗୈାହାଟିରେ । ସେଠୁ ଗଲେ ମେଘାଳୟ । ରାଜା ଜାଣିନଥିଲେ ସ୍ତ୍ରୀ ସୋନମ ଏମିତି ଏକ ଷଡ଼ଯନ୍ତ୍ରର ଜାଲ ବିଛାଇଛନ୍ତି ବୋଲି । ସେମାନେ ଯେତେବାଟ ଆଗକୁ ବଢ଼ୁଥିଲେ । ସେହି ସବୁ ଜାଗାର ଲୋକେସନ ସବୁ ସୋନମ ନିଜର ପ୍ରେମିକ ପାଖକୁ ପଠାଉଥିଲେ ।
ଏହି ଦମ୍ପତ୍ତି ମେଘାଳୟର ହୋମ ଷ୍ଟେ ରେ ରହିଲେ । ଦର୍ଶନୀୟ ସ୍ଥାନ ସବୁ ବୁଲିଲେ । ପଛରେ ଫଲୋ କରୁଥିବା ସୁପାରି କିଲର ମାନେ ରାଜାଙ୍କୁ ହତ୍ୟା କଲେ । ନିଜ ପ୍ରେମିକକୁ ଫେରିପାଇବାର ତୃଷ୍ଣା ଶେଷରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ସୋନମଙ୍କୁ ବାଧ୍ୟ କଲା । ପ୍ରେମିକ ନିଶାରେ ପାଗଳ ସୋନମ ହତ୍ୟାର ବ୍ଲୁ ପ୍ରିଣ୍ଟ ସବୁ ପ୍ରସ୍ତୁତ କରିସାରିଥିଲେ । ସ୍ବାମୀଙ୍କୁ ହତ୍ୟା କରିବା ପାଇଁ 20 ଲକ୍ଷ ଟଙ୍କା ସୁପାରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହତ୍ୟା କରିସାରିବା ପରେ ଶବକୁ ଫୋପାଡ଼ିଦେଇ ସୋନମ ନିଖୋଜ ହୋଇଯାଇଥିଲେ । ଘଟଣାର କିଛି ଦିନ ପରେ ସୋନମଙ୍କର ଆବିର୍ଭାବ ହେଲା ଏକ ଢ଼ାବା ନିକଟରେ । ପ୍ରଥମରୁ ପୋଲିସ ଆଉ ଘର ଲୋକ ଭାବିଥିଲେ ସ୍ବାମୀ ସ୍ତ୍ରୀଙ୍କୁ କେହି ଅପହରଣ କରିଛି ବା ହତ୍ୟା କରିଛି । ଆଉ ସୋନମଙ୍କ ଆବିର୍ଭାବ ପରେ ସ୍ପଷ୍ଟ ହେଲା ଏ ଘଟଣାରେ ଆଉ ଏକ ଦିଗ ଅଛି । ପୋଲିସ ତଦନ୍ତ ପରେ ଜଣାପଡିଛି ଏହି ଘଟଣାରେ ସୋନମ ହିଁ ମୁଖ୍ୟ ଅପରାଧି । ଯିଏ ନିଜ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ଏଇଠି ଆପଣମାନଙ୍କ ପାଇଁ କିଛି ଟିପସ ଦେବାପାଇଁ ଚାହିଁବି । କେତେବେଳେ ନିଜର ନିକଟତମ ବ୍ୟକ୍ତି ଙ୍କୁ ଆପଣ ସନ୍ଦେହ କରିବେ । ସ୍ବାମୀ ବା ସ୍ତ୍ରୀ କେତେବେଳେ ପରସ୍ପରକୁ ସନ୍ଦେହ କରିବା ଉଚିତ
ଯେତେବେଳେ ସ୍ବାମୀ ବା ସ୍ତ୍ରୀ ଫୋନ କଲକୁ ଲୁଚାଉଛନ୍ତି । ହ୍ବାଟସଅପ ମେସେଜକୁ ଲୁଚି ଲୁଚି ଦେଖୁଛନ୍ତି ବା ଡିଲିଟ କରୁଛନ୍ତି । ରାତିରେ ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଉଜାଗର ରହି ଫୋନରେ କଥା ହେଉଛନ୍ତି । କାହା ସହ ଫୋନରେ କଥା ହେଉଛନ୍ତି ତାହା ସ୍ପଷ୍ଟ କରୁନାହାଁନ୍ତି । ଫୋନ କଲକୁ ଡିଲିଟ କରିଦେଉଛନ୍ତି । ମିଛ କହୁଛନ୍ତି । କଥା ବାର୍ତ୍ତା ବେଳେ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କର ମନ ଅସ୍ଥିର ଅଛି । ସେ ଖୁସି ନାହାଁନ୍ତି । ଆଉ କଥା କଥାରେ ଅସନ୍ତୋଷ ଜାହିର କରୁଛନ୍ତି । ଘର ଛାଡି କିଛି ଘଣ୍ଟା ଗାଏବ ହୋଇଯାଉଛନ୍ତି । କୁଆଡ଼େ ଯାଉଛନ୍ତି ଠିକ୍ ଭାବେ କହୁନାହାଁନ୍ତି । ଟଙ୍କା ପଇସା କାରବାର ସନ୍ଦେହପୂର୍ଣ୍ଣ ଭାବେ କରୁଛନ୍ତି । ହଠାତ ବ୍ୟବହାର ବଦଳିଯାଇଛି । ଏସବୁ ପରିସ୍ଥିତିରେ ଆପଣ ସନ୍ଦେହ କରିବେ । ମୁକ୍ତ ଏବଂ ସ୍ପଷ୍ଟ ଭାବରେ କଥା ହେବେ । ଗତିବିଧି ଉପରେ ନଜର ରଖିବେ । ଏବଂ ସମୟ ପରିସ୍ଥିତି ଅନୁସାରେ ସମାଧାନର ରାସ୍ତାକୁ ଯିବେ । ବିବାହ କୁ ଅତୁଟ ରଖିବା ପାଇଁ ସମସ୍ତ ଚେଷ୍ଟା କରିବେ । ସମାଧାନର ସବୁ ରାସ୍ତାକୁ ଖୋଜିବେ । ଯଦି ଶେଷରେ କୈାଣସି ରାସ୍ତା ନବାହାରୁଛି । ଡିଭୋର୍ସ ଇଜ୍ ବେଟର ଦ୍ୟାନ ବ୍ୟାଡ୍ ମ୍ୟାରେଜ୍ । ଅର୍ଥାତ ଯନ୍ତ୍ରଣା ଜର୍ଜରିତ ବୈବାହିକ ଜୀବନ ଅପେକ୍ଷା ବିବାହ ବିଛେଦ ଭଲ । ଏହି ନୀତିକୁ ଆପଣ ଆପଣେଇ ପାରିବେ ।