ନବୀନ କହିଲେ ସଂତୃପ୍ତଙ୍କୁ ଭୋଟ ଦେଲି ଆଉ ବିବେକ କହିଲା ଦିଲ୍ଲୀପଙ୍କୁ ଭୋଟ ଦେଲି I ଏମିତି ବୟାନ ଦେଇଛନ୍ତି ବିଧାୟକ ସୁବାସିନୀ ଜେନା I ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଥିବା କହିଛନ୍ତି ସୁବାସିନୀ I କ୍ରସ୍ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିବା ବେଳେ ସୁବାସିନୀ ଜେନା ଏ କଥା ସିଧାସଳଖ ଶୁଣାଇଦେଇଛନ୍ତି I
ସେ ଆହୁରି କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି I ଗୋଟିଏ ଭୋଟ୍ ସଂତୃପ୍ତ ଓ ଆଉ ଗୋଟିଏ ଭୋଟ୍ ଦିଲ୍ଲୀପଙ୍କୁ ଦେଇଛି I ଦିଲ୍ଲୀପ ରାୟଙ୍କୁ ବିବେକାନୁମୋଦିତ ଭୋଟ୍ ଦେଇଛି I ମୋ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସହିତ ମୋର ଲଢ଼େଇ I
ତେଣୁ ମୁଁ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ନାହିଁ I ତେବେ ପ୍ରଥମ ପସନ୍ଦ ଓ ଦ୍ବିତୀୟ ପସନ୍ଦ ଭୋଟ୍ ନେଇ ପ୍ରଶ୍ନକୁ ସେ ଏଡ଼ାଇ ଗଲେ I











