• Latest
  • Trending
ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ

December 7, 2024

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
  • About
  • Careers
  • Contact Us
Sunday, August 3, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ

by M M
December 7, 2024
in ରାଜ୍ୟ
0
ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର,୭ା୧୨: ଦେଶର ବିକାଶ ଓ ତା’ସହିତ ଜଡ଼ିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଗବେଷଣା କରିବା ପାଇଁ ‘ସେଣ୍ଟର ଫର୍‍ ନରେନ୍ଦ୍ର ମୋଦି ଷ୍ଟଡିଜ୍‍’ (ସିଏନ୍‍ଏମ୍‍ଏସ୍‍) ନାମରେ ଏକ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲା ଯାଇଛି । ଏହି କେନ୍ଦ୍ରର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଜସିମ୍‍ ମହମ୍ମଦ କହିଛନ୍ତି ଯେ ଏହି ଆନ୍ତର୍ଜାତିକ ଗବେଷଣା କେନ୍ଦ୍ର ଦେଶର ବିକାଶ କ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ନିର୍ବାହ କରୁଛି । ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଯୋଡ଼ି ହୋଇଛନ୍ତି । ସେମାନେ ବିଭିନ୍ନ ସମୟରେ ସରକାରୀ ଯୋଜନାଗୁଡ଼ିକ ସଂପର୍କରେ ଅନୁଧ୍ୟାନ କରିବା ସହିତ ଦେଶର ବିକାଶ ପାଇଁ ଅଧିକ କ’ଣ କରିହେବ ସେ ସଂକ୍ରାନ୍ତରେ ବିଚାର ବିମର୍ଷ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ପରାମର୍ଶ ଓ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ଜଣେ ଖ୍ୟାତନାମା ଓକିଲ, ଅଗ୍ରଣୀ ବ୍ୟବସ୍ଥାପକ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟ କରିଛନ୍ତି । ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ଇତିହାସ ଓ ଗ୍ରାମୋତ୍‍ଥାନ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ରହିଛି । ଏହାଛଡ଼ା ଜଣେ ରାଜନେତା ଓ ପ୍ରଶାସକ ହିସାବରେ ତାଙ୍କର ଯେଉଁ ଅନୁଭବ ରହିଛି ତାହାର ଉପଯୋଗ ଜାତୀୟ ସ୍ତରରେ କରିବା ଲାଗି ଶ୍ରୀ ହରିଚନ୍ଦନଙ୍କୁ ସିଏନ୍‍ଏମ୍‍ଏସ୍‍ର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି ।
ପ୍ରଫେସର ମହମ୍ମଦ କହିଛନ୍ତି ଯେ ଦେଶର ବିକାଶ ସହିତ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରୁଥିବା ଭୂମିକାକୁ ଆଗେଇ ନେବା କ୍ଷେତ୍ରରେ ସିଏନ୍‍ଏମ୍‍ଏସ୍‍ର ପ୍ରମୁଖ ଯୋଗଦାନ ରହିଛି । ଖୁବ୍‍ଶୀଘ୍ର ଆଲିଗଡ଼ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସଂସ୍ଥାର ପରାମର୍ଶଦାତା ପରିଷଦ ବୈଠକରେ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବେ ବୋଲି ସମ୍ମତି ପ୍ରଦାନ କରିଥିବା ପ୍ରଫେସର ମହମ୍ମଦ ସୂଚାଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ହରିିଚନ୍ଦନ ଏକାଧିକବାର ରାଜ୍ୟର ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଛନ୍ତି । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଢ଼ାଯିବା ବେଳେ ସେ ଏହାର ପ୍ରଥମ ରାଜ୍ୟ ସଭାପତି ରହିଥିଲେ । ଓଡ଼ିଶାରେ ବିଜେପି ସଂଗଠନ ବଢ଼ାଇବା ପାଇଁ ସେ ଯେଉଁ ମୂଳଦୁଆ ପକାଇଥିଲେ ତାହା ଉପରେ ଏବେର ରାଜ୍ୟ ବିଜେପି ସରକାର ପ୍ରତିଷ୍ଠା ହୋଇଛି । ଏବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସମେତ ବିଜେପିର କେନ୍ଦ୍ର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାମାନେ ବିଭିନ୍ନ ଜାତୀୟ ପ୍ରସଂଗ ଓ ରାଜ୍ୟ ପ୍ରସଂଗରେ ଶ୍ରୀ ହରିଚନ୍ଦନଙ୍କ ସହ ପରାମର୍ଶ କରିଥାନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ତାଙ୍କ ସହ ଶ୍ରୀ ହରିଚନ୍ଦନଙ୍କ ମଧ୍ୟ ସ୍ୱତନ୍ତ୍ର ସାକ୍ଷାତକାର ହୋଇଥିଲା । ସିଏନ୍‍ଏମ୍‍ଏସ୍‍ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଶ୍ରୀ ହରିଚନ୍ଦନ ଗ୍ରହଣ କରିଥିବାରୁ ବହୁ ଦଳୀୟ ନେତା ଏବଂ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

Weather

Bhubaneswar
August 3, 2025, 5:04 am
 

SSW
Overcast
32°C
2.4 m/s
Apparent: 36°C
Pressure: 1004 mb
Humidity: 94%
Winds: 2.4 m/s SSW
Windgusts: 6.9 m/s
UV-Index: 0
Precip.: 2.5mm /80% / Rain
Sunrise: 5:22 am
Sunset: 6:23 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom