• Latest
  • Trending

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ

Dec-07-2024 07:57 PM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

May-08-2026 07:21 PM IST
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

May-08-2026 07:11 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ର- ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ

by M M
Dec-07-2024 07:57 PM IST
in ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର,୭ା୧୨: ଦେଶର ବିକାଶ ଓ ତା’ସହିତ ଜଡ଼ିତ ବିଭିନ୍ନ ଯୋଜନା ସଂକ୍ରାନ୍ତରେ ଗବେଷଣା କରିବା ପାଇଁ ‘ସେଣ୍ଟର ଫର୍‍ ନରେନ୍ଦ୍ର ମୋଦି ଷ୍ଟଡିଜ୍‍’ (ସିଏନ୍‍ଏମ୍‍ଏସ୍‍) ନାମରେ ଏକ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲା ଯାଇଛି । ଏହି କେନ୍ଦ୍ରର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହି ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଜସିମ୍‍ ମହମ୍ମଦ କହିଛନ୍ତି ଯେ ଏହି ଆନ୍ତର୍ଜାତିକ ଗବେଷଣା କେନ୍ଦ୍ର ଦେଶର ବିକାଶ କ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ନିର୍ବାହ କରୁଛି । ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତି ଯୋଡ଼ି ହୋଇଛନ୍ତି । ସେମାନେ ବିଭିନ୍ନ ସମୟରେ ସରକାରୀ ଯୋଜନାଗୁଡ଼ିକ ସଂପର୍କରେ ଅନୁଧ୍ୟାନ କରିବା ସହିତ ଦେଶର ବିକାଶ ପାଇଁ ଅଧିକ କ’ଣ କରିହେବ ସେ ସଂକ୍ରାନ୍ତରେ ବିଚାର ବିମର୍ଷ କରି କେନ୍ଦ୍ର ସରକାରଙ୍କୁ ମଧ୍ୟ ପରାମର୍ଶ ଓ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ଜଣେ ଖ୍ୟାତନାମା ଓକିଲ, ଅଗ୍ରଣୀ ବ୍ୟବସ୍ଥାପକ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟ କରିଛନ୍ତି । ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ଇତିହାସ ଓ ଗ୍ରାମୋତ୍‍ଥାନ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ରହିଛି । ଏହାଛଡ଼ା ଜଣେ ରାଜନେତା ଓ ପ୍ରଶାସକ ହିସାବରେ ତାଙ୍କର ଯେଉଁ ଅନୁଭବ ରହିଛି ତାହାର ଉପଯୋଗ ଜାତୀୟ ସ୍ତରରେ କରିବା ଲାଗି ଶ୍ରୀ ହରିଚନ୍ଦନଙ୍କୁ ସିଏନ୍‍ଏମ୍‍ଏସ୍‍ର ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି ।
ପ୍ରଫେସର ମହମ୍ମଦ କହିଛନ୍ତି ଯେ ଦେଶର ବିକାଶ ସହିତ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରୁଥିବା ଭୂମିକାକୁ ଆଗେଇ ନେବା କ୍ଷେତ୍ରରେ ସିଏନ୍‍ଏମ୍‍ଏସ୍‍ର ପ୍ରମୁଖ ଯୋଗଦାନ ରହିଛି । ଖୁବ୍‍ଶୀଘ୍ର ଆଲିଗଡ଼ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସଂସ୍ଥାର ପରାମର୍ଶଦାତା ପରିଷଦ ବୈଠକରେ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବେ ବୋଲି ସମ୍ମତି ପ୍ରଦାନ କରିଥିବା ପ୍ରଫେସର ମହମ୍ମଦ ସୂଚାଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଜନସଂଘରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ହରିିଚନ୍ଦନ ଏକାଧିକବାର ରାଜ୍ୟର ମନ୍ତ୍ରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଛନ୍ତି । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଗଢ଼ାଯିବା ବେଳେ ସେ ଏହାର ପ୍ରଥମ ରାଜ୍ୟ ସଭାପତି ରହିଥିଲେ । ଓଡ଼ିଶାରେ ବିଜେପି ସଂଗଠନ ବଢ଼ାଇବା ପାଇଁ ସେ ଯେଉଁ ମୂଳଦୁଆ ପକାଇଥିଲେ ତାହା ଉପରେ ଏବେର ରାଜ୍ୟ ବିଜେପି ସରକାର ପ୍ରତିଷ୍ଠା ହୋଇଛି । ଏବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସମେତ ବିଜେପିର କେନ୍ଦ୍ର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାମାନେ ବିଭିନ୍ନ ଜାତୀୟ ପ୍ରସଂଗ ଓ ରାଜ୍ୟ ପ୍ରସଂଗରେ ଶ୍ରୀ ହରିଚନ୍ଦନଙ୍କ ସହ ପରାମର୍ଶ କରିଥାନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ବେଳେ ତାଙ୍କ ସହ ଶ୍ରୀ ହରିଚନ୍ଦନଙ୍କ ମଧ୍ୟ ସ୍ୱତନ୍ତ୍ର ସାକ୍ଷାତକାର ହୋଇଥିଲା । ସିଏନ୍‍ଏମ୍‍ଏସ୍‍ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ଶ୍ରୀ ହରିଚନ୍ଦନ ଗ୍ରହଣ କରିଥିବାରୁ ବହୁ ଦଳୀୟ ନେତା ଏବଂ ଅର୍ଥନୀତିଜ୍ଞ ଓ ସମାଜ ବିଜ୍ଞାନୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 11:58 AM
 

SSE
Mainly clear
34°C
2.9 m/s
Apparent: 33°C
Pressure: 1009 mb
Humidity: 96%
Winds: 2.9 m/s SSE
Windgusts: 8.9 m/s
UV-Index: 0
Precip.: 0mm /47% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom