ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି। ଏହାକୁ ବିରୋଧ କରି ସାଂସଦ ସସ୍ମିତ ପାତ୍ର ଗତକାଲି ଇସ୍ତଫା ଦେଇଥିବାବେଳେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାର ଦୃଢ ନିନ୍ଦା କରିଛନ୍ତି।
ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଶିକାନ୍ତଙ୍କୁ କଡା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି , ନିଶିକାନ୍ତ ଜଣେ ମେଣ୍ଟାଲ ଡକ୍ଟରଙ୍କ ପାଖକୁ ଯିବା ଦରକାର । ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ସେଥିରେ ମୁ ଆଶ୍ଚର୍ଯ୍ୟ ବୋଲି ନବୀନ କହିଛନ୍ତି।
ନବୀନ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଥିବା ବେଳେ ନେହେରୁ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ତେବେ ଏନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।









