• Latest
  • Trending

ମମତାଙ୍କ ଉପରେ ବର୍ଷିଲେ ମୋହନ

Aug-20-2025 12:45 AM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ମମତାଙ୍କ ଉପରେ ବର୍ଷିଲେ ମୋହନ

by M M
Aug-20-2025 12:45 AM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ନ୍ୟୁଜ18 ଓଡ଼ିଆର ‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ଯୋଗଦେଇ ମମତାଙ୍କ ଉପରେ ବର୍ଷିଲେ ମୋହନ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଂଲାଦେଶୀଙ୍କୁ ପଶ୍ଚିମବଙ୍ଗର ବୋଲି ଦାବି କରୁଥିବା କହିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ରସଗୋଲାକୁ ବି ଦିନେ ନିଜର କହୁଥିଲେ, ଆଉ ଏବେ ଦୀଘାରେ ଜଗନ୍ନାଥ ଧାମ କରିଛନ୍ତି କହି ମୋହନ ମମତାଙ୍କୁ ସମାଲୋଚନା କରିଥିଲେ । ସତ୍ୟତା ଜାଣିଥିବା ଲୋକେ ଏହାକୁ କେବେ ଗ୍ରହଣ କରିବେନି ବୋଲି ସେ କହିଥିଲେ। ଓଡ଼ିଶା କିଭଳି ପଶ୍ଚିମବଙ୍ଗର ଲୋକଙ୍କୁ ସୁରକ୍ଷା ଓ ଆଶ୍ରୟ ଦେଇଆସିଛି ତା’ର ହିସାବ ମମତା ବୁଝିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଓଡ଼ିଶା ବିକାଶରେ ମୋହନ ସରକାରର ଭୂମିକା ଓ ଭବିଷ୍ୟତର ଯୋଜନା ସଂପର୍କରେ ବିସ୍ତୃତ ବିବରଣୀ ରଖିଥିଲେ ମୁଖ୍ୟମନ୍ତ୍ରୀ । ଗରିବ, ମହିଳା, କୃଷକ, ଓ ଯୁବକଙ୍କୁ ଫୋକସ୍‌ରେ ରଖି ଡବଲ ଇଂଜିନ ସରକାର କିଭଳି ଓଡ଼ିଶା ବିକାଶକୁ ନୂଆ ଶିଖରରେ ପହଞ୍ଚାଇଛନ୍ତି, ସେ ସଂପର୍କରେ ମୋହନ ଆଲୋକପାତ କରିଥିଲେ । ଧାନର ଏମ୍‌ଏସ୍‌ପିଠୁ ଆରମ୍ଭ କରି ଅଭିଯୋଗ ଶୁଣାଣି ଯାଏ, ପ୍ରଥମ ଦିନର କ୍ୟାବିନେଟ ବୈଠକଠାରୁ ଆଜିର ପୋସ୍କୋ କାରଖାନା ଖବର ଯାଏ କିଭଳି ଓଡ଼ିଶା ବିକାଶରେ ଯୋଗଦାନ କରୁଛି, ତାହା କହିଥିଲେ ।

ଶିଳ୍ପାୟନରେ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍‌କ୍ଲେଭ, ଓଡିଶା ଟେକ୍ସ ଟାଇଲ କନ୍‌କ୍ଲେଭ୍ , ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା, ବର୍ତ୍ତମାନ ସୁଦ୍ଧା ୨୮ ହଜାରରୁ ଅଧିକ ସରକାରୀ ନିଯୁକ୍ତି ଓ ପ୍ରଥମ ଦୁଇ ବର୍ଷ ମଧ୍ୟରେ ୮୫ ହଜାର ନିଯୁକ୍ତି ପାଇଁ ପ୍ରକ୍ରିୟା ହିସାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ।
ଦେଶର ସର୍ବବୃହତ ନ୍ୟୁଜ୍‌ ନେଟୱର୍କ ନ୍ୟୁଜ୍‌18 କିଭଳି ୧୬ଟି ଭାଷାରେ ୨୦ଟି ଚ୍ୟାନେଲ ମାଧ୍ୟମରେ ଲୋକଙ୍କୁ ଖବର ପରିବେଷଣ କରୁଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ରାତି ୮ ଟାରେ ପ୍ରସାରିତ ହେଉଥିବା “ଅସଲ କଥା” ତାଙ୍କୁ ଭଲ ଲାଗେ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ ଯୋଡ଼ିଥିଲେ ।

ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ରାଜ୍ୟରେ ଶିଳ୍ପ ସମ୍ଭାବନା ଓ ନିଯୁକ୍ତି ସୁଯୋଗ ସଂପର୍କରେ କନ୍‌କ୍ଲେଭ୍‌ରେ ଆଲୋଚନା କରିଥିଲେ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବିକଶିତ ଗାଁ, ବିକଶିତ ଓଡ଼ିଶାର ରୋଡ୍‌ମ୍ୟାପ୍‌ ଓ ସଫଳତା ଉଲ୍ଲେଖ କରିଥିଲେ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଇଜିଂ ଓଡ଼ିଶା କନ୍‌କ୍ଲେଭ୍‌ରେ ସହରର ସୁବିଧା ଓ ସରକାରଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ସଂସ୍କାରର ସବୁ ଦିଗ ଉପରେ ଆଲୋଚନା କରିଥିଲେ । କୃଷି କିଭଳି ଓଡ଼ିଶା ବିକାଶର ଇଂଜିନ ପାଲଟିଛି, ସେ ନେଇ ଆଲୋକପାତ କରିଥିଲେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ।

ନ୍ୟୁଜ18 ଓଡ଼ିଆର ‘ରାଇଜିଂ ଓଡ଼ିଶା’ କନ୍‌କ୍ଲେଭରେ ‘ଆଗକୁ ବଢୁଛି ଓଡ଼ିଶା’ ଶୀର୍ଷକରେ ଏକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା । ବିଜେପି ପକ୍ଷରୁ ବିରଞ୍ଚି ତ୍ରିପାଠୀ, ବିଜେଡି ପକ୍ଷରୁ ପ୍ରତାପ ଜେନା ଏବଂ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତଚରଣ ଦାସ ଏଥିରେ ଅଂଶ ଗ୍ରହଣ କରି ନିଜସ୍ବ ମତ ଉପସ୍ଥାପନ କରିଥିଲେ ।

ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଏକ ସ୍ବତନ୍ତ୍ର ଉପସ୍ଥାପନା ‘ହଲ୍‌ ଡାକୁଛି ଆ’ ଉପସ୍ଥାପନ କରାଯାଇଥିଲା । ଏହା ଜରିଆରେ ଓଡ଼ିଆ ଚଳଚ୍ଚିତ୍ର, ଅଭିନେତା ଓ ଦର୍ଶକଙ୍କ ତ୍ରିକୋଣୀୟ ସଂପର୍କ ଉପରେ ସାଂପ୍ରତିକ ଚିତ୍ର ପ୍ରଦାନ କରିଥିଲେ ଅନୁଭବ । ସେହିଭଳି ଲୋକପ୍ରିୟ ୟୁଟ୍ୟୁବର ନଟିଆ, କ୍ରିଷ୍ଣା ଓ ନିତିଆନାଙ୍କୁ ନେଇ ‘ଷ୍ଟାର୍‌ ବନାଉଛି ମୋବାଇଲ୍‌’ ଶୀର୍ଷକ ଦଳଗତ ଆଲୋଚନା ଆୟୋଜିତ ହୋଇଥିଲା ।

ନ୍ୟୁଜ୍‌18ର ଚିଫ୍‌ କଣ୍ଟେଣ୍ଟ ଅଫିସର ସନ୍ତୋଷ ମେନନ ଓ ମ୍ୟାନେଜିଂ ଏଡିଟର ଧ୍ରୁବଜ୍ୟୋତି ପ୍ରମାଣିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ନ୍ୟୁଜ୍‌18 ଓଡ଼ିଆର ସଂପାଦକ ନରେନ୍ଦ୍ରନାଥ ଜେନା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Tags: mohanodisha
Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 11:57 AM
 

ENE
Partly cloudy
32°C
3.6 m/s
Apparent: 32°C
Pressure: 1011 mb
Humidity: 93%
Winds: 3.6 m/s ENE
Windgusts: 8 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

October 22, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 22, 2025
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom