• Latest
  • Trending

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

Aug-11-2025 10:16 AM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Thursday, March 19, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

by M M
Aug-11-2025 10:16 AM IST
in ବିଶେଷ
0
508
SHARES
1.5k
VIEWS
Share on FacebookShare on Twitter

ମନୋରଞ୍ଜନ ମିଶ୍ର

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ତାରିଫ ଲଦି ଝଗଡ଼ା କରୁଛନ୍ତି । ଆଉ ପାକିସ୍ତାନର ସେନାମୁଖ୍ୟଙ୍କୁ ଆମେରିକା ଡାକି ଭାରତ ବିରୋଧରେ କହିବା ପାଇଁ ଉସକାଉଛନ୍ତି । ଘଟଣା ଘଟିଛି ଆମେରିକାର ଫ୍ଲୋରିଡ଼ାରେ  । ଟାମ୍ପାର ଏକ ପ୍ରାଇଭେଟ ଡିନରରେ ଆସିମ ମୁନିର ଯାହା କହିଛନ୍ତି ତାହା ଭାରତ ସମେତ ସାରା ବିଶ୍ବକୁ ଚମକାଇଦେଇଛି । ପାକିସ୍ତାନ ହାତରେ ପରମାଣୁ ବୋମା ଅଛି ଯଦି ଦେଶର ସ୍ଥିତିକୁ ନେଇ ବିପଦ ଆସିବ ତାହେଲେ ଅଧା ପୃଥିବୀକୁ ଧ୍ବଂସ କରିବାର କ୍ଷମତା ଆମ ପାଖରେ ଅଛି । ଆସିମ ମୁନିର ଭାରତ ଆଡ଼କୁ ଇଙ୍ଗିତ କରୁଛନ୍ତି । ଆଉ ଆଣବିକ ବୋମା ପକାଇବାର ଡର ଦେଖାଉଛନ୍ତି । ସିନ୍ଧୁ ନଦୀର ଜଳ ଚୁକ୍ତି ବାତିଲ ଆଉ ଏହା ଉପରେ ଭାରତର ଡ୍ୟାମ ନିର୍ମାଣକୁ ନେଇ ମୁନିର କହୁଛନ୍ତି ଯଦି ଏଭଳି କିଛି ଘଟେ ତାହେଲେ ପାକିସ୍ତାନ 10ଟି ମିଜାଇଲ ପକାଇ ଏହି ବନ୍ଧକୁ ଭାଙ୍ଗିଦେବ ।            ସିନ୍ଧୁ ନଦୀ ଭାରତର ପାରିବାରିକ ସମ୍ପତି ନୁହେଁ ଆଉ ଏଥିପାଇଁ ମିଜାଇଲ କମ୍ ନାହିଁ । ଦୁଇମାସ ଭିତରେ ଦୁଇଥର ଆମେରିକା ଗଲେଣି ମୁନିର । ଥରେ ଟ୍ରମ୍ପଙ୍କ ସହ ହ୍ବାଇଟ୍ ହାଉସରେ ମଧ୍ୟାହ୍ନ ଭୋଜନ କରିଥିଲେ । ଯେଉଁଠି ସେ ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ଦାବି ରଖିଥିଲେ । କାରଣ ବିଶ୍ବ ଶାନ୍ତି ପାଇଁ ଟ୍ରମ୍ପ ଚେଷ୍ଟା କରୁଛନ୍ତି । ଫ୍ଲୋରିଡାରେ ପୁଣି ଏକା କଥା ଦୋହରାଇଛନ୍ତି ମୁନିର ।

ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର ପୁନର୍ବାର ଧମକ ଦେଇଛନ୍ତି । ଭାରତୀୟ ଶିଳ୍ପପତିଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି ।  ଆମେରିକାରେ ପାକିସ୍ତାନୀ ପ୍ରବାସୀ ସମୁଦାୟଙ୍କୁ ସମ୍ବୋଧିତ କରି ମୁନିର ଭାରତର ବିଶିଷ୍ଟ ଧନୀ ଶିଳ୍ପପତୀ ମୁକେଶ ଅମ୍ବାନୀଙ୍କୁ ପରୋକ୍ଷ ଭାବେ ଧମକ ଦେଇଛନ୍ତି।  ମୁକେଶ ଅମ୍ବାନୀଙ୍କୁ ସେ ହାତୀ ସହ ତୁଳନା କରି ଏକ ସୋସିଆଲ ମିଡିଆ ଫଟୋର ଉଦାହରଣ ଦେଇଛନ୍ତି । ମୁନିର କହିଛନ୍ତି କୁରାନର କଥା । ଯେଉଁଥିରେ ଈଶ୍ୱର ଶତ୍ରୁର ହାତୀମାନଙ୍କ ଉପରେ ପକ୍ଷୀମାନଙ୍କ ଦ୍ୱାରା ପଥର ବର୍ଷା କରି ସେମାନଙ୍କୁ ନଷ୍ଟ କରି ଦେଇଥିଲେ। ମୁନିର ଧମକପୂର୍ଣ୍ଣ ସ୍ୱରରେ କହିଛନ୍ତି, “ଆମେ ଭାରତର ପୂର୍ବରୁ ଆକ୍ରମଣ ଆରମ୍ଭ କରିବୁ । ଯେଉଁଠାରେ ସେମାନଙ୍କର ସବୁଠାରୁ ମୂଲ୍ୟବାନ ସମ୍ପଦ ଅଛି । ତା’ପରେ ପଶ୍ଚିମ ଆଡ଼କୁ ଅଗ୍ରସର ହେବୁ  ।

ଦର୍ଶକବନ୍ଧୁ ଥରେ ଚିନ୍ତା କରନ୍ତୁ ଭାରତର ସେନାବାହିନୀର ମୁଖ୍ୟ ଆମେରିକା ଯିବେ । ଆଉ ପାକିସ୍ତାନ ଉପରେ ପରମାଣୁ ଆକ୍ରମଣ ପାଇଁ କହିବେ ଆଉ ମିଜାଇଲ ପକାଇବା ପାଇଁ କହିବେ । ଆପଣମାନେ କଣ ମତ ରଖିବେ । ଭାରତରେ ସେନାମୁଖ୍ୟଙ୍କର ସେଭଳି କ୍ଷମତା ନାହିଁ । ଏମାନେ ସିଧା ସଳଖ ରାଜନୀତି ସଂପର୍କରେ ବା ଦେଶର ନୀତି ସଂପର୍କରେ କୈାଣସି ମତ ରଖିପାରିବେ ନାହିଁ । ଯଦି ଏଭଳି ମନ୍ତବ୍ୟ ଦେବାର ଥାଏ ତେବେ ଦେଶର ପ୍ରଧାନମନ୍ତ୍ରୀ ଦେଇପାରିବେ । କିନ୍ତୁ ପାକିସ୍ତାନରେ ସେନାମୂଖ୍ୟ ସତେ ଯେପରି ପ୍ରଧାନମନ୍ତ୍ରୀଙ୍କ ଉପରେ । ସତେ ଯେପରି ସେ ଦେଶର ନୀତି ନିର୍ଧାରଣ କରୁଛନ୍ତି । ପାକିସ୍ତାନରେ ସେନା ମୁଖ୍ୟ ଦେଶ ମୁଖ୍ୟ ବନିବା ସାଧାରଣ ଘଟଣା । ଏତିକି ବେଳେ ପ୍ରଶ୍ନ ଉଠୁଛି ଆସିମ ମୁନିର ପାକିସ୍ତାନର ପ୍ରଧାନମନ୍ତ୍ରୀ ବନିଯିବାର ସଂଭାବନା ଅଛି କି  । ତାଙ୍କ ଇଙ୍ଗିତରେ କଣ ଦେଶର ପ୍ରଧାନମନ୍ତ୍ରୀ ପରିଚାଳିତ ହେଉଛନ୍ତି । ପରମାଣୁ ବୋମା ପକାଇବା ନିଷ୍ପତ୍ତି କଣ ସେ ନେଇପାରିବେ । ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ ହେଲେ ଆସିମ ମୁନିର କଣ ମିଜାଇଲ ଆକ୍ରମଣ ନିଷ୍ପତ୍ତି ନେଇପାରିବେ । ଇସଲାମୀ ମୈାଳବାଦ ଭିତରୁ ବାହାରିଥିବା ଆସିମ ମୁନିର ସେନାର ମୁଖ୍ୟ ବନିଥିଲେ । ଯିଏ କଥା କଥାରେ ଇସଲାମର ଉଦାହରଣ ଦିଅନ୍ତି ।

ଏହି ଆସିମ ମୁନିର କହିଥିଲେ କାଶ୍ଚୀର ହେଉଛି ପାକିସ୍ତାନର ଜୁଗୁଲାର ଭେନ୍ ବା ଗୁରୁତ୍ବପୂର୍ଣ୍ଣ ଶୀରାପ୍ରଶିରା । ଆମେରିକାରୁ କଟାକ୍ଷ କରି ସେ କହିଛନ୍ତି ଉଭୟ ଚୀନ ଆଉ ଆମେରିକା ସହିତ କିଭଳି ପାକିସ୍ତାନ ବାଣିଜ୍ୟ ସଂପର୍କ ରଖିବାରେ ସକ୍ଷମ ହୋଇଛି । ଯେତେବେଳେ ଆସିମ ମୁନିର ନେତାଙ୍କ କଥା ନିଜ ମୁହଁରେ କହୁଛନ୍ତି ସେତେବେଳେ ପାକିସ୍ତାନରେ ଅରାଜକତା ଆଉ ହିଂସା ବଢ଼ିଚାଲିଛି । ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ସେନାର ପ୍ରଭାବ କିଭଳି ଦେଶ ଉପରେ ରହିଛି ଆଉ ସେନା କିଭଳି ଏକଛତ୍ରବାଦୀ ନୀତିରେ କାମ କରୁଛି ଏକଥା ଇମ୍ରାନଙ୍କ ପାର୍ଟି କହିଚାଲିଛି । ରାଜନୀତି ସହ ସେନାବାହିନୀର ସଂପର୍କ ପାକିସ୍ତାନରେ ସେନାବାହିନୀକୁ ଜଟିଳ କରିଛି । ପ୍ରଧାନମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରି ସେନାବାହିନୀ ଦେଶର କ୍ଷମତାକୁ ନିଜ ହାତକୁ ନେଇପାରେ ଏଭଳି ଆଶଙ୍କା ସବୁବେଳେ ରହୁଛି । ଟ୍ରମ୍ପ ଏତିକିବେଳେ ପାକିସ୍ତାନର ନେତାମାନଙ୍କୁ ପଛକରି ଆସିମ ମୁନିରକୁ ଆମେରିକା ଡାକୁଛନ୍ତି । ଏହାଦ୍ବାରା ପାକିସ୍ତାନର ରାଜନୀତି ସେନାବାହିନୀ ଦ୍ବାରା ଯେ କବଳିତ ଏହା ସ୍ପଷ୍ଟ ହୋଇଯାଉଛି । ଯେତେବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ଡୋନାଲ୍ଡ ଟ୍ରମ୍ପ ନୋବେଲ ପୁରସ୍କାର ପାଇବା ଉଚିତ ବୋଲି ସେ ନିଜେ ଏବଂ ତାଙ୍କ ବନ୍ଧୁମାନେ ଦାବି କରୁଛନ୍ତି ସେତିକିବେଳେ ତାଙ୍କରି ଦେଶ ଆମେରିକାରେ ନିମନ୍ତ୍ରୀତ ହୋଇ ଆସିଥିବା ଜଣେ ସେନା ମୁଖ୍ୟ ଆଣବିକ ବୋମାର ଧମକ ଦେଉଛନ୍ତି । ଏହା ସୂଚନା ଦେଉନିକି ନୋବେଲ ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି କେତେ ଯୋଗ୍ୟ । ଯିଏ ଭାରତ ଏବଂ ପାକିସ୍ତାନର ଅଶାନ୍ତିକୁ ଉସକାଇଚାଲିଛନ୍ତି । ଆଉ ତାର ଫାଇଦା ନେବାପାଇଁ ପୁରା ଚେଷ୍ଟାରେ ଅଛନ୍ତି । ଆସିମ ମୁନିରଙ୍କ କଥାକୁ ଭାରତ କେତେ ସିରିୟସ ନେବ ତାହା ଜଣାପଡିନାହିଁ । କିନ୍ତୁ ପାକିସ୍ତାନ ସହିତ ମିଶି ଆମେରିକା ଯେ ଭାରତ ସହ ଚାପ ତିଆରି କରୁଛି ଯେତେବେଳେ ବାଣିଜ୍ୟିକ ଚୁକ୍ତି ଉଭୟ ଦେଶ ଭିତରେ ସମ୍ଭବ ହୋଇପାରୁନାହିଁ ।

 

Share203Tweet127
M M

M M

ଆଜିର ପାଗ

Bhubaneswar
March 19, 2026, 8:46 PM
 

SSW
Overcast
25°C
1.8 m/s
Apparent: 29°C
Pressure: 1011 mb
Humidity: 92%
Winds: 1.8 m/s SSW
Windgusts: 5.8 m/s
UV-Index: 0
Precip.: 5.1mm /28% / Rain
Sunrise: 5:51 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom