• Latest
  • Trending
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
  • About
  • Careers
  • Contact Us
Saturday, August 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

by newsroom
May 21, 2025
in ବଡ଼ ଖବର
0
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍
495
SHARES
1.4k
VIEWS
Share on FacebookShare on Twitter

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ କଳା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଫଳ-୨୦୨୫ ପ୍ରକାଶିତ ହୋଇଛି। ଏଥର ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ। ଝିଅଙ୍କ ପାସ୍ ହାର ୮୭.୨୪ ଥିବା ବେତଳେ ପୁଅଙ୍କ ପାସ୍ ହାର ୭୭.୮୮ ପ୍ରତିଶତ। ବିଜ୍ଞାନରେ ୮୭.୪୯ ପ୍ରତିଶତ, କଳାରେ ୮୦.୫୧ ପ୍ରତିଶତ, ବାଣିଜ୍ୟରେ ୮୩.୦୨ ଓ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ତିନି ବିଭାଗ କଳା, ବିଜ୍ଞାନ ଓ ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷର ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଫଳ ଏକା ସଙ୍ଗରେ ପ୍ରକାଶ ପାଇଛି । ବିଭାଗୀୟ ମନ୍ତ୍ରୀ ପରୀକ୍ଷା ପୁସ୍ତକ ଉନ୍ମୋଚନ କରିଥିଲେ ।

ମୋଟ ୮୨.୭୬ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ପୁଣି କମାଲ କରିଛନ୍ତି ଛାତ୍ରୀ । ୮୭.୨୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବା ବେଳେ ୭୭.୮୮ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି । କଳାରେ ୮୦.୫୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୮୧.୭୧ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଧନ୍ଦାମୂକଳ ପରୀକ୍ଷାରେ ୬୦.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଛି । ସେହିପରି କଳାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ନବରଙ୍ଗପୁରରେ ପାସହାର ସର୍ବନିମ୍ନ ରହିଛି । ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସହାର ନୟାଗଡ଼ ଜିଲ୍ଲାରେ ସର୍ବାଧିକ ରହିଛି । ବିଜ୍ଞାନରେ ବୌଦ୍ଧ ଜିଲ୍ଲାର ପାସହାର ସର୍ବନିମ୍ନ ହୋଇଥିବା ବେଳେ କାଣିଜ୍ୟରେ ବଲାଙ୍ଗୀର ଜିଲ୍ଲାର ପାସ ହାର ସର୍ବନିମ୍ନ ରହିଛି ।

ବିଜ୍ଞାନରେ ପାସ ହାର ୮୭. ୫୦ ପ୍ରତିଶତ ରହିଛି । ବିଜ୍ଞାନରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୯୦୬ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୫୪ ହଜାର ୯୪୭ ଜଣ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୨୬ ହଜାର ୪୨୪ ଓ ତୃତୀୟ ଶ୍ରେଣୀରେ ୧୪ ଗହାର ୯୫୪ ଜଣ ପାସ କରିଛନ୍ତି । ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ସର୍ବାଧିକ ୯୭.୫୮ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

କଳାରେ ପାସ ହାର ୮୦. ୫୧ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ୧୭୧ ଜଣ ପାସ କରିଛନ୍ତି । ପ୍ରଥମ ଶ୍ରେଣୀରେ ୪୦ ହଜାର ୩୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ଦ୍ଵିତୀୟ ଶ୍ରେଣୀରେ ୩୬ ହଜାର ୮୬୬ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ୧୯ ହଜାର ୧୬୮ ଜଣ ପାସ କରିଛନ୍ତି । କଳାରେ ବରଗଡ଼ରେ ସର୍ବାଧିକ ୮୭.୬୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ବାଣିଜ୍ୟରେ ପାସ ହାର ୮୩.୨୦ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୨୦୪ ଜଣ ଛାତ୍ରଛାତ୍ରୀ । ପ୍ରଥମ ଶ୍ରେଣୀରେ ୬ ହଜାର୯୩୦, ଦ୍ଵିତୀୟ ଶ୍ରେଣୀରେ ୪ ହଜାର ୫୨୫, ତୃତୀୟ ଶ୍ରେଣୀରେ ୯ ହଜାର ୨୧୬ ଜଣ ପାସ କରିଛନ୍ତି । ବାଣିଜ୍ୟରେ ନୟାଗଡ଼ରେ ସର୍ବାଧିକ ୯୩. ୭୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୬୦.୫୭ ପ୍ରତିଶତ ରହିଛି । ଜଣେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ପ୍ରଥମ ଶ୍ରେଣୀରେ ୬୭୮, ଦ୍ଵିତୀୟ ଶ୍ରେଣୀରେ ୧୭୫୮ ଓ ତୃତୀୟ ଶ୍ରେଣୀରେ ୭୮୧ ଜଣ ପାସ କରିଛନ୍ତି । ବାଲେଶ୍ଵରରେ ସର୍ବାଧିକ ୮୩.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।

ଭୁବନେଶ୍ବରସ୍ଥିତ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି।

Share198Tweet124
newsroom

newsroom

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

Weather

Bhubaneswar
August 2, 2025, 12:06 am
 

SSW
Overcast
27°C
0.5 m/s
Apparent: 34°C
Pressure: 1002 mb
Humidity: 93%
Winds: 0.5 m/s SSW
Windgusts: 8.3 m/s
UV-Index: 0
Precip.: 2.5mm /58% / Rain
Sunrise: 5:21 am
Sunset: 6:23 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom