ଏବେ ସାରା ବିଶ୍ୱରେ ଗୋଟିଏ ବିଷୟକୁ ନେଇ ଚର୍ଚ୍ଚ ଚାଲିଛି, ତାହା ହେଉଛି …ଇରାନ କାହିଁକି ଭାରତକୁ ଧନ୍ୟବାଦ ଲେଖିଲା ? ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଏହି ସମୟରେ ଇରାନର ଏରୋସ୍ପେସ୍ ଫୋର୍ସ କ୍ଷେପଣାସ୍ତ୍ର ଉପରେ ନୀଳ ରଙ୍ଗରେ “Thank you people of India” ଲେଖିଛି। ଏହା ଇରାନର ୮୩ତମ ମିସାଇଲ୍ ଆକ୍ରମଣ ପରେ ଘଟିଛି। ଏହି ମେସେଜ୍ ସ୍ପେନ୍, ପାକିସ୍ତାନ ଏବଂ ଜର୍ମାନୀର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛି।
ଏଠି ପ୍ରଶ୍ନ ଉଠୁଛି, କାହିଁକି ଧନ୍ୟବାଦ ?
- ଭାରତର ଲୋକମାନେ, ବିଶେଷ କରି ଜମ୍ମୁ-କାଶ୍ମୀରରୁ, ଯୁଦ୍ଧ ପ୍ରଭାବିତ ଇରାନକୁ ମାନବିକ ସହାୟତା ଦେଇଛନ୍ତି। ସେମାନେ ନଗଦ ଟଙ୍କା, ସୁନା-ରୂପା ଅଳଙ୍କାର, ଘରୋଇ ଜିନିଷ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦାନ କରିଛନ୍ତି।
- ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ନିରାପଦ ଗତି ଦେବାକୁ ଇରାନ ଅନୁମତି ଦେଇଛି, ଯାହା ଭାରତ-ଇରାନ ମଧ୍ୟରେ ସମ୍ପର୍କର ପ୍ରତିଫଳନ ।
- ଇରାନର ମୁମ୍ବାଇ କନ୍ସୁଲେଟ୍ ଜେନେରାଲ୍ ଏହି ମେସେଜ୍ ସେୟାର୍ କରି କହିଛି ଯେ, ଇରାନର ଏରୋସ୍ପେସ୍ ଫୋର୍ସ ଭାରତୀୟ ଲୋକଙ୍କ ସମର୍ଥନ ଏବଂ ସହଯୋଗ ପାଇଁ କୃତଜ୍ଞ।
ଏହି ଧନ୍ୟବାଦ ବାର୍ତ୍ତା ଏକ ସୁନ୍ଦର ସଂକେତ ଦେଉଛି , ଯେଉଁଥିରେ ଇରାନ ଯୁଦ୍ଧ ସମୟରେ ଭାରତର ଜନସାଧାରଣଙ୍କ ସହାନୁଭୂତି ଏବଂ ସହାୟତାକୁ ସ୍ମରଣ କରାଇଛି। ଭାରତ ସରକାର ଏହି ଯୁଦ୍ଧରେ ନିରପେକ୍ଷ ରହି ଶାନ୍ତିର ଆହ୍ୱାନ ଦେଇଛନ୍ତି ।










