ଓଡ଼ିଶା ହାଇକୋର୍ଟ ବିଜେଡି ଯୁବ ନେତା ରାଜା ଚକ୍ର ଓରଫ ସୌମ୍ୟ ଶଙ୍କର ଚକ୍ରଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିଛନ୍ତି। ତାଙ୍କ ସହଯୋଗୀ ସୁଶାନ୍ତ ସାମଲ, ସୁଧାଂଶୁ ଶେଖର ନାୟକ ଓ ସମୀର ଜେନାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ଜଡ଼ିତ ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ କ୍ରାଇମବ୍ରାଞ୍ଚର ଇକୋନୋମିକ ଅଫେନ୍ସେସ ଉଇଙ୍ଗ (ଇଓଡବ୍ଲୁ) ତଦନ୍ତ କରୁଛି। ଏହା ପୂର୍ବରୁ ଏଜେନ୍ସିର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ବାରିକ ଓ ସେକ୍ରେଟାରୀ ଉତ୍କଳ ଦାସଙ୍କୁ ଗିରଫ କରାଯାଇଛି। ଜାମିନ ଖାରଜ ହେବା ପରେ ରାଜା ଚକ୍ର ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି।