ସିଟ ନମ୍ବର 11 ଏ । ଏୟାର ଇଣ୍ଡିଆ ଫ୍ଲାଇଟ୍ ଏ1 171 । ବୋଇଂ 787 ଡ୍ରିମ ଲାଇନର । ଦୁର୍ଘଟଣାଗ୍ରସ୍ତ ଏହି ବିମାନଟି ଅନେକ ଗୁଡ଼ିଏ ପ୍ରଶ୍ନ ତିଆରି କରୁଛି । ପ୍ରଶ୍ନ ହେଉଛି ବିମାନରେ ବଂଚିଥିବା ଏକମାତ୍ର ବ୍ୟକ୍ତି ବିଶ୍ବାସ କୁମାର ରମେଶ । ଯେଉଁ 11 ଏ ସିଟ୍ ରେ ବସିଥିଲେ । ତାହା ସବୁଠାରୁ ନିରାପଦ ସିଟ୍ ଥିଲା କି ? ।
ଏହି ଭଳି ଏକ ସିଟରେ ବସିଲେ ଯଦି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ ତେବେ ବଂଚିଯିବା ସଂଭବ କି ? । ଏଇଠି ଆପଣଙ୍କୁ ସୂଚନା ଦେବି । ଯେଉଁଠି ରମେଶ ବସିଥିଲେ । ତାହା ଜରୁରୀ କାଳୀନ ଏକଜିଟ ଡୋର ର ନିକଟବର୍ତି ଥିଲା । ପ୍ରଶ୍ନ ହେଉଛି ଯଦି ଆମେ ଏହିଭଳି ସିଟ୍ ରେ ବସିବା ତେବେ ବିମାନ କ୍ରାସ ହେଲେ ରକ୍ଷା ପାଇଯିବା କି ? ।
ଏକସପଟ ମାନଙ୍କ ମତରେ କୈାଣସି ବିମାନରେ ନିରାପଦ ବୋଲି ସିଟ୍ କିଛି ନାହିଁ । ପୃଥିବୀରେ ନାମ କରିଥିବା ବିମାନ ନିରାପଦା ନେଇ କାମ କରିଥିବା ଜେଫ୍ ଗୁଜେଟି ଙ୍କ ମତ ହେଉଛି । ବିମାନରେ ଗଲାବେଳେ ଯେ କୈାଣସି ସିଟ୍ କୁ ଆପଣ ନେଇପାରନ୍ତି । ଯେଉଁଠି ଆପଣଙ୍କୁ ଆରାମ ଦାୟକ ଲାଗୁଛି । ପାରମ୍ପରିକ ଭାବରେ ଏକ ଧାରଣା ରହିଛି । ବିମାନର ପଛ ସିଟ୍ ବୋଧହୁଏ ନିରାପଦ ଥାଏ । କାରଣ ଯେ କୈାଣସି ଦୁର୍ଘଟଣା ବିମାନର ସମ୍ମୁଖ ଭାଗ ଆଗରେ ହିଁ ହୋଇଥାଏ । ଗୁଜେଟି କହୁଛନ୍ତି ବିମାନଟି କେଉଁଭଳି ଭାବେ ଦୁର୍ଘଟଣାଗ୍ରସ୍ତ ହେବ ତାହାର ଭବିଷ୍ୟବାଣୀ କରିହେବ ନାହିଁ ।
ରମେଶଙ୍କର ସିଟ୍ 11 ଏ ଏକଜିଟ୍ ଡୋର ପାଖରେ ଥିଲା । ତାହେଲେ ଏହି ସିଧାରେ ଥିବା ଡାହଣ ପଟେ ବସିଥିବା ଯାତ୍ରୀ ଜଣଙ୍କ ବଂଚିଯିବାର ସଂଭାବନା ଥିଲା । କିନ୍ତୁ ସେ ବଂଚିପାରିଲେ ନାହିଁ । ଦୁର୍ଘଟଣା କିପରି ଆସିବ । କୋଉ ପଟରୁ ଆସିବ ତାହା ଜାଣିବା କଷ୍ଟକର । ରମେଶ ଯାଉଥିବା ବିମାନ ଏ1 171 ବିମାନର ଡାହାଣ ପଟ, କାନ୍ଥରେ ବାଡେଇ ହୋଇଥିଲା । ଯାହା ଫଳରେ ଡାହାଣ ପଟର ଯାତ୍ରୀ ଏକଜିଟ୍ ଡୋର ଦେଇ ବାହାରିବା ସଂଭାବନା ବନ୍ଦ ହୋଇଯାଇଥିଲା ।
ବିମାନର ଏକଜିଟ୍ ବା ପ୍ରସ୍ଥାନ ପାଖରେ ଯଦି ଆପଣ ବସିଥାନ୍ତି । ଖୁବ ଶୀଘ୍ର ପଦାକୁ ବାହାରି ଆସିବାର ସଂଭାବନା ଅଛି । କିନ୍ତୁ ବିମାନ ଟି କେଉଁପଟେ ମାଡ଼ ହେବ ଆଉ କେଉଁ ଭାଗ ପ୍ରଭାବିତ ତାହା କହିହେବ ନାହିଁ ।
ସନ ରୁଚିନିକି , ଯିଏ ଆମେରିକାର ଓ୍ବାହିଓ ୟୁନିଭରସିଟିରେ ଆସିସାଣ୍ଟ ପ୍ରଫେସର ଅଛନ୍ତି । ସେ ପିଲାଙ୍କୁ ବିମାନ ନିରାପଦା ଉପରେ ପାଠ ପଢ଼ାନ୍ତି । ସେ କୁହନ୍ତି ଦୁର୍ଘଟଣାଗ୍ରସ୍ତ ବିମାନ ଭିତରୁ ରମେଶ ବଂଚିଯିବା ସଂପୂର୍ଣ୍ଣ ଭାବେ ଭାଗ୍ୟର କଥା । ଏଭଳି କ୍ଷେତ୍ରରେ କେହି ବଂଚିପାରନ୍ତି ନାହିଁ । କାରଣ ବିମାନର ଜାଳେଣୀ ଠାରୁ ଅଳ୍ପ ଦୂରରେ ରମେଶଙ୍କର ସିଟ୍ ଟି ଥିଲା ।
ଏ ବର୍ଷର ବହୁତ ଗୁଡ଼ିଏ ବିମାନ ଦୁର୍ଘଟଣା ଭିତରୁ ଜାନୁଆରୀ ମାସରେ ଓ୍ବାଂସିଟନ ଡିସି । ସାଉଥ କୋରିଆ ଏବଂ କାଜଗସ୍ଥାନରେ ବିମାନ ଦୁର୍ଘଟଣା , ନିରାପଦକୁ ନେଇ ଅନେକ ଗୁଡ଼ିକ ପ୍ରଶ୍ନ କରୁଛି । କିନ୍ତୁ ଏତେ ସବୁ ସତ୍ତ୍ବେ , ବିମାନ ଦୁର୍ଘଟଣା ଏକ ବିରଳ ଘଟଣା ।
ତେଣୁ ବିମାନ ଯାତ୍ରା ପାଇଁ ଟିକେଟ କାଟିଲା ବେଳେ ଯଦି ନିରାପଦ ସିଟ୍ ଖୋଜୁଛନ୍ତି । ତାହେଲେ ଆପଣ ହୁଏତ ନିରାପଦ ସିଟ୍ ପାଇପାରିବେ ନାହିଁ । କାରଣ ବିମାନର କେଉଁ ଅଂଶଟି ନିରାପଦ ତାହା କହିବା ସଂଭବପର ନୁହେଁ । ସାରା ଦେଶରେ 11 ଏ ସିଟ୍ ନମ୍ବରକୁ ନେଇ ଚର୍ଚା ବଢ଼ୁଛି । ଅନେକ ଏହାକୁ ଲକି ନମ୍ବର ବୋଲି ଗ୍ରହଣ କରୁଛନ୍ତି । କିନ୍ତୁ 11 ଏ ଯେ ସବୁବେଳେ ନିରାପଦ ବିମାନ ଯାତ୍ରାର ଗ୍ୟାରେଣ୍ଟି ଦେବ ଏହା ଭାବିବା ଭୂଲ ।