ସିନ୍ଦୂର ଅପରେସନ୍ ର ସଫଳତାକୁ ନେଇ ତ୍ରିରଙ୍ଗା ଯାତ୍ରା । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିସେନାଙ୍କୁ ସମ୍ମାନ ଜଣାଇବା ଲାଗି ‘ପରାକ୍ରମ ଶୋଭାଯାତ୍ରା’ ଆୟୋଜିତ ହୋଇଛି। ଏଥିଲାଗି ରାଜଧାନୀ ଭୁବନେଶ୍ବରରେ କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ‘ପରାକ୍ରମ ଶୋଭାଯାତ୍ରା’ ବାହାରିଛି। ଏହାକୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ବାଇକ୍ ରାଲିର ଆୟୋଜନ କରାଯାଇଛି। ଏଥିରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଏନସିସି, ସ୍କାଉଟ୍ ଗାଇଡ୍, ସିଆରପିଏଫ୍, ପୁଲିସ ଓ ଟ୍ରାଫିକ୍ ପୁଲିସ୍ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି।