• Latest
  • Trending
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

Sep-10-2025 01:19 AM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
odisha.newsroom.in

ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?

Mar-28-2026 11:07 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

by M M
Sep-10-2025 01:19 AM IST
in ବଡ଼ ଖବର
0
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ
491
SHARES
1.4k
VIEWS
Share on FacebookShare on Twitter

ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । 452 ଭୋଟ ପାଇ ବିଜୟୀ ହୋଇଛନ୍ତି । ନୂଆ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯାଇଛି । ଏନଡିଏର ପ୍ରାର୍ଥୀ ସିପି ରାଧାକୃଷ୍ଣନ  ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୮୧ ଜଣ ଭୋଟର ଥିଲେ । 767 ଜଣ ସାଂସଦ ଭୋଟ ଦେଇଥିଲେ । ସେଥିରୁ 15 ଜଣ ସାଂସଦଙ୍କ ଭୋଟ ନାକଜ ହୋଇଥିଲା ।  ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବାପାଇଁ ସ୍ଥିର ହୋଇଥିଲା ।

ସିପି ରାଧାକ୍ରିଷ୍ଣନ, ଜନ୍ମ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁର ଜିଲ୍ଲାରେ ହୋଇଥିଲା। ସିପି ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ, ଅର୍ଥାତ୍ ୧୯୭୩ ମସିହାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ୧୯୭୪ରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି (BJP) ସହିତ ଜଡିତ ହୋଇ ସେ ତାମିଲନାଡୁରେ ଦଳର ପ୍ରମୁଖ ନେତା ଭାବେ ଉଭା ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଜେପି ତାମିଲନାଡୁର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ବିଜେପି କେରଳର ସର୍ବଭାରତୀୟ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସେ କୋଏମ୍ବାଟୁର ଲୋକସଭା ଆସନରୁ ୧୯୯୮ ଓ ୧୯୯୯ରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦୁଇଥର ସାଂସଦ ହୋଇଥିଲେ। ୧୯୯୮ରେ ସେ ୧.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଏବଂ ୧୯୯୯ରେ ୫୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ, ୨୦୦୪, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ସିପି ରାଧାକ୍ରିଷ୍ଣନ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ସେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ୨୪ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

୨୦୨୫ ଅଗଷ୍ଟ ୧୭ରେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

୨୦୧୯ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୭.୧୧ କୋଟି ଟଙ୍କା।

ସିପି ରାଧାକ୍ରିଷ୍ଣନ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ଯିଏ ରାଜନୀତି, ବ୍ୟବସାୟ ଓ ସାମାଜିକ କାର୍ଯ୍ୟରେ ନିଜର ଛାପ ଛାଡିଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ ଦାୟିତ୍ୱ ଏବଂ ଉପରାଷ୍ଟ୍ରପତି ଭାବେ ବିଜୟ ତାଙ୍କୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠିତ କରିଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 2:28 PM
 

S
Partly cloudy
35°C
3.5 m/s
Apparent: 31°C
Pressure: 1007 mb
Humidity: 87%
Winds: 3.5 m/s S
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom