• Latest
  • Trending
ସେୟାର୍ ମାର୍କେଟ୍ ଜୁଆଖେଳ କି ?

ସେୟାର୍ ମାର୍କେଟ୍ ଜୁଆଖେଳ କି ?

September 18, 2024

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
  • About
  • Careers
  • Contact Us
Saturday, August 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ସେୟାର୍ ମାର୍କେଟ୍ ଜୁଆଖେଳ କି ?

by M M
September 18, 2024
in ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ସେୟାର୍ ମାର୍କେଟ୍ ଜୁଆଖେଳ କି ?

ତୃତୀୟ ସେସନରେ ଷ୍ଟକ୍ ମାର୍କେଟ ଜୁଆ ଖେଳ ନୁହେଁ କହିଥିଲେ ନିଉଜ ରୁମ ଏଡିଟର ମନୋରଂଜନ ମିଶ୍ର । ସେ ଉଦାହରଣ ଦେଇ କହିଥିଲେ ଓଡ଼ିଶାରେ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ସେୟାର ମାର୍କେଟ ଉପରେ ଅଧିକ ବୁଝିବା ଆବଶ୍ୟକ । ଷ୍ଟକ୍ ମାର୍କେଟ ହିଁ ଆଗାମୀ ଦିନର ଅର୍ଥନୀତି । ଭାରତର ଅର୍ଥନୀତି ଷ୍ଟକ୍ ମାର୍କେଟର ଅଗ୍ରଗତି ଉପରେ ନିର୍ଭର କରୁଛି । ଆଉ ପଛରେ ଥିବା ଓଡ଼ିଶା ଏଥିରେ ଟଙ୍କା ବିନିଯୋଗ କରି ଆଗାମୀ ଦିନରେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ ।
ସଂତୃପ୍ତ ମିଶ୍ର, ପୂର୍ବତନ ସିଇଓ ଆଦିତ୍ୟ ବିର୍ଲା ଗ୍ରୁପ, କହିଥିଲେ ଜୁଆ ଏବଂ ଷ୍ଟକ୍ ମଧ୍ୟରେ କିଛି ସମାନତା ରହିଛି । କିନ୍ତୁ ରିସ୍କ ଜୁଆରେ ଅଧିକ ରହିଛି । କିନ୍ତୁ ଷ୍ଟକରେ ବିନିଯୋଗ ଉତ୍ତମ । ଷ୍ଟକରେ ରାତାରାତି ଅଧିକ ଲାଭ ମିଳେ ନାହିଁ । ସ୍ଥିର ଚିତ୍ତରେ କିଛି ଦିନ ଇନଭେଷ୍ଟ କଲେ ଆମେ ଅଧିକ ରିଟର୍ଣ୍ଣ ପାଇବା । ଷ୍ଟକ୍ କୁ ଭଲ ଭାବେ ବୁଝିଲେ ତାହା ଅଧିକ ଟଙ୍କା ଦିଏ । ଅଳ୍ପ ଜ୍ଞାନରେ ଏଥିରେ କ୍ଷତି ହୋଇଥାଏ । ସଦାବେଳେ ସେଫ୍ଟି ଟଙ୍କା ରଖି ଆପଣ ଟଙ୍କା ଇନଭେଷ୍ଟ କରିବା ଆବଶ୍ୟକ । ଏଥିରେ ବିଭିନ୍ନ ରାସ୍ତା ଅଛି । ଆପଣ ମ୍ୟୁଚିଆଲ ଫଣ୍ଡରେ ଟଙ୍କା ବିନିଯୋଗ କରିଲେ ଭଲ କାରଣ ଏଥିରେ ସିଷ୍ଟମାଟିକ୍ ରହିଛି । ଷ୍ଟକ୍ ମାର୍କେଟ କ୍ରାସ କରିବା ମାନେ ନୁହଁ ଅର୍ଥନୀତି ଭୁଷୁଡିଗଲା । ପୁଣି କିଛି ଦିନରେ ଏହା ଉପରକୁ ଉଠିପାରେ । ଜୀବନ ହେଉଛି ଏକ ଜୁଆ କିନ୍ତୁ ରିସ୍କ ନେଇ ବି କାମ କରିବାକୁ ପଡ଼ିଥାଏ । ଜନ୍ମଠାରୁ ମୃତ୍ୟୁ ମଧ୍ୟରେ ଅନେକ ଘଟଣା ଅଛି ଏପରିକି ବାହାଘର ଆଦିକୁ ବି ସେ ଜୁଆ ସହ ତୁଳନା କରିଥିଲେ ତେଣୁ ଭୟ ନକରି ଜୁଆ ସହ ବି ଆଗେଇବାକୁ ପଡ଼ିବ । ନିଜକୁ ଇନଭେଷ୍ଟର ଭାବି ଆଗକୁ ଯିବାକୁ ପଡ଼ିବ ।
ତପନ ଚାନ୍ଦ ପୂର୍ବତନ ସିଏମଡି ନାଲକୋ, କହିଥିଲେ ଷ୍ଟକରେ ମୁଁ ଯେତେ ଇନଭେଷ୍ଟ କରିଛି ତାହାଠୁ ଅଧିକ ଲାଭ ପାଇଛି । ଷ୍ଟକ୍ ମାର୍କେଟ ହେଉଛି ସବୁଠୁ ଭଲ ଅପସନ ଟଙ୍କା ବିନିଯୋଗ କରିବା ପାଇଁ । ଏଥିରେ କ୍ଷତି କମ , ଲାଭ ଅଧିକ । ଏଥିରେ ସାଧାରଣ ଲୋକ ସାମିଲ ହେବା ଆବଶ୍ୟକ । ଟଙ୍କା ଲଗାଇବା ଆବଶ୍ୟକ । ଖାଲି ଧନୀ ଲୋକମାନେ ଏଥିରେ ଧନ ଅଧିକ ପାଇଥାନ୍ତି । ସେମାନେ ଜ୍ଞାନର ସଦୁପଯୋଗ କରିଥାନ୍ତି । ସାଧାରଣ ଲୋକ ଯଦି ବୁଝିକି ଟଙ୍କା ଲଗାନ୍ତି ତେବେ ଅଧିକ ଟଙ୍କା ପାଇବେ ।
ଅଶୋକ କୁମାର ବଳ ,ପୂର୍ବତନ ଆଇଆରଏସ ଓ ପୂର୍ବତନ ଚେୟାରମ୍ୟାନ ମୁମ୍ବାଇ ପୋର୍ଟ ଟ୍ରଷ୍ଟ କହିଥିଲେ ଯଦି ଆପଣ ଏହାକୁ ଜୁଆ ଭାବିବେ ତାହା ଜୁଆ ଯଦି ଏହାକୁ ଟଙ୍କା ରୋଜଗାରର ମାଧ୍ୟମ ଭାବିବେ ତେବେ ଭଲ ରୋଜଗାର ପାଇପାରିବେ । ଆପଣ ଯଦି ବୁଝିକି ଟଙ୍କା ଲଗାଇବେ ତେବେ ଏଥିରୁ କେବେ ବି କ୍ଷତି ପାଇବେ ନାହିଁ । କାହା କଥାରେ ଯାଆନ୍ତୁ ନାହିଁ । ଭଲ ପରାମର୍ଶ ଗ୍ରହଣ କରି ଷ୍ଟକ୍ କିଣିଲେ ନିଶ୍ଚୟ ଲାଭରେ ରହିବେ ।
ଜୀବନବ୍ୟାପୀ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ କଳିଙ୍ଗ ହସପିଟାଲର ପ୍ରତିଷ୍ଠାତା ଡାକ୍ତର ସୀତକଣ୍ଠ ଦାଶ । ଡା ଦାଶ କହିଥିଲେ ନିଜ ଅନୁଭବରୁ କହିଥିଲେ ଓଡ଼ିଶା ପଛୁଆ ନୁହେଁ । ଓଡ଼ିଶା ଆଗଉଛି । ସେ ନିଜର ଉଦାହରଣ ଦେଇ କହିଥିଲେ ନିଜେ ଓଡ଼ିଶାରେ ଜନ୍ମଗ୍ରହଣ କରି ଅନେକ ଉଚ୍ଚସ୍ଥାନକୁ ଯାଇଛନ୍ତି । ଦେବାଳିଆ ହୋଇଥିବା କଳିଙ୍ଗ ହସପିଟାଲକୁ ଭଲ ସ୍ଥିତିକୁ ଆଣିପାରିଛନ୍ତି । ଇନଭେଷ୍ଟ ଉପରେ ସେ ଗୁରତ୍ବ ଦେଇ ଅନେକ ପାହାଚ ଅତିକ୍ରମ କରିଛନ୍ତି । ହେଲଥ କେୟାରରେ ସେ ଟଙ୍କା ଇନଭେଷ୍ଟ କରିଛନ୍ତି ଏବଂ ଭଲ ରିଟର୍ଣ୍ଣ ପାଇଛନ୍ତି । ଦେଶ ବିଦେଶର ଅନେକ ସଂସ୍ଥା ସହ ସେ ଜଡିତ ହୋଇ ସେ ଟଙ୍କା ଇନଭେଷ୍ଟ କରି ଲାଭ ପାଇଛନ୍ତି ।
ସମ୍ବିତ ତ୍ରିପାଠୀ କହିଥିଲେ ଟଙ୍କା ବଢ଼ାଇବାର ଉପାୟ ହେଉଛି ଷ୍ଟକ୍ ମାର୍କେଟ ଭଲ । ଓଡ଼ିଶାର ଯୁବପିଢ଼ି ଏବେ ଭଲ ସମ୍ପତ୍ତି ସୃଷ୍ଟି କରିପାରୁଛନ୍ତି । ଓଡ଼ିଆମାନେ ଯେଉଁମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ସହଯୋଗ କରିବା ଆବଶ୍ୟକ । ଗୁଜରାଟରେ ସହଯୋଗ ରହିଛି । ସେମାନେ ଆଗକୁ ବଢ଼ୁଛନ୍ତି । ଏଠି ତାହା ନାହିଁ ତେଣୁ ପଛରେ ଆମେ ରହିଛୁ ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

Weather

Bhubaneswar
August 2, 2025, 10:35 pm
 

SSW
Overcast
28°C
0.8 m/s
Apparent: 36°C
Pressure: 1004 mb
Humidity: 94%
Winds: 0.8 m/s SSW
Windgusts: 7.3 m/s
UV-Index: 0
Precip.: 2.5mm /78% / Rain
Sunrise: 5:22 am
Sunset: 6:23 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom