• Latest
  • Trending

ସେୟାର୍ ମାର୍କେଟ୍ ଜୁଆଖେଳ କି ?

Sep-18-2024 07:42 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ସେୟାର୍ ମାର୍କେଟ୍ ଜୁଆଖେଳ କି ?

by M M
Sep-18-2024 07:42 PM IST
in ବିଶେଷ
0
491
SHARES
1.4k
VIEWS
Share on FacebookShare on Twitter

ସେୟାର୍ ମାର୍କେଟ୍ ଜୁଆଖେଳ କି ?

ତୃତୀୟ ସେସନରେ ଷ୍ଟକ୍ ମାର୍କେଟ ଜୁଆ ଖେଳ ନୁହେଁ କହିଥିଲେ ନିଉଜ ରୁମ ଏଡିଟର ମନୋରଂଜନ ମିଶ୍ର । ସେ ଉଦାହରଣ ଦେଇ କହିଥିଲେ ଓଡ଼ିଶାରେ ଲୋକମାନେ ଟଙ୍କା ରୋଜଗାର କରିବା ପାଇଁ ସେୟାର ମାର୍କେଟ ଉପରେ ଅଧିକ ବୁଝିବା ଆବଶ୍ୟକ । ଷ୍ଟକ୍ ମାର୍କେଟ ହିଁ ଆଗାମୀ ଦିନର ଅର୍ଥନୀତି । ଭାରତର ଅର୍ଥନୀତି ଷ୍ଟକ୍ ମାର୍କେଟର ଅଗ୍ରଗତି ଉପରେ ନିର୍ଭର କରୁଛି । ଆଉ ପଛରେ ଥିବା ଓଡ଼ିଶା ଏଥିରେ ଟଙ୍କା ବିନିଯୋଗ କରି ଆଗାମୀ ଦିନରେ ଅଧିକ ଲାଭବାନ ହୋଇପାରିବେ ବୋଲି କହିଥିଲେ ।
ସଂତୃପ୍ତ ମିଶ୍ର, ପୂର୍ବତନ ସିଇଓ ଆଦିତ୍ୟ ବିର୍ଲା ଗ୍ରୁପ, କହିଥିଲେ ଜୁଆ ଏବଂ ଷ୍ଟକ୍ ମଧ୍ୟରେ କିଛି ସମାନତା ରହିଛି । କିନ୍ତୁ ରିସ୍କ ଜୁଆରେ ଅଧିକ ରହିଛି । କିନ୍ତୁ ଷ୍ଟକରେ ବିନିଯୋଗ ଉତ୍ତମ । ଷ୍ଟକରେ ରାତାରାତି ଅଧିକ ଲାଭ ମିଳେ ନାହିଁ । ସ୍ଥିର ଚିତ୍ତରେ କିଛି ଦିନ ଇନଭେଷ୍ଟ କଲେ ଆମେ ଅଧିକ ରିଟର୍ଣ୍ଣ ପାଇବା । ଷ୍ଟକ୍ କୁ ଭଲ ଭାବେ ବୁଝିଲେ ତାହା ଅଧିକ ଟଙ୍କା ଦିଏ । ଅଳ୍ପ ଜ୍ଞାନରେ ଏଥିରେ କ୍ଷତି ହୋଇଥାଏ । ସଦାବେଳେ ସେଫ୍ଟି ଟଙ୍କା ରଖି ଆପଣ ଟଙ୍କା ଇନଭେଷ୍ଟ କରିବା ଆବଶ୍ୟକ । ଏଥିରେ ବିଭିନ୍ନ ରାସ୍ତା ଅଛି । ଆପଣ ମ୍ୟୁଚିଆଲ ଫଣ୍ଡରେ ଟଙ୍କା ବିନିଯୋଗ କରିଲେ ଭଲ କାରଣ ଏଥିରେ ସିଷ୍ଟମାଟିକ୍ ରହିଛି । ଷ୍ଟକ୍ ମାର୍କେଟ କ୍ରାସ କରିବା ମାନେ ନୁହଁ ଅର୍ଥନୀତି ଭୁଷୁଡିଗଲା । ପୁଣି କିଛି ଦିନରେ ଏହା ଉପରକୁ ଉଠିପାରେ । ଜୀବନ ହେଉଛି ଏକ ଜୁଆ କିନ୍ତୁ ରିସ୍କ ନେଇ ବି କାମ କରିବାକୁ ପଡ଼ିଥାଏ । ଜନ୍ମଠାରୁ ମୃତ୍ୟୁ ମଧ୍ୟରେ ଅନେକ ଘଟଣା ଅଛି ଏପରିକି ବାହାଘର ଆଦିକୁ ବି ସେ ଜୁଆ ସହ ତୁଳନା କରିଥିଲେ ତେଣୁ ଭୟ ନକରି ଜୁଆ ସହ ବି ଆଗେଇବାକୁ ପଡ଼ିବ । ନିଜକୁ ଇନଭେଷ୍ଟର ଭାବି ଆଗକୁ ଯିବାକୁ ପଡ଼ିବ ।
ତପନ ଚାନ୍ଦ ପୂର୍ବତନ ସିଏମଡି ନାଲକୋ, କହିଥିଲେ ଷ୍ଟକରେ ମୁଁ ଯେତେ ଇନଭେଷ୍ଟ କରିଛି ତାହାଠୁ ଅଧିକ ଲାଭ ପାଇଛି । ଷ୍ଟକ୍ ମାର୍କେଟ ହେଉଛି ସବୁଠୁ ଭଲ ଅପସନ ଟଙ୍କା ବିନିଯୋଗ କରିବା ପାଇଁ । ଏଥିରେ କ୍ଷତି କମ , ଲାଭ ଅଧିକ । ଏଥିରେ ସାଧାରଣ ଲୋକ ସାମିଲ ହେବା ଆବଶ୍ୟକ । ଟଙ୍କା ଲଗାଇବା ଆବଶ୍ୟକ । ଖାଲି ଧନୀ ଲୋକମାନେ ଏଥିରେ ଧନ ଅଧିକ ପାଇଥାନ୍ତି । ସେମାନେ ଜ୍ଞାନର ସଦୁପଯୋଗ କରିଥାନ୍ତି । ସାଧାରଣ ଲୋକ ଯଦି ବୁଝିକି ଟଙ୍କା ଲଗାନ୍ତି ତେବେ ଅଧିକ ଟଙ୍କା ପାଇବେ ।
ଅଶୋକ କୁମାର ବଳ ,ପୂର୍ବତନ ଆଇଆରଏସ ଓ ପୂର୍ବତନ ଚେୟାରମ୍ୟାନ ମୁମ୍ବାଇ ପୋର୍ଟ ଟ୍ରଷ୍ଟ କହିଥିଲେ ଯଦି ଆପଣ ଏହାକୁ ଜୁଆ ଭାବିବେ ତାହା ଜୁଆ ଯଦି ଏହାକୁ ଟଙ୍କା ରୋଜଗାରର ମାଧ୍ୟମ ଭାବିବେ ତେବେ ଭଲ ରୋଜଗାର ପାଇପାରିବେ । ଆପଣ ଯଦି ବୁଝିକି ଟଙ୍କା ଲଗାଇବେ ତେବେ ଏଥିରୁ କେବେ ବି କ୍ଷତି ପାଇବେ ନାହିଁ । କାହା କଥାରେ ଯାଆନ୍ତୁ ନାହିଁ । ଭଲ ପରାମର୍ଶ ଗ୍ରହଣ କରି ଷ୍ଟକ୍ କିଣିଲେ ନିଶ୍ଚୟ ଲାଭରେ ରହିବେ ।
ଜୀବନବ୍ୟାପୀ ସମାଜସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ କଳିଙ୍ଗ ହସପିଟାଲର ପ୍ରତିଷ୍ଠାତା ଡାକ୍ତର ସୀତକଣ୍ଠ ଦାଶ । ଡା ଦାଶ କହିଥିଲେ ନିଜ ଅନୁଭବରୁ କହିଥିଲେ ଓଡ଼ିଶା ପଛୁଆ ନୁହେଁ । ଓଡ଼ିଶା ଆଗଉଛି । ସେ ନିଜର ଉଦାହରଣ ଦେଇ କହିଥିଲେ ନିଜେ ଓଡ଼ିଶାରେ ଜନ୍ମଗ୍ରହଣ କରି ଅନେକ ଉଚ୍ଚସ୍ଥାନକୁ ଯାଇଛନ୍ତି । ଦେବାଳିଆ ହୋଇଥିବା କଳିଙ୍ଗ ହସପିଟାଲକୁ ଭଲ ସ୍ଥିତିକୁ ଆଣିପାରିଛନ୍ତି । ଇନଭେଷ୍ଟ ଉପରେ ସେ ଗୁରତ୍ବ ଦେଇ ଅନେକ ପାହାଚ ଅତିକ୍ରମ କରିଛନ୍ତି । ହେଲଥ କେୟାରରେ ସେ ଟଙ୍କା ଇନଭେଷ୍ଟ କରିଛନ୍ତି ଏବଂ ଭଲ ରିଟର୍ଣ୍ଣ ପାଇଛନ୍ତି । ଦେଶ ବିଦେଶର ଅନେକ ସଂସ୍ଥା ସହ ସେ ଜଡିତ ହୋଇ ସେ ଟଙ୍କା ଇନଭେଷ୍ଟ କରି ଲାଭ ପାଇଛନ୍ତି ।
ସମ୍ବିତ ତ୍ରିପାଠୀ କହିଥିଲେ ଟଙ୍କା ବଢ଼ାଇବାର ଉପାୟ ହେଉଛି ଷ୍ଟକ୍ ମାର୍କେଟ ଭଲ । ଓଡ଼ିଶାର ଯୁବପିଢ଼ି ଏବେ ଭଲ ସମ୍ପତ୍ତି ସୃଷ୍ଟି କରିପାରୁଛନ୍ତି । ଓଡ଼ିଆମାନେ ଯେଉଁମାନେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ତାଙ୍କୁ ସହଯୋଗ କରିବା ଆବଶ୍ୟକ । ଗୁଜରାଟରେ ସହଯୋଗ ରହିଛି । ସେମାନେ ଆଗକୁ ବଢ଼ୁଛନ୍ତି । ଏଠି ତାହା ନାହିଁ ତେଣୁ ପଛରେ ଆମେ ରହିଛୁ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 6:32 AM
 

SSW
Overcast
24°C
0.8 m/s
Apparent: 30°C
Pressure: 1010 mb
Humidity: 90%
Winds: 0.8 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom