ରାଜ୍ୟସଭା କ୍ରସ ଭୋଟିଂ ପରେ କଣ ହେବ ସୋଫିଆଙ୍କ ଭବିଷ୍ୟତ ? ଏମିତି କିଛି ପ୍ରଶ୍ନ ଏବେ ଉଙ୍କି ମାରୁଛି । ରାଜନୈତିକ ପଣ୍ଡିତମାନେ ଏହାକୁ ନେଇ ବିଭିନ୍ନ ଆକଳନ କରୁଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ।
ସୋଫିଆଙ୍କ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ଲୋକ ପ୍ରତିନିଧି ମାନେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ଆମ ଦଳକୁ ଆସି ପାରିବେ ନାହିଁ। ସେଥିପାଇଁ ସୋଫିଆ ଏବେ କଂଗ୍ରେସ ଦଳରେ ଅଛନ୍ତି। ସେଥିପାଇଁ ସେ ଏବେ ଯୋଗ ଦାନ କରି ପାରିବେ ନାହିଁ। ମୁଁ ଦୁଇ ମାସ ତଳେ କଂଗ୍ରେସରୁ ବହିଷ୍କୃତ ହୋଇଛି। ମୋର କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ।
ମୁଁ ନୂଆ ପାର୍ଟି ଓଡ଼ିଶା ଜନତା କଂଗ୍ରେସ ତିଆରି କରିଛି। କଂଗ୍ରେସ କର୍ପୋରେଟର ମାନେ ତାଙ୍କ ନିଷ୍ପତ୍ତି ନେଇ ପାରିବେ। ଯେଉଁମାନେ ଚାହିଁବେ ଓଡିଶା ଜନତା କଂଗ୍ରେସରେ ଯୋଗ ଦେଇ ପାରିବେ। ଆସନ୍ତାକାଲି ଯାଜପୁରରେ ଗୋଟେ ବଡ଼ ସମାବେଶ ହେଉଛି। ସାତଟି ନିର୍ବାଚନ ମଣ୍ଡଳୀର ଲୋକ ସେଠାରେ ଏକାଠି ହେବେ। ଏହାପରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକ୍ରମ ଚାଲିବ। ପରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହେବ।
ଏହା ପରେ ଓଡିଶା ଜନତା କଂଗ୍ରେସ ଲୋକଙ୍କ ସମସ୍ୟାକୁ ନେଇ ଲଢେଇ କରିବ। ଆମେ ବିଜେପିର ବିକଳ୍ପ ହେବୁ। ବିଜେଡି ଓ କଂଗ୍ରେସ ଆମ ସହିତ ମୁକାବିଲା କରିବା ସ୍ଥିତିରେ ନାହାନ୍ତି। ଆମ ଲଢେଇ ସରକାରରେ ଥିବା ଦଳ ସହିତ ହେବ। ଆଗାମୀ ଉତ୍କଳ ଦିବସ ଦିନ ଦେଖିବେ କଟକ ସହର କାହା ସହିତ ଅଛି।
















