ପ୍ରତାପ ଜେନାଙ୍କ ଘର ଆଗରେ ରାତିଅଧିଆ ଗୁଣ୍ଡାରାଜ

by newsroom MAR-21-2026 11:28 AM IST in ଅପରାଧ

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘର ଆଗରେ ରାଜ୍ୟସଭା ନିର୍ବାଚନର ବଡ ପ୍ରଭାବ ଦେଖିବାକୁ ମିଳିଛି 1 ଗତକାଲି ରାତି ଅଧରେ ବିଜେଡିର କିଛି ନିଲମ୍ବିତ ଯୁବ ଓ ଛାତ୍ରନେତା ପ୍ରତାପଙ୍କ ଘର ଆଗରେ ପ୍ରବଳ ହଂଗାମା କରିଛନ୍ତି 1 ବାହାରେ ବାଣ ଫୁଟାଇ ପରିବାର ଲୋକଙ୍କୁ ଭୟଭୀତ କରିଛନ୍ତି 1

ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତିରେ ଅଧରେ ବିଜେଡିରୁ ନିଲମ୍ବିତ ଯୁବ ଓ ଛାତ୍ର ନେତାଙ୍କ ପାଟିତୁଣ୍ଡ। ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇ କଲେ ହଙ୍ଗାମା। ଘର ଲୋକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନିଲମ୍ବିତ ନେତାଙ୍କ ହଙ୍ଗାମା ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରତାପ ଜେନା।

ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି ୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଥିଲେ। ପ୍ରତାପ ଜେନାଙ୍କ ଦସ୍ତଖତ କ୍ରମେ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ ନୋଟିସ ପ୍ରକାଶ ପାଇଥିଲା। ପରେ ରାତିରେ ଏହି ହଙ୍ଗାମା ଦେଖିବାକୁ ମିଳିଥିଲା। ଘଟଣା ପରେ ପ୍ରତାପଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି।

ଏହି ଘଟଣା ପରେ ବିଜେଡିର ଅନ୍ତଃକନ୍ଦଳ ପଦାକୁ ଆସିଛି 1 ଆଗକୁ ଏଭଳି ଆହୁରି ଅନେକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ରାଜନୈତିକ ପଣ୍ଡିତ ମନେକରୁଛନ୍ତି 1