ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି। ବୁଧବାର ସେ “ଶଙ୍ଖ’ ଛାଡ଼ିଥିଲେ, ୨୪ ଘଣ୍ଟା ନପୂରୁଣୁ ସେ ଗୁରୁବାର “ହାତ’ ଧରିଛନ୍ତି । ଜୁଲାଇ ୧୧ରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶାଗସ୍ତର କିଛିଘଣ୍ଟା ପୂର୍ବରୁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି। ବୁଧବାର ସୁନୀତା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିଲେ ।