ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆଗାମୀ ୧୭ ସେପ୍ଟେମ୍ବରରେ ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସରକାର କାର୍ଯ୍ୟାଦେଶ ଦେବେ।
ଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ପ୍ରଦାନ କରିଛନ୍ତି। ନଭେମ୍ବର ମାସରୁ କାର୍ଯ୍ୟାଦେଶ ଦିଆଯିବ। ନଭେମ୍ବର ମାସ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟା ଶେଷ ହେବ। 35 ଲକ୍ଷ ଆବେଦନ ହୋଇଛି । ଏହି ଆବେଦନ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଚି଼ହ୍ନଟ ହୋଇଛି । ସ୍କୁଟିନ କରାଯାଇଛି ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।