ବଜାରରେ ଉପଲବ୍ଧ ପ୍ରୋଟିନ୍ ସ୍ବାସ୍ଥ୍ୟ ପାଇଁ କେତେ ଉପଯୋଗୀ ? ଆସନ୍ତୁ ତାହା ବିଷୟରେ ଜାଣିବା ।  ପ୍ରୋଟିନ ପାଉଡରକୁ ନେଇ ଅନେକ ଅଭିଯୋଗ ଉଠିଥାଏ ।  ଅନେକ ଲୋକ ଏହାକୁ ନିମ୍ନମାନର କହିଥାନ୍ତି । କେତେକ ଅଭିଯୋଗ କରନ୍ତି ପ୍ରୋଟିନ ପାଉଡର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଏସବୁ ଭିତରେ କିନ୍ତୁ କୋଟି କୋଟି ଟଙ୍କାର ପ୍ରୋଟିନ ପାଉଡର ବିକ୍ରି ହୋଇଥାଏ ।  ଭାରତରେ ସ୍ବାସ୍ଥ୍ୟ ସଚେତନ ଯୁବପିଢ଼ି ପ୍ରୋଟିନ ପାଉଡର ଉପରେ ବେଶୀ ନିର୍ଭର କରନ୍ତି ।  କିଛି ଗବେଷଣାରୁ ଜଣାପଡ଼ିଛି ଯେ କୋଟି କୋଟି ଲୋକ ଫିଟ୍‌ନେସ୍ ପାଇଁ ପ୍ରୋଟିନ୍ ପାଉଡର ନୀତିଦିନ ଖାଇଥାନ୍ତି ।   ଯାହା କି ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ କ୍ଷତିକାରକ ହୋଇପାରେ। ଭାରତରେ ଲୋକପ୍ରିୟ ପ୍ରୋଟିନ୍ ସପ୍ଲିମେଣ୍ଟଗୁଡ଼ିକୁ ବିଶ୍ଳେଷଣ କରି କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକାଂଶ ଫାର୍ମାସ୍ୟୁଟିକାଲ୍-ଗ୍ରେଡ୍ ପ୍ରୋଟିନ୍ ପାଉଡର ନିମ୍ନମାନର ।

ଲୋକମାନଙ୍କୁ ବିଜ୍ଞାପନ ଲୋଭ ଦେଖାଇ ନିମ୍ନମାନର ପ୍ରୋଟିନ ପାଉଡର ବିକ୍ରି ହୋଇଥାଏ । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍  ରେ ‘ଦି ସିଟିଜେନ୍ସ ପ୍ରୋଟିନ୍ ପ୍ରୋଜେକ୍ଟ ୨’ ରିପୋର୍ଟ ଅନୁସାରେ ପ୍ରୋଟିନ୍ ସପ୍ଲିମେଣ୍ଟରେ ନିମ୍ନମାନର ଉପାଦାନ ରହିଥିବା ଦେଖାଯାଏ । ଯାହା ଦେହର ଆଭ୍ୟନ୍ତରୀଣ ଅଙ୍ଗକୁ ଧିରେ ଧିରେ ନଷ୍ଟ କରିଥାଏ ।  ଏହା ସହିତ ଟେଷ୍ଟ ବଢ଼ାଇବା ପାଇଁ  ଅତ୍ୟଧିକ ଚିନି ଏବଂ ବିଷାକ୍ତ ଧାତୁଗୁଡ଼ିକ ମିଶାଯାଇଥାଏ । ଯାହା କି  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ।  ଫିଟ୍‌ନେସ୍ ପାଇଁ ୱେ ପ୍ରୋଟିନ୍ ସପ୍ଲିମେଣ୍ଟକୁ ବ୍ରାଣ୍ଡ୍ କରି ବିକ୍ରି କରାଯାଉଥିବା ବେଳେ ଏହି  ପାଉଡର ଶରୀର ପାଇଁ ବେଶୀ କ୍ଷତିକାରକ ଯାହା  ଅଧ୍ୟୟନରୁ ଜଣାପଡିଛି । ପ୍ରୋଟିନ୍ ପାଉଡରରେ ରାସାୟନିକ ସାମଗ୍ରୀ ମିଶିଥିବାରୁ ସ୍ବାସ୍ଥ୍ୟକୁ ଏହା ବେଶୀ ଡ୍ୟାମେଜ କରିଥାଏ ।  ସାଧାରଣତ ବଜାରରେ ମିଳୁଥିବା ଅନେକ ପ୍ରୋଟିନ ପାଉଡରରେ -ଆମିନୋ ଏସିଡ୍ , ଚିନି,ହେଭି ମେଟାଲ୍ସ , ମାଇକୋଟକ୍ସିନ୍ , ହରମୋନ୍, କୀଟନାଶକ ମିଶିଥିବାରୁ ଏହାର ସାଇଡ ଇଫେକ୍ଟ ବେଶୀ ରହୁଛି ।  ୱେ ପ୍ରୋଟିନ୍ ପାଉଡରର ଗୁଣବତ୍ତା ଏବଂ  ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ଅତି ଖରାପ । ଅଧ୍ୟୟନରୁ ଜଣାପଡ଼ିଛି ଯେ ନିମ୍ନମାନର ପ୍ରୋଟିନ୍ ସପ୍ଲିମେଣ୍ଟ୍‌ଗୁଡ଼ିକ ଅତି ବିପଦପୂର୍ଣ୍ଣ ହୋଇଥାଏ ।

ଏହି ଅଧ୍ୟୟନରେ ଆହୁରି କୁହାଯାଉଛି ଯେ ପ୍ରୋଟିନ୍ ସପ୍ଲିମେଣ୍ଟଗୁଡ଼ିକରେ ଯାହା ନାହିଁ ତାହାର  ଭୁଲ୍ ଲେବଲ୍ ଲଗାଯାଉଛି। ପ୍ରୋଟିନ୍ ଏବଂ ଆମିନୋ ଏସିଡ୍‌ର ପ୍ରକୃତ ପରିମାଣ ବିଷୟରେ ଗ୍ରାହକଙ୍କୁ ସଠିକ୍ ସୂଚନା ଦିଆଯାଉନାହିଁ । ସୁକ୍ରୋଜ୍ ,  କିମ୍ବା ଫ୍ରକ୍ଟୋଜ୍ ପରି ୨ ଗ୍ରାମ୍‌ରୁ ଅଧିକ ଚିନି ଆଡିଟିଭ୍ ଥିବା ଉତ୍ପାଦଗୁଡ଼ିକୁ ‘ଲିନ୍ ସପ୍ଲିମେଣ୍ଟ୍’ ଭାବରେ ମାର୍କେଟ୍ ବିକ୍ରି କରାଯାଉଛି । ବଜାରରେ ମିଳୁଥିବା ଅନେକ ପ୍ରୋଟିନ୍ ଉତ୍ପାଦର ପରୀକ୍ଷା ପରେ ତାହା ଯେ ବହୁ କ୍ଷତିକାରକ ତାହା ପ୍ରମାଣିତ ହେଉଛି ।

ପ୍ରୋଟିନ୍ ସପ୍ଲିମେଣ୍ଟରେ ସୀସା ,  ଏବଂ କ୍ୟାଡମିୟମ୍  ଭଳି ହେଭି ମେଟାଲ୍‌ସ ରହିଛି । ଏପରିକି  କାର୍ସିନୋଜେନ୍ସ ,କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ମଧ୍ୟ ରହିଥିବା ଅଧ୍ୟୟନରୁ ଜଣାପଡିଛି ।

ଏପରିକି ମେଡିକାଲ୍-ଗ୍ରେଡ୍ ପ୍ରୋଟିନ୍ ସପ୍ଲିମେଣ୍ଟ୍ ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଉତ୍ପାଦଗୁଡ଼ିକ ଅସୁସ୍ଥ ଲୋକଙ୍କୁ ପ୍ରେସକ୍ରାଇବ୍ କରାଯାଉଛି। ଯାହାକି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଯେଉଁମାନେ ପ୍ରୋଟିନ୍ ଅଭାବରେ ଅଛନ୍ତି ଏବଂ  ମାଂସପେଶୀ ବୃଦ୍ଧି କରିବାକୁ ଚାହୁଁଛନ୍ତି ତାଙ୍କୁ ଏଭଳି ପ୍ରୋଟିନ ପାଉଡର ଖାଇବାକୁ ପ୍ରେସକ୍ରାଇବ କରାଯାଇ ଠକାଯାଉଛି ।

ଲଗାତାର ଏପରି ପ୍ରୋଟିନ୍ ପାଉଡର  ଖାଇବା ଦ୍ବାରା ବହୁ ଲୋକଙ୍କ ଆଭ୍ୟନ୍ତରୀଣ ଅଙ୍ଗ କ୍ଷତି କରୁଛି । ସ୍ନାୟୁଗତ ସମସ୍ୟା ସୃଷ୍ଟି କରୁଛି ।

ଯକୃତ (Liver) ଓ କିଡନୀକୁ କ୍ଷତି କରୁଛି ।