ମୋହନ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ନେଇ ଲୋକସେବା ଭବନରେ ବସିଥିଲା ବୈଠକ । ରାଜ୍ୟ ସରକାର କେଉଁ କାର୍ଯ୍ୟକ୍ରମ ହାତକୁ ନେବେ ସେନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରଥମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡ଼ିଶାବାସୀଙ୍କ ଆଗରେ ରଖିଥିଲେ ପ୍ରଧାନମନ୍ତ୍ରୀ । ଦ୍ବିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର । ​​​​​​​