• Latest
  • Trending
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

Oct-27-2025 06:41 PM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା

by M M
Oct-27-2025 06:41 PM IST
in ରାଜନୀତି, ରାଜ୍ୟ
0
ନୂଆପଡ଼ାରେ ପ୍ରଭାତୀଙ୍କୁ କଡ଼ା ଜବାବ୍ ଦେଲେ ବର୍ଷା ସିଂ ବରିହା
491
SHARES
1.4k
VIEWS
Share on FacebookShare on Twitter

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରେ ବର୍ଷିଛି ବିଜେଡି । ପ୍ରଭାତୀ ପରିଡ଼ାଙ୍କ ମନ୍ତବ୍ୟକୁ ନେଇ ବିଜେଡି ପକ୍ଷରୁ ନିନ୍ଦା କରାଯିବା ସହ ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ପ୍ରଭାତୀ ଜାଣିନଥିବା କୁହାଯାଇଛି । ମାରାଗୁଡ଼ା ଇତିହାସରେ ଭଣଜା, ଭାଣିଜୀଙ୍କୁ ଈଶ୍ୱର ସମାନ ବିବେଚନା କରାଯାଏ । ତାଙ୍କ ପାଦ ଧୋଇ ତାକୁ ପାଦୁକା ଭାବେ ପିଆଯାଏ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମା’ କିମ୍ୱା ଭଣଜା, ଭାଣିଜୀଙ୍କୁ କେହି ପର ବୋଲି ବିବେଚନା କରିନଥାନ୍ତି । ଭଣଜା, ଭାଣିଜୀଙ୍କୁ ପର ବୋଲି କହିବା କେଉଁଠିକାର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପଦମପୁର ବିଜେଡି ବିଧାୟିକା ବର୍ଷା ସିଂ ବରିହା ।

ନୂଆପଡ଼ା ହେଉଛି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଁ ଘର । ଏଠି ତାଙ୍କୁ ବହୁତ ସ୍ନେହ, ଆଦର ଓ ସମ୍ମାନ ମିଳୁଛି । ନୂଆପଡ଼ାବାସୀ ନିଶ୍ଚିତ ଭାବେ ତାଙ୍କୁ ବହୁଳ ଭୋଟରେ ବିଜୟୀ କରାଇବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।
ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍ ଦେଇ ଶ୍ରୀମତୀ ବରିହା କହିଛନ୍ତି ଯେ, ଯଦି ପ୍ରକୃତରେ କୌଣସି ସ୍ଥାନର ଉନ୍ନତି କରିବାକୁ ଚାହୁଁଛ ତା ହେଲେ ସେହି ସ୍ଥାନର ଇତିହାସକୁ ଭଲ ଭାବେ ଜାଣି ରଖିବା ଆବଶ୍ୟକ । କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ କଥାରୁ ଜଣାପଡୁଛି ଏଠାକାର ପରମ୍ପରା, ଇତିହାସ, ସଂସ୍କୃତି ସମ୍ପର୍କରେ ତାଙ୍କର ସାମାନ୍ୟତମ ଜ୍ଞାନ ନାହିଁ । ଘରେ ଘରେ ଭଣଜା, ଭାଣିଜୀଙ୍କୁ ସବୁଠାରୁ ଅଧିକ ସ୍ନେହ ଶ୍ରଦ୍ଧା ମିଳିଥାଏ । ପିଲା ବେଳେ ଛୁଟି ହେଲେ ସବୁ ପିଲା ପ୍ରଥମେ ନିଜ ମାମୁଁ ଘରକୁ ହିଁ ଆସିଥାନ୍ତି । କାରଣ ମାମୁଁ ଘରର ସ୍ଥାନ ଆଉ କେହି ନେଇପାରିବ ନାହିଁ । ଆମେ ପଛେ ଭୋକିଲା ରହିଯାଉ, କିନ୍ତୁ ଭଣଜା, ଭାଣିଜୀଙ୍କୁ ପ୍ରଥମେ ଖାଇବା ପାଇଁ ଦେଇଥାଉ । ଏହା ଆମ ସଂସ୍କୃତି, ଆମ ଚଳଣି । ମା’ ଓ ଭଣଜା, ଭାଣିଜୀଙ୍କୁ ଏପରି ଅସମ୍ମାନ କରିପାରୁଥିବା ମାମୁଁ, ମାଇଁ ଈଶ୍ୱର କାହାକୁ ନ ଦିଅନ୍ତୁ । ଏହା ଶ୍ରୀମତୀ ପରିଡ଼ାଙ୍କର ପରମ୍ପରା, ସଂସ୍କୃତି ହୋଇପାରେ, କିନ୍ତୁ ଏଠାକାର ଲୋକେ ଏପରି ମନ୍ତବ୍ୟକୁ କେବେ ଗ୍ରହଣ କରିବେ ନାହିଁ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ମନ୍ତବ୍ୟ ।
ଶ୍ରୀମତୀ ବରିହା ଆହୁରି କହିଥିଲେ ଯେ, ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ସରକାରଙ୍କୁ ମୁଁ ପଚାରିବାକୁ ଚାହୁଁଛି, ମା’ ମାନଙ୍କୁ ନେଇ ସୁଭଦ୍ରା ସମାବେଶ କରୁଛନ୍ତି । କିନ୍ତୁ ସୁଭଦ୍ରାରୁ ବଞ୍ଚିତ କେତେ ଜଣ ମା’ ମାନଙ୍କ ଦୁଃଖ ଶୁଣିଛନ୍ତି? ଟଙ୍କା ମିଳି ନଥିବାରୁ ଶ୍ରୀମତୀ ପରିଡ଼ାଙ୍କ ପାଖକୁ ଗୁହାରି ଜଣାଇବା ପାଇଁ ଯାଉଥିବା ମା’ ମାନଙ୍କୁ ଅସମ୍ମାନ କରାଯାଉଛି । ଯେଉଁ ସୁଭଦ୍ରା ନାମରେ ଭୋଟ ମାଗିଲେ, ଏବେ ସେହି ମାନଙ୍କୁ ନିଜ ପାଖରେ ପୁରାଉ ନାହାନ୍ତି । ଦୁଇ ବର୍ଷରେ ୫୦ ହଜାର ଟଙ୍କା ଦେବେ ବୋଲି କହିଲେ, କ୍ଷମତାକୁ ଆସିବା ପରେ ୫ ବର୍ଷରେ ଦେବା କଥା କହୁଛନ୍ତି । ସୁଭଦ୍ରା ଟଙ୍କା ଦେବା ପାଇଁ ମା’ ମାନଙ୍କୁ ପୋଷ୍ଟ ଅଫିସ୍ ଆଗରେ ଧାଡ଼ିରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଛିଡ଼ା କଲେ । ଏହା କ’ଣ ଓଡ଼ିଆ ଅସ୍ମିତା ବୋଲି ଶ୍ରୀମତୀ ବରିହା ପଚାରିଛନ୍ତି । ଡବଲ ଇଞ୍ଜିନ ସରକାରରେ କେବଳ ମା’ମାନଙ୍କୁ ନୁହେଁ, ଚାଷୀମାନେ ଆଜି ରାଜରାସ୍ତାରେ ବସିଛନ୍ତି । ଆଗାମୀ ଉପନିର୍ବାଚନରେ ନୂଆପଡ଼ାବାସୀ ଏହାର ଉଚିତ ଜବାବ ଦେବେ ।

Share196Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 9:07 PM
 

SSE
Clear sky
21°C
1.3 m/s
Apparent: 23°C
Pressure: 1018 mb
Humidity: 88%
Winds: 1.3 m/s SSE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom