-
ମେଷ: ଆର୍ଥିକ ଦିଗରୁ ଦିନଟି ଶୁଭ। କର୍ମକ୍ଷେତ୍ରରେ ପରିଶ୍ରମର ଫଳ ମିଳିବ। କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।
-
ବୃଷ: ପାରିବାରିକ ସୁଖଶାନ୍ତି ବଜାୟ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଲାଭବାନ ହେବେ।
-
ମିଥୁନ: ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଅଜଥା ବିତର୍କରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି।
-
କର୍କଟ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟିକ ଭ୍ରମଣ ଲାଭଦାୟକ ହେବ। ନୂଆ ଯୋଜନାରେ ସଫଳତା ପାଇବେ।
-
ସିଂହ: ଶତ୍ରୁମାନେ ପରାଜିତ ହେବେ। ଶାରୀରିକ ସୁସ୍ଥତା ଫେରିପାଇବେ। ବ୍ୟବସାୟରେ ପ୍ରଗତିର ଯୋଗ ରହିଛି।
-
କନ୍ୟା: ସନ୍ତାନଙ୍କ ପାଇଁ ଚିନ୍ତିତ ରହିପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ମଧ୍ୟମ ଫଳଦାୟୀ। କୌଣସି ନୂଆ କାର୍ଯ୍ୟରେ ହାତ ଦେବା ପୂର୍ବରୁ ବିଚାର କରନ୍ତୁ।
-
ତୁଳା: ମାନସିକ ଅବସାଦ ଦେଖାଦେଇପାରେ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଯାନବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ।
-
ବିଛା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇବନ୍ଧୁଙ୍କ ସହଯୋଗ ମିଳିବ। ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ।
-
ଧନୁ: ବାଣୀ ଉପରେ ସଂଯମ ରଖନ୍ତୁ। ଧନ ପ୍ରାପ୍ତିର ଯୋଗ ରହିଛି। ଆତ୍ମୀୟ ସ୍ୱଜନଙ୍କ ସହ ମନାନ୍ତର ହୋଇପାରେ।
-
ମକର: ମାନ-ସମ୍ମାନ ବୃଦ୍ଧି ପାଇବ। ନୂତନ ବସ୍ତ୍ର କିମ୍ବା ଆଭୂଷଣ ପ୍ରାପ୍ତିର ଯୋଗ ଅଛି। ମନ ପ୍ରସନ୍ନ ରହିବ।
-
କୁମ୍ଭ: ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଆଇନଗତ ସମସ୍ୟାର ସମାଧାନ ହେବ।
-
ମୀନ: ଆୟର ନୂଆ ଉତ୍ସ ସୃଷ୍ଟି ହେବ। ବନ୍ଧୁମିଳନରୁ ଆନନ୍ଦ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟର ସହଯୋଗ ମିଳିବ।



















