ସାରା ରାଜ୍ୟରେ ଏବେ ଗ୍ୟାସ ସଙ୍କଟ ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଥିବା ଆହାର କେନ୍ଦ୍ର ଗୁଡିକରେ ଏବେ ପ୍ରବଳ ଭିଡ ଦେଖିବାକୁ ମିଳୁଛି…। କିନ୍ତୁ ଅଭାବନୀୟ ବିଷୟଟି ହେଉଛି , ଏହି କେନ୍ଦ୍ର ଗୁଡିକ ଖୋଲିବା ମାତ୍ରେ କିଛି ସମୟ ଭିତରେ ଖାଦ୍ୟ ସରିଯାଉଛି।
ଗ୍ୟାସ୍ ସଙ୍କଟ ବେଳେ ଏହି ଆହାର କେନ୍ଦ୍ର ଭରସା। ତେବେ ଆହାର କେନ୍ଦ୍ର ଖୋଲୁ ଖୋଲୁ ଘଣ୍ଟାଏ ଭିତରେ ସରିଯାଉଛି ଖାଦ୍ୟ। ରାଜଧାନୀ ଭୁବନେଶ୍ବର ହେଉ କି କଟକ, ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ସମାନ ସ୍ଥିତି। ଯେହେତୁ ଏବେ ଗ୍ୟାସ୍ ଅଭାବ ଦେଖାଦେଇଛି, ବିଶେଷକରି ହଷ୍ଟେଲ୍ କିମ୍ବା ମେସ୍ କରି ରହୁଥିବା ଛାତ୍ରଛାତ୍ରୀ ଆହାର କେନ୍ଦ୍ର ମୁହାଁ ହେଉଛନ୍ତି।
ଯେହେତୁ ସେମାନେ ବ୍ୟବହାର କରୁଥିବା ୫ କିଲୋ ଓଜନର ଗ୍ୟାସ୍ ଆଉ ଭର୍ତ୍ତି ହୋଇପାରୁନି । ତେଣୁ ରୋଷେଇ କରିପାରୁ ନାହାନ୍ତି।
ସେପଟେ କମର୍ସିଆଲ୍ ସିଲିଣ୍ଡର ଅଭାବରୁ ଅନେକ ହୋଟେଲ ବନ୍ଦ ହୋଇଯାଇଛି ଓ ଯେଉଁଠି ହୋଟେଲ ଖୋଲିଛି ସେଠି ମଧ୍ୟ ଖାଦ୍ୟ ଦର ବଢ଼ି ଯାଇଛି। ଫଳରେ ୫ ଟଙ୍କିଆ ଭାତ-ଡାଲମା ଖାଇବାକୁ ଭିଡ଼ ଲାଗୁଛି।…
ଏଭଳି ସଙ୍କଟ ବେଳେ ସରକାର ଯଦି ପ୍ରତି ଆହାର କେନ୍ଦ୍ରର ମିଲ ସଂଖ୍ୟା ବଢାଇବାର ବ୍ୟବସ୍ଥା କରନ୍ତେ, ଅଧିକ ଲୋକ ଏହାର ସୁବିଧା ପାଇପାରନ୍ତେ । ଲମ୍ବା ଧାଡିରେ ରହି ଶେଷରେ ଭୋକ ଉପାସରେ ଆଉ ଫେରିବାକୁ ପଡ଼ନ୍ତାନି ।














