ରାଜ୍ୟ ବିଧାନସଭାରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡି ଓ କଂଗ୍ରେସ ବିଧାୟକମାନେ କଳା ଟି ସାର୍ଟ ପିନ୍ଧି ଗୋଟିଏ ବେଶ ଧାରଣ କରିଥିଲେ। ଏ ଦୃଶ୍ୟ ଦେଖିଲେ ଲାଗୁଥିଲା, ସତେ ଯେମିତି ସେମାନେ ଭାଇ ଭାଇ ।
ଏସସିବି ତାତିରେ ଆଜି ବି ଗୃହ ଅଚଳ। ଏକ୍ ହୋଇଗଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୃହ କାର୍ଯ୍ୟ ଆରମ୍ଭରୁ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ ବିରୋଧୀ ବିଧାୟକ। ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ କଳା ଟି-ସାର୍ଟ ପିନ୍ଧି ହଟ୍ଟଗୋଳ କରିଥିଲେ ।
ଫଳରେ ବାଧ୍ୟ ହୋଇ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ଆଜିକୁ ସପ୍ତାହେ ହେଲା ଗୃହ କାର୍ଯ୍ୟ ଚାଲିପାରୁନି । ଏସସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଜବାବରେ ବିଜେପି କହିଛି, ବିରୋଧୀଙ୍କ ଦାବିର କୌଣସି ଯଥାର୍ଥତା ନାହିଁ । ନିଜ ଦଳର ଅନ୍ତକନ୍ଦଳକୁ ଲୁଚେଇବା ପାଇଁ ବିରୋଧୀ ନାଟକବାଜି କରୁଛନ୍ତି ।


/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








