• Latest
  • Trending
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

by M M
Mar-25-2026 12:39 PM IST
in ବିଶେଷ, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ମହଣ ମହଣ ସୁନାରେ ସଜେଇ ହୁଅନ୍ତି ତିନି ଠାକୁର । ବର୍ଷକୁ ପ୍ରାୟ ୫ ଥର ଲେଖାଏଁ ହୁଏ ଠାକୁରଙ୍କ ସୁନାବେଶ । ତେବେ ଜାଣିଛନ୍ତି କି ଠାକୁରଙ୍କ ଭଣ୍ଡାରରେ ଗଚ୍ଛିତ ଅଛି କେତେ ଅଳଙ୍କାର । ପୁଳା ପୁଳା ସୁନା ସହ ରୂପା ବି ପ୍ରଚୁର ପରିମାଣରେ ଅଛି । ଯାହା ଜଣାପଡିଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପାଖାପାଖି ଦେଢ଼ କ୍ୱିଣ୍ଟାଲ (୧୪୯ କେଜି ୪୬୦ ଗ୍ରାମ) ସୁନା ଓ ୧୮୪ କେଜି ରୂପା ଅଳଙ୍କାର ରହିଛି ।

୨୦୨୩ ଜୁଲାଇରେ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହି ହିସାବ ଦର୍ଶାଯାଇଛି । ସତ୍ୟପାଠରେ କୁହାଯାଇଥିଲା ଯେ ଭିତର, ବାହାର ଓ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ସହିସଲାମତ ରହିଛି । ୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାର ହିସାବ ନିଆଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି, ତିନୋଟି କକ୍ଷରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଛି ।

​​​​​​​କେତେ ପ୍ରକାର ?

ଭିତର ରତ୍ନଭଣ୍ଡାର (କାଟାଗୋରୀ-୧) । ବାହାର ରତ୍ନଭଣ୍ଡାର (କାଟାଗୋରୀ-୨) ଏବଂ ତୃତୀୟ କାଟାଗୋରୀରେ ଥିବା ରତ୍ନଭଣ୍ଡାର ହେଉଛି ଚଳନ୍ତି ଭଣ୍ଡାର । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର କେବେ ବି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣି ପାଇଁ ବ୍ୟବହାର କରାଯାଇଥାଏ । ତୃତୀୟ କାଟାଗୋରୀ ବା ଚଳନ୍ତି ରତ୍ନଭଣ୍ଡାରରେ ରହୁଥିବା ଅଳଙ୍କାର ଭଗବାନଙ୍କ ନିତ୍ୟ ବ୍ୟବହାର ପାଇଁ ରଖାଯାଇଥାଏ ।

ଏହି ତିନୋଟି କାଟାଗୋରୀରେ ପ୍ରାୟ ଦେଢ କୁଇଣ୍ଟାଲ ସୁନା ଅଳଙ୍କାର ରହିଛି । ୧୮୩ କେଜି ୯୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ଏଥିରେ ଗୋଟେ ଭରିକୁ ୧୧.୬୬ ଗ୍ରାମ୍ ଭାବରେ ହିସାବ କରାଯାଇଛି । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ୍ର ସୁନା ଅଳଙ୍କାର ଥିଲାବେଳେ ୧୩୪ କେଜି ୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ୍ର ସୁନା ଥିଲାବେଳେ ୧୯ କେଜି ୪୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ସେହିପରି ଚଳନ୍ତି ରତ୍ନ ଭଣ୍ଡାରରେ ୩ କେଜି ୪୮୦ ଗ୍ରାମ୍‌ରେ ସୁନା ଏବଂ ୩୦ କେଜି ୩୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଥିବା ପ୍ରଶାସନ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାପଡ଼ିଛି ।

କେତେ ଅଛି ସୁନା ଓ ରୂପା ଅଳଙ୍କାର?

ରତ୍ନଭଣ୍ଡାରରେ ସୁନାରେ ଗଢ଼ା ଅଳଙ୍କାର ଓ ଦ୍ରବ୍ୟର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି ହେବ ବୋଲି ୧୯୭୮ ଗଣତିମଣତି ରିପୋର୍ଟରୁ ଜଣାପଡ଼େ । କେବଳ ଚଳନ୍ତି ଭଣ୍ଡାରରେ ରହିଛି ୨୯୯ ଭରିର ୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର । ସେହିପରି ୨୩ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୨୬୦୩ ଭରି । ଦୈନଦିନ ବ୍ୟବହାରରେ ଏହି ରତ୍ନଅଳଙ୍କାର ବ୍ୟବହାରରେ ଆସିଥାଏ । ସେହିପରି ବାହାର ଭଣ୍ଡାରରେ ୭୯ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୮୧୭୫ ଭରି । ଏହି ଭଣ୍ଡାରରେ ୩୯ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୪୬୭୧ ଭରି ।

​​​​​​​ଏହି ଅଳଙ୍କାରଗୁଡ଼ିକ କେବଳ ଉତ୍ସବ ଦିନମାନଙ୍କରେ ମହାପ୍ରଭୁଙ୍କ ବ୍ୟବହାରରେ ଲାଗିଥାଏ । ଭିତର ଭଣ୍ଡାରରେ ମହାପ୍ରଭୁଙ୍କ ବ୍ୟବହାରରେ ଆସୁନଥିବା ରତ୍ନଅଳଙ୍କାର ରହିଛି । ଯାହା ମଧ୍ୟରେ ୧୦ ପ୍ରକାରର ୩୬୭ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୪୩୬୪ ଭରି । ଏହି ଭଣ୍ଡାରରେ ୩ ପ୍ରକାରର ୨୩୧ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୧୪୮୭୮ ଭରି । ଅର୍ଥାତ୍ ଏହି ୩ ପର୍ଯ୍ୟାୟଭୁକ୍ତ ରତ୍ନଭଣ୍ଡାରରେ ୪୫୪ଟି ସ୍ୱର୍ଣ୍ଣ ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୧୨ ହଜାର ୮୩୮ ଭରି । ସେହିପରି ୨୯୩ଟି ରୁପା ଅଳଙ୍କାର ରହିଛି । ଯାହାର ଓଜନ ପ୍ରାୟ ୨୨୧୫୩ ଭରି ।

କେବେ ଖୋଲିଥିଲା ଭଣ୍ଡାର?

ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା (୧୯୭୮ ମେ’ରୁ ଜୁଲାଇ ମାସ ମଧ୍ୟରେ ପ୍ରସ୍ତୁତ) ସୂଚୀରୁ ଏହା ଜଣାପଡ଼ିଛି । ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୮ରେ ମୁଦ୍ରଣ କରିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି । ଶେଷଥର ଲାଗି ୧୯୭୮ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ତିନିଟି ଯାକ ଭଣ୍ଡାର (ଭିତର, ବାହାର ଏବଂ ଚଳନ୍ତି ଭଣ୍ଡାର)ରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଏକ ପୂର୍ଣାଙ୍ଗ ତାଲିକା ପ୍ରସ୍ତୁତ ହୋଇଥିଲା । ଉକ୍ତ ତାଲିକା ଅନୁସାରେ, ମୋଟ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସୁନା ଜିନିଷ ଥିଲା ।

ଏହାର ମୋଟ ଓଜନ ୧୨,୮୩୮ ଭରି । ମୋଟ ୪୫୪ଟି ସାମଗ୍ରୀ ମଧ୍ୟରୁ ୮ଟି ସୁନା ସାମଗ୍ରୀ ଓଜନ ହୋଇନଥିବାରୁ ଉପରୋକ୍ତ ଓଜନ ମଧ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ । ସେହିପରି ଆକଳନ ଅନୁସାରେ, ମୋଟ ୨୯୩ଟି ରୁପା ପୂଜା ଉପକରଣ ଓ ବାସନ ଇତ୍ୟାଦି ଗଚ୍ଛିତ ଥିଲା । ଏହାର ମୋଟ ଓଜନ ୨୨, ୧୫୩ ଭରି ଅଟେ । ଏଥିରୁ ୬ଟି ରୁପା ସାମଗ୍ରୀ ଓଜନ ହୋଇପାରି ନଥିବାରୁ ଉପରୋକ୍ତ ରୁପା ଓଜନରେ ଅନ୍ତର୍ଭୁକ୍ତ ହୋଇନାହିଁ ।

କ’ଣ କହୁଛି ରେକର୍ଡ?

୧୯୭୮ ମସିହାରେ ରତ୍ନଭଣ୍ଡାରର ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହୋଇଛି । ସେହିପରି ବିଶେଷାଙ୍କରେ ଆହୁରି ଉଲ୍ଲେଖ କରାଯାଇଥିଲା ଯେ ୧୯୮୨ ଏବଂ ୧୯୮୫ରେ ଖୋଲିଥିଲା ଭିତର ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନର ଉପଲବ୍ଧ ରେକର୍ଡ ଅନୁସାରେ, ଶେଷଥର ଲାଗି ୧୯୮୫ ଜୁଲାଇ ୧୪ରେ ଭିତର ଭଣ୍ଡାର ଖୋଲାଯାଇ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ଲାଗି ହେବା ପାଇଁ ଏକ ଚିତା ବାହାରକୁ ଅଣାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନିର୍ଦ୍ଧାରଣ ଅନୁସାରେ, କଳାହାଟ ଦ୍ୱାର ରୁପା ଛାଉଣି ସକାଶେ ୧୯୮୨ ଡିସେମ୍ବର ୨୬ରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଆବଶ୍ୟକ ରୁପା ସାମଗ୍ରୀ ବାହାର କରାଯାଇଥିଲା ।

Tags: goldornamentspuri srimandirsilver
Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 4:42 PM
 

SSW
Overcast
31°C
3.2 m/s
Apparent: 30°C
Pressure: 1009 mb
Humidity: 85%
Winds: 3.2 m/s SSW
Windgusts: 7.8 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom