୨୫ ଏପ୍ରିଲ ୨୦୨୬, ଶନିବାର। ତିଥି: ବୈଶାଖ ଶୁକ୍ଳ ନବମୀ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: କର୍କଟ। ସୀତାନବମୀ। ସୂର୍ଯ୍ୟୋଦୟ: ୫ଟା୨୫, ସୂର୍ଯ୍ୟାସ୍ତ: ୬ଟା୪। ଘାତଚନ୍ଦ୍ର: ନାହିଁ। ଘାତବାର: ବୃଷ, ସିଂହ ଓ କନ୍ୟା। ଶୁଭବେଳା: ଦିବା ୧୦ଟା୯ରୁ ୧ଟା, ରାତ୍ରି ୮ଟା୨୦ରୁ ୧୦ଟା୩୬, ରାତ୍ରି ୧୨ଟା୭ରୁ ୧ଟା୩୭, ରାତ୍ରି ୨ଟା୨୩ରୁ ୩ଟା୫୪ ପର୍ଯ୍ୟନ୍ତ
ମେଷ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। କୌଣସି ପ୍ରୋଜେକ୍ଟ ଲାଗି ନୂଆ ଯୋଜନା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ବୃଷ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ରହିବେ। ଜୀବନସାଥୀ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର୍ୟ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ।
ମିଥୁନ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। କୌଣସି ଭଲ ଖବର ଶୁଣିବେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ।
କର୍କଟ: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଣିଦେବାର ସହାୟକ ହେବ। ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
ସିଂହ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ନିଜର ସାଥୀ ସହ ଭଲ ସମୟ ଅତିବାହିତ କରିବେ।
କନ୍ୟା: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ଆପଣଙ୍କୁ ଚେଷ୍ଟା କରିବାକୁ ହେବ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ।
ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମାଜରେ ପ୍ରସିଦ୍ଧି ବଢ଼ିବ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖକର ହେବ।
ବିଛା: ଜୀବନରେ କୌଣସି ନୂଆ ଖୁସିର ସଂକେତ ମିଳିପାରେ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ସହ ନାଟକ ଦେଖିବାର ଯୋଜନା କରିବେ।
ଧନୁ: ଅଫିସରେ କୌଣସି କାମରେ ବାଧା ଆସିପାରେ। ଭାଗୀଦାରରେ କରୁଥିବା କାମର ଆପଣଙ୍କୁ ଲାଭ ମିଳିବ। ଆପଣଙ୍କର କୌଣସି ବିଶେଷତା ଲୋକମାନଙ୍କ ସମ୍ମୁଖକୁ ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ମକର: ଆପଣଙ୍କୁ ଚେଷ୍ଟାରେ ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ସମୟ ଅତିବାହିତ କରିବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଆପଣଙ୍କର ବିଶେଷ କାମ ପ୍ରଥମେ ସଂପୁର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବନାଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ।
ମୀନ: ଆପଣ କୌଣସି ଜରୁରୀ କାମରେ ସଫଳତା ପାଇପାରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।





&w=382&resize=382,232&ssl=1)




