ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ତ୍ରାହି ମିଳିବା ଦିନ ପାଖେଇ ଆସୁଛି। ଚଳିତ ବର୍ଷ ଭାରତକୁ ମୌସୁମୀ ବାୟୁ ସଅଳ ଆସିବା ନେଇ ପୂର୍ବାନୁମାନ କରାଯାଇଛି। ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁଥାଏ, କିନ୍ତୁ ଏଥର ମେ’ ଶେଷ ସପ୍ତାହରେ ହିଁ ବର୍ଷାର ଆଗମନ ହୋଇପାରେ।
ECMWF ର ଆକଳନ:
ୟୁରୋପୀୟ ପାଣିପାଗ ସଂସ୍ଥା ECMWF ର ଆକଳନ ଅନୁଯାୟୀ, ଆସନ୍ତା ମେ’ ୨୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଯଦି ଏହି ଆକଳନ ସଠିକ୍ ହୁଏ, ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଏକ ସପ୍ତାହ ପୂର୍ବରୁ ଭାରତରେ ବର୍ଷା ଋତୁ ଆରମ୍ଭ ହୋଇଯିବ।
ସଅଳ ଆସିବାର କାରଣ:
ସାଧାରଣତଃ ମୌସୁମୀ ବାୟୁ ଜୁନ୍ ୧ ତାରିଖରେ ଦକ୍ଷିଣ ଭାରତରେ ପହଞ୍ଚିଥାଏ। ମାତ୍ର ବାୟୁମଣ୍ଡଳୀୟ ପରିବର୍ତ୍ତନ ଏବଂ ସମୁଦ୍ର ପତ୍ତନର ତାପମାତ୍ରା ଯୋଗୁଁ ଏଥର ମୌସୁମୀ ବାୟୁ ଶୀଘ୍ର ଅଗ୍ରସର ହେଉଥିବା ଜଣାପଡ଼ିଛି। ମେ’ ୨୨ ସୁଦ୍ଧା ଏହା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିବା ପରେ କେରଳ ଅଭିମୁଖେ ଯାତ୍ରା କରିବ।
ଓଡ଼ିଶା ଉପରେ ଏହାର ପ୍ରଭାବ:
କେରଳରେ ମୌସୁମୀ ସଅଳ ପହଞ୍ଚିଲେ, ଓଡ଼ିଶାକୁ ମଧ୍ୟ ଏହା ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଛୁଇଁବାର ସମ୍ଭାବନା ରହିଛି। ଏହା ଫଳରେ ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ଶୀଘ୍ର ମୁକ୍ତି ମିଳିବ ଏବଂ ଚାଷ କାର୍ଯ୍ୟ ପାଇଁ ମଧ୍ୟ ଅନୁକୂଳ ପରିବେଶ ସୃଷ୍ଟି ହେବ।
&w=596&resize=596,336&ssl=1)






&w=382&resize=382,232&ssl=1)


&w=750&resize=750,375&ssl=1)