• Latest
  • Trending
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆଜିର ପାଗ

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

by M M
May-07-2026 07:32 PM IST
in ଆଜିର ପାଗ, ମୁଖ୍ୟ ଖବର, ରାଜ୍ୟ
0
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?
491
SHARES
1.4k
VIEWS
Share on FacebookShare on Twitter

ମେ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ଆସେ ବାତ୍ୟା ଭୟ। ଏହି କ୍ରମରେ ବଙ୍ଗୋପସାଗରରେ ପୁଣି ଘନେଇଛି ବାତ୍ୟା ଭୟ। ମେ ମଧ୍ୟଭାଗରେ ସୃଷ୍ଟି ହୋଇପାରେ ବଡ଼ ଲଘୁଚାପ ! ମାଡ଼ି ଆସୁଛି MJO ତରଙ୍ଗ ! ସମୁଦ୍ରରେ ଏକାସାଥିରେ ସୃଷ୍ଟି ହେବ ଦୁଇଟି ଘୂର୍ଣ୍ଣିବଳୟ ? ବଙ୍ଗୋପସାଗରରେ ଏକ ବଡ଼ ଧରଣର ପାଣିପାଗ ପରିବର୍ତ୍ତନ ହେବାକୁ ଯାଉଛି। ବୈଜ୍ଞାନିକ ଭାଷାରେ ଏହାକୁ ମ୍ୟାଡେନ୍ ଜୁଲିଆନ୍ ଓସିଲେସନ (MJO) କୁହାଯାଉଛି । ଯାହା ମେ ମଧ୍ୟଭାଗରେ ଭାରତ ମହାସାଗର ଏବଂ ବଙ୍ଗୋପସାଗର ଅଞ୍ଚଳରେ ପ୍ରଭାବ ପକାଇବ ।


ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । MJO ହେଉଛି ବାୟୁମଣ୍ଡଳରେ ବୁଲୁଥିବା ଏକ ବର୍ଷା ଓ ପବନର ତରଙ୍ଗ । ଏହା ଯେତେବେଳେ ଭାରତ ମହାସାଗର ଉପରକୁ ଆସେ ସେତେବେଳେ ବର୍ଷା ଓ ବାତ୍ୟା ହେବାର ସୁଯୋଗ ବଢ଼ିଯାଏ। ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।


ପରେ ଏହା ଲଘୁଚାପ କିମ୍ବା ଅବପାତର ରୂପ ନେଇପାରେ। ବେଳେବେଳେ ଏହି ସ୍ଥିତିରେ ବିଷୁବ ରେଖାର ଦୁଇ ପାର୍ଶ୍ୱରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ। ଗୋଟିଏ ଉତ୍ତରରେ (ବଙ୍ଗୋପସାଗର) ଏବଂ ଅନ୍ୟଟି ଦକ୍ଷିଣରେ। ବର୍ତ୍ତମାନର ସ୍ଥିତି ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଉତ୍ତର ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ଅଛି । ଏହା ଏକ ଲଘୁଚାପ ବା ଅବପାତ ଭାବେ ରହିପାରେ। ଯେଉଁଥିରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୫୦ କିମି ରହିବ ।


ଯଦି ସମୁଦ୍ରର ତାପମାତ୍ରା ଓ ପବନ ଅନୁକୂଳ ରହେ ତେବେ ଏହା ଏକ ସାମୁଦ୍ରିକ ବାତ୍ୟାର ରୂପ ମଧ୍ୟ ନେଇପାରେ। କିନ୍ତୁ ଏବେଠାରୁ ଏହା କହିବା କଷ୍ଟକର। ପ୍ରାଥମିକ ଆକଳନ ଅନୁଯାୟୀ, ଏହା ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ଗତି କରିପାରେ। ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ, ଆଣ୍ଡାମାନ ନିକୋବର କିମ୍ବା ମିଆଁମାର ଉପରେ ପଡ଼ିପାରେ।


ପ୍ରଭାବରେ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ପ୍ରବଳ ବର୍ଷା ହୋଇପାରେ। ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ବର୍ଷା ସହ ଝଡ଼ ପବନ ହେବାର ସମ୍ଭାବନା ଅଛି। ଏହା ଦ୍ୱାରା ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। କିନ୍ତୁ ସମୁଦ୍ର ଅଶାନ୍ତ ରହିବ। ଏନେଇ IMD କୌଣସି ଚୂଡ଼ାନ୍ତ ଚେତାବନୀ ଜାରି କରିନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି ।

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 10:25 PM
 

S
Thunderstorm
27°C
3.5 m/s
Apparent: 32°C
Pressure: 1010 mb
Humidity: 94%
Winds: 3.5 m/s S
Windgusts: 14.2 m/s
UV-Index: 0
Precip.: 0mm /80% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom