• Latest
  • Trending
ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା

ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା

May-11-2026 02:31 PM IST
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି, ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ କଲେ ଘୋଷଣା

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି, ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ କଲେ ଘୋଷଣା

May-11-2026 03:00 PM IST
ଘରେ ଥିବା ପୁରୁଣା ଫୋନ ହୋଇପାରିବ CCTV କ୍ୟାମେରା, ବାସ୍ କରିବାକୁ ହେବ ଏହି କାମ…

ଘରେ ଥିବା ପୁରୁଣା ଫୋନ ହୋଇପାରିବ CCTV କ୍ୟାମେରା, ବାସ୍ କରିବାକୁ ହେବ ଏହି କାମ…

May-11-2026 02:53 PM IST
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ବଢିଲା ବାତ୍ୟା ଭୟ! ଉତ୍ତର ସହ ଉପକୂଳ ଓଡିଶାରେ…

May-11-2026 12:37 PM IST
ମୁଖ୍ଯମନ୍ତ୍ରୀ ହେବାପରେ ବିଜୟଙ୍କୁ ମିଳିବ କେତେ ଦରମା? ଏହାସହ ମିଳିବ କେଉଁ କେଉଁ ସୁବିଧା?

ମୁଖ୍ଯମନ୍ତ୍ରୀ ହେବାପରେ ବିଜୟଙ୍କୁ ମିଳିବ କେତେ ଦରମା? ଏହାସହ ମିଳିବ କେଉଁ କେଉଁ ସୁବିଧା?

May-11-2026 09:29 AM IST
ସୋମବାର କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ସୋମବାର କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-11-2026 07:43 AM IST
ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

ଶପଥ ନେଉ ନେଉ ନୂଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଏମକେ ଷ୍ଟାଲିନ, ଋଣ ବିଷୟକୁ ନେଇ କହିଲେ ଏମିତି…

May-10-2026 06:24 PM IST
ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

ବିଜୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଲେଖିଲେ ଏମିତି କିଛି…

May-10-2026 05:48 PM IST
ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

ବଦଳିଲେ ବାଲିଅନ୍ତା ଥାନା IIC, ୪ ପୋଲିସ ସସ୍‌ପେଣ୍ଡ୍‌

May-10-2026 05:35 PM IST
ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ହିମନ୍ତ ବିଶ୍ଵଶର୍ମା, ୧୨ରେ ନେବେ ଶପଥ

May-10-2026 02:42 PM IST
ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ସାବଧାନ ! ସାବୁନରେ ଧୋଉଛନ୍ତି କି ମୁଣ୍ଡ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

May-10-2026 10:58 AM IST
  • About
  • Careers
  • Contact Us
Monday, May 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା

by M M
May-11-2026 02:31 PM IST
in ଦେଶ ବିଦେଶ, ବଡ଼ ଖବର, ମୁଖ୍ୟ ଖବର, ରାଜନୀତି
0
ନା ମୁଖ୍ଯମନ୍ତ୍ରୀ, ନା ବିଧାୟକ… ତଥାପି ମମତା ବାନାର୍ଜୀଙ୍କୁ ମିଳିବ ଏହି ସବୁ ବିଶେଷ ସୁବିଧା
491
SHARES
1.4k
VIEWS
Share on FacebookShare on Twitter

ପଶ୍ଚିମବଙ୍ଗର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟିଥିବା ବେଳେ ମମତା ବାନାର୍ଜୀ କେବଳ ମୁଖ୍ୟମନ୍ତ୍ରୀ ପଦ ହରାଇନାହାନ୍ତି, ନିଜର ପାରମ୍ପରିକ ଭବାନୀପୁର ଆସନରୁ ମଧ୍ୟ ପରାଜିତ ହୋଇଛନ୍ତି। ବର୍ତ୍ତମାନ ସେ ନା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି, ନା ହିଁ ବିଧାନସଭାର ସଦସ୍ୟ। ତଥାପି ସରକାରୀ ନିୟମ ଓ ସୁରକ୍ଷା ପ୍ରୋଟୋକଲ ଅନୁସାରେ ସେ କିଛି ବିଶେଷ ସୁବିଧା ପାଇବେ। ଆସନ୍ତୁ ଜାଣିବା ଏବେ ତାଙ୍କୁ କେଉଁ କେଉଁ ସୁବିଧା ସୁଯୋଗ ସବୁ ମିଳିବ?

ସଂବିଧାନ ଓ ରାଜ୍ୟର ବିଶେଷାଧିକାର
ଭାରତୀୟ ସଂବିଧାନର ଅନୁଚ୍ଛେଦ ୧୬୪(୫) ଅନୁସାରେ ରାଜ୍ୟଗୁଡ଼ିକୁ ମନ୍ତ୍ରୀ ଓ ବିଧାୟକଙ୍କ ଦରମା, ଭତ୍ତା ଓ ସୁବିଧା ନିର୍ଦ୍ଧାରଣ କରିବାର ଅଧିକାର ରହିଛି। ପଶ୍ଚିମବଙ୍ଗରେ ‘ଦ ୱେଷ୍ଟ ବେଙ୍ଗଲ ସାଲାରିଜ୍ ଆଣ୍ଡ ଆଲାଉନ୍ସ ଆକ୍ଟ’ ଏବଂ ‘ଦ ୱେଷ୍ଟ ବେଙ୍ଗଲ ଲେଜିସ୍ଲେଟର (ମେମ୍ବର୍ସ ପେନସନ) ଆକ୍ଟ’ ଅନୁଯାୟୀ ଏହି ବ୍ୟବସ୍ଥା ଚାଲିଥାଏ। ଦୀର୍ଘ ସମୟ ଧରି ବିଧାୟକ ଓ ମୁଖ୍ୟମନ୍ତ୍ରୀ ଥିବାରୁ ମମତା ବାନାର୍ଜୀ ପଦ ଛାଡ଼ିବା ପରେ ମଧ୍ୟ ପେନସନ ଓ ଅନ୍ୟାନ୍ୟ ସୁବିଧା ପାଇବାକୁ ଯୋଗ୍ୟ ରହିବେ।

ଦରମା ଓ ପେନସନ
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ପ୍ରାୟ ୨.୧୦ ଲକ୍ଷ ଟଙ୍କା ଓ ବିଧାୟକଙ୍କ ଦରମା ପ୍ରାୟ ୧.୨୧ ଲକ୍ଷ ଟଙ୍କା। ପଦ ଛାଡ଼ିବା ପରେ ମମତା ବାନାର୍ଜୀ ଜଣେ ପୂର୍ବତନ ବିଧାୟକ ଭାବେ ପେନସନ ପାଇବେ। ରାଜ୍ୟ ନିୟମ ଅନୁସାରେ ପୂର୍ବତନ ବିଧାୟକଙ୍କୁ ସର୍ବନିମ୍ନ ୩୧ ହଜାର ଟଙ୍କା ପେନସନ ମିଳେ। ୫ ବର୍ଷରୁ ଅଧିକ ସମୟ ସଦନରେ ରହିଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ୨୫୦୦ ଟଙ୍କା ଅଧିକ ଦିଆଯାଏ। ମମତାଙ୍କ ଦୀର୍ଘ ରାଜନୈତିକ କାର୍ଯ୍ୟକାଳକୁ ଦେଖିଲେ ତାଙ୍କ ପେନସନ ରାଶି ଲକ୍ଷଣୀୟ ହେବା ସମ୍ଭାବନା ରହିଛି।

କଡ଼ା ସୁରକ୍ଷା ବ୍ୟବସ୍ଥା
ମମତା ବାନାର୍ଜୀଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ସୁବିଧା ହେଉଛି ସୁରକ୍ଷା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ମଧ୍ୟ ତାଙ୍କର ରାଜନୈତିକ ସକ୍ରିୟତା ଓ ସମ୍ଭାବ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସେ ଉଚ୍ଚସ୍ତରୀୟ ସୁରକ୍ଷା ପାଇବେ। ଗୃହ ମନ୍ତ୍ରଣାଳୟର ଥ୍ରେଟ ଆସେସମେଣ୍ଟ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭାରି ପୋଲିସ ବ୍ୟବସ୍ଥା ଓ ଅଙ୍ଗରକ୍ଷୀ ଯୋଗାଇ ଦିଆଯାଏ।

ନିଜ ଘରେ ହିଁ ରହିବେ ମମତା
ଅନେକ ସମୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼େ। କିନ୍ତୁ ମମତା ବାନାର୍ଜୀଙ୍କ ମାମଲାରେ ପରିସ୍ଥିତି ଭିନ୍ନ। ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ କୋଲକାତାର କାଳୀଘାଟରେ ଥିବା ନିଜ ସାଧାରଣ ଘରରେ ରହୁଥିଲେ। ପଦ ଛାଡ଼ିବା ପରେ ମଧ୍ୟ ସେ ସେହିଠି ରହିବେ, ତେଣୁ ସରକାରୀ ଘରକୁ ନେଇ କୌଣସି ବିବାଦ ହେବ ନାହିଁ।

ଚିକିତ୍ସା ସୁବିଧା
‘ୱେଷ୍ଟ ବେଙ୍ଗଲ ଲେଜିସ୍ଲେଟିଭ ଆସେମ୍ବଲି ରୁଲ୍ସ’ ଅନୁସାରେ ମମତା ବାନାର୍ଜୀଙ୍କୁ ଆଜୀବନ ଉନ୍ନତ ଚିକିତ୍ସା ସୁବିଧା ମିଳିବ। ପୂର୍ବତନ ବିଧାୟକ ଓ ତାଙ୍କ ଜୀବନସାଥୀଙ୍କୁ ଗ୍ରୁପ-ଏ ସରକାରୀ କର୍ମଚାରୀଙ୍କ ସମାନ ସ୍ୱାସ୍ଥ୍ୟ ସୁବିଧା ଦିଆଯାଏ। ସରକାରୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ନିଶୁଳ୍କ ହେବ। ଏହାସହିତ ବେସରକାରୀ ହସ୍ପିଟାଲରେ ଚିକିତ୍ସା କଲେ ନିୟମ ଅନୁଯାୟୀ ବିଲ ରିଇମ୍ବର୍ସମେଣ୍ଟ ସୁବିଧା ମଧ୍ୟ ରହିଛି।

ରେଳ ଯାତ୍ରା ଓ ଅନ୍ୟାନ୍ୟ ଭତ୍ତା
ପୂର୍ବତନ ବିଧାୟକ ଭାବେ ମମତା ବାନାର୍ଜୀଙ୍କୁ ରେଳ ଯାତ୍ରା ପାଇଁ RTC (Railway Travel Coupon) ସୁବିଧା ମିଳିବ। ଏହା ମାଧ୍ୟମରେ ସେ ଭାରତୀୟ ରେଳର AC-II ଟିଅରରେ ମାଗଣା ଯାତ୍ରା କରିପାରିବେ। ଏହାଛଡ଼ା କିଛି ସୀମିତ ସଚିବାଳୟ କର୍ମଚାରୀ, ଯେପରିକି ବ୍ୟକ୍ତିଗତ ସହାୟକ କିମ୍ବା ପିଅନ୍ ସୁବିଧା ମଧ୍ୟ ମିଳିପାରେ।

ପେନସନ ନେବେ କି ନାହିଁ?
ମମତା ବାନାର୍ଜୀଙ୍କ ଏକ ଅଲଗା ପରିଚୟ ହେଉଛି ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେବେ ସରକାରୀ ଦରମା ଗ୍ରହଣ କରିନଥିଲେ। ସେ ନିଜ ପୁସ୍ତକର ରଏଲଟି ଓ ପେଣ୍ଟିଂ ବିକ୍ରୟରୁ ଆସୁଥିବା ଆୟ ଉପରେ ନିର୍ଭର କରୁଥିଲେ। ଏବେ ପ୍ରଶ୍ନ ଉଠୁଛି, ପଦ ଛାଡ଼ିବା ପରେ ସେ ସରକାରୀ ପେନସନ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ଗ୍ରହଣ କରିବେ କି? ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ ସେ ନିଜ ସାଧାରଣ ଜୀବନଶୈଳୀ ଓ ସିଦ୍ଧାନ୍ତରେ ଅଡ଼ି ରହି ପେନସନ ମଧ୍ୟ ନାକଚ କରିପାରନ୍ତି।

Tags: nationalnewsnewsroompolitics
Share196Tweet123
M M

M M

ଆଜିର ପାଗ

Bhubaneswar
May 11, 2026, 5:25 PM
 
S
Mainly clear
31°C
3.9 m/s
Apparent: 34°C
Pressure: 1006 mb
Humidity: 67%
Winds: 3.9 m/s S
Windgusts: 9.6 m/s
UV-Index: 0.3
Precip.: 2.5mm /47% / Rain
Sunrise: 5:11 AM
Sunset: 6:14 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom