ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

by newsroom MAY-14-2026 9:15 AM IST in ବଡ଼ ଖବର

ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ବାଲିଅନ୍ତାରେ GRP କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ୍‌ ରଞ୍ଜିତ ପାତ୍ରକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। କଟକ ସଦର ଥାନା ଅଞ୍ଚଳରୁ ଧରାପଡ଼ିଥିବା ସୂଚନା ରହିଛି।ସୌମ୍ୟ ରଞ୍ଜନଙ୍କର ହତ୍ୟା ମାମଲାରେ ରଞ୍ଜିତଙ୍କର ସଂପୃକ୍ତି ରହିଛି। ଏହି ମାମଲାରେ ପୂର୍ବରୁ ସ୍ଥାନୀୟ ପୋଲିସ ୧୨ ଜଣଙ୍କୁ ଗିରଫ କରିଥିଲା। ଆଜି ମୁଖ୍ୟ ଅଭିଯୁକ୍ତକୁ ମିଶାଇ ମୋଟ ୧୩ ଜଣ ଗିରଫ ହୋଇଛନ୍ତି।

ପୂର୍ବରୁ କମିଶନରେଟ୍ ପୋଲିସ ଦୁଇଟି ପର୍ଯ୍ୟାୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସମସ୍ତେ ଜେଲରେ ଅଛନ୍ତି। ଘଟଣାସ୍ଥଳରୁ ଭାଇରାଲ ହୋଇଥିବା ଭିଡିଓରେ ୫୦ରୁ ଅଧିକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ଭିଡିଓକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି କ୍ରାଇମବ୍ରାଞ୍ଚ। ଆଉ ଏବେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଜେରା କରୁଛି କ୍ରାଇମବ୍ରାଞ୍ଚ। ଅନ୍ୟପକ୍ଷରେ ଗିରଫଦାରୀ ଭୟରେ ଘଟଣାରେ ସମ୍ପୃକ୍ତ ଥିବା ବେଣୁପୁର ଏବଂ ଆଖପାଖ ଗାଁରେ ପୁରୁଷମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ବୋଲି, SP ଅନିରୁଦ୍ଧ ରାଉତରାୟ ସୂଚନା ଦେଇଛନ୍ତି।