ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋହନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଜଣାପଡ଼ିଛି।
ଏହା ସହ ଦୁଇ ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଛି । ୧୦ ଦିନ ଧରି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତୀ ଉତ୍ସବ ପାଳନ କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ । ବିଭିନ୍ନ ବିଭାଗର ମନ୍ତ୍ରୀ ଦୁଇ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଏହା ଖୁବଶୀଘ୍ର ରାଜ୍ୟବାସୀଙ୍କ ଆଗରେ ରିପୋର୍ଟ ରଖାଯିବ । ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ରାଜ୍ଯ ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ । ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର । ଏ ନେଇ ୫ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।
ମୋହନ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ନେଇ ଲୋକସେବା ଭବନରେ ବସିଥିଲା ବୈଠକ । ରାଜ୍ୟ ସରକାର କେଉଁ କାର୍ଯ୍ୟକ୍ରମ ହାତକୁ ନେବେ ସେନେଇ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ କାର୍ଡ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପ୍ରଥମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ରିପୋର୍ଟ କାର୍ଡ ଓଡ଼ିଶାବାସୀଙ୍କ ଆଗରେ ରଖିଥିଲେ ପ୍ରଧାନମନ୍ତ୍ରୀ । ଦ୍ବିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର ।
