• Latest
  • Trending
ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି

ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି

May 30, 2024
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

ବାସବରାଜୁ ଏନକାଉଁଟର,ଦୁଇ ଭାଇ: ଦୁଇ ଭିନ୍ନ ପଥ

May 27, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

ଯୁକ୍ତ ୨ ପରୀକ୍ଷା ଫଳ: ବିଜ୍ଞାନରେ ୮୭.୪୯, କଳାରେ ୮୦.୫୧ ଓ ବାଣିଜ୍ୟରେ ୮୩.୦୨% ପିଲା ପାସ୍

May 21, 2025
ଅମଲାତନ୍ତ୍ରରୁ  ନେତାଙ୍କ ଶାସନ ଆରମ୍ଭ

ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ

May 21, 2025
ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

ଭାରତ ଭିତରେ ପାକିସ୍ତାନର ଗୁପ୍ତଚର: ଗତ ୩ ଦିନରେ ଧରାପଡ଼ିଲେଣି ୧୧ ଗୁପ୍ତଚର

May 20, 2025
୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

୧୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର

May 16, 2025
ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

ରାଜା ଚକ୍ର ଅଗ୍ରୀମ ଜାମିନ ଆବେଦନ ଖାରଜ

May 16, 2025
  • About
  • Careers
  • Contact Us
Sunday, June 8, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି

by M M
May 30, 2024
in ବଡ଼ ଖବର, ମୁଖ୍ୟ ଖବର, ରାଜ୍ୟ
0
ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହନ୍ତି
491
SHARES
1.4k
VIEWS
Share on FacebookShare on Twitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ କଡ଼ା ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏକ ଷଡ଼ଯନ୍ତ୍ର ଚାଲିଛି। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏହା ଯାଞ୍ଚ୍ ହେବ। ଏଥି ପାଇଁ ଏକ କମିଟି ଗଠନ ହେବ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଉତ୍ତର ଦେଇଛନ୍ତି ।  ତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଉତ୍ତରାଧିକାରୀ ପ୍ରସଙ୍ଗ ଉପରେ ଉତ୍ତର ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଠିକ୍ ରହିଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ ବୋଲି ସେ କହିଛନ୍ତି । ଏହା ସହିତ ସେ ନିର୍ବାଚନ ପ୍ରଚାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବ୍ୟକ୍ତିଗତ ଆକ୍ରମଣକୁ ନାପସନ୍ଦ କରି ଏଭଳି ପ୍ରଚାର ସହିତ ଓଡ଼ିଶାବାସୀ ଅନଭ୍ୟସ୍ତ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ ପାଖରେ ଅଛି ବୋଲି କହିଛନ୍ତି ନବୀନ।

ନିର୍ବାଚନ ପ୍ରଚାରରେ ଅସଲ କ୍ଷମତା ତାଙ୍କ ପାଖରେ ରହିଛି ବୋଲି ସ୍ପଷ୍ଟ କରିଛନ୍ତି । ସାକ୍ଷାତକାରରେ ନବୀନ ପଟ୍ଟନାୟକ ସମସ୍ତ ପ୍ରଶ୍ନର ଉତ୍ତର ଦେବା ସହ ଦ୍ବନ୍ଦ୍ଜ ଦୂର କରିଛନ୍ତି  । ଏଏନଆଇ ମୁଖ୍ୟ ସ୍ମିତା ପ୍ରକାଶଙ୍କ  ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଭାବେ ମୋ ପାଖରେ ସବୁ କ୍ଷମତା ରହିଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ । ଆଜି ପର୍ଯ୍ୟନ୍ତ ଗୋଟିଏ ବି କ୍ୟାବିନେଟ୍ ମିଟିଂରେ ମୁଁ ଅନୁପସ୍ଥିତ ରହିନାହିଁ । ତେଣୁ ବିରୋଧୀମାନେ ଯାହା କହୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ । ବିରୋଧୀମାନେ ନିର୍ବାଚନ ସମୟରେ ଏପରି କହିଥାନ୍ତି କିନ୍ତୁ ଭୋଟରମାନେ ତାଙ୍କୁ ସରକାର ଗଠନ କରିବା ପାଇଁ ସମର୍ଥନ ଦେବେ । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ? ଏହି ପ୍ରଶ୍ନର ଉତ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି । ଉତ୍ତରାଧିକାରୀ କିଏ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ, ମୋ ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ। କାର୍ତ୍ତିକ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ବୋଲି ହେଉଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି । ଉତ୍ତରାଧିକାରୀଙ୍କୁ ଓଡ଼ିଶାବାସୀ ବାଛିବେ । ଦଳରେ ଅନ୍ୟ ନେତାମାନେ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି । ଅନେକ ମନ୍ତ୍ରୀ ଅଛନ୍ତି । ତେଣୁ ଏଭଳି ଚର୍ଚ୍ଚା ଠିକ ନୁହେଁ ।

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗତ କିଛିଦିନ ଧରି ବିରୋଧୀମାନେ ପ୍ରଶ୍ନ କରୁଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଶ୍ନ କରିଥିଲେ । ଏହାକୁ ନେଇ ନବୀନ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କହିଛନ୍ତି । ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କରିଥିବା ଟିପ୍ପଣୀ ଉପରେ ମନ୍ତବ୍ୟ ଦେଇ ନବୀନ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ମୋ ସ୍ୱାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ତେବେ ସେ ମୋତେ ଫୋନ୍ କରିପାରିଥାନ୍ତେ । ସାଧାରଣ ସଭାରେ କହିବା ଅପେକ୍ଷା ମୋତେ ସେ ବ୍ୟକ୍ତିଗତ ଭାବେ ଫୋନ୍ କରିପାରିଥାନ୍ତେ ।

Tags: naveennewsodisha
Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0
ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

ପିଲାଙ୍କ ପାଠପଢ଼ା କେମିତି ହେବା ଉଚିତ

June 6, 2025
ଅପରେସନ ସ୍ପାଇଡର ଓ୍ବେବ୍

ଅପରେସନ ସ୍ପାଇଡର ଓ୍ବେବ୍

June 3, 2025
ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

ସିଙ୍ଗାପୁରଠାରେ ଫାଇଭ ଷ୍ଟାର ଚଳଚ୍ଚିତ୍ର ମହୋତ୍ସବ ମହାସମାରୋହରେ ଆୟୋଜିତ

May 29, 2025

Weather

Bhubaneswar
June 8, 2025, 9:17 am
 

S
Thunderstorm with light hail
32°C
3.6 m/s
Apparent: 36°C
Pressure: 1005 mb
Humidity: 93%
Winds: 3.6 m/s S
Windgusts: 7.8 m/s
UV-Index: 0
Precip.: 2.5mm /58% / Rain
Sunrise: 5:05 am
Sunset: 6:25 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom