ଓଜନ ବଢ଼ିବା କାରଣକୁ ନେଇ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ ଝଟକା । ଧାର୍ଯ୍ୟ ୫୦ କିଲୋରୁ ଗ୍ରାମ ଓଜନ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯାହା ଫଳରେ ସ୍ୱଦେଶ ଫେରିବେ ଭିନେଶ ଫୋଗାଟ । ଫୋଗାଟ୍ ଧାର୍ଯ୍ୟ ସୀମାଠାରୁ ଅଧିକ ଓଜନ ହେଇଥିଲେ, ଏହି କାରଣରୁ ତାଙ୍କୁ ଡିସକ୍ୱାଲିଫାଏ କରାଯାଇଛି । ଧାର୍ଯ୍ୟ ଓଜନଠାରୁ ତାଙ୍କର ଓଜନ ୧୦୦ ଗ୍ରାମ ବଢିଥିବାରୁ ସେ ଅଯୋଗ୍ୟ ୧୦୦ଘୋଷିତ ହୋଇଛନ୍ତି । ଏହାକୁ ନେଇ ବିବାଦ ବଢ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଧର୍ଯ୍ୟ ଧରି ବଢ଼ିବା ପାଇଁ କହିଛନ୍ତି । ଭିନେଶଙ୍କୁ ସେ ଚାମ୍ପିଆନ ବୋଲି କହିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ରେ ଆଜି ଅଲିମ୍ପିକ୍ ଗେମ୍ସରେ ଏକ କୁସ୍ତି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ଭିନେଶ ଫୋଗଟଙ୍କ ଉପର ସଭିଙ୍କ ନଜର ରହିଥିଲା। ସେ ସ୍ବର୍ଣ୍ଣ ପଦକ ଜିତିବେ ବୋଲି ଆଶା କରାଯାଉଥିବା ବେଳେ ସେହି ଆଶା ଆଶାରେ ହିଁ ରହିଯାଇଛି। ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇ ଯାଇଛନ୍ତି। ୨୯ ବର୍ଷୀୟା ଫୋଗଟଙ୍କ ଓଜନ ଫାଇନାଲରେ ୧୦୦ ଗ୍ରାମ ଅଧିକ ହୋଇଥିବାରୁ ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହୋଇ ଯାଇଛନ୍ତି। ନିୟମ ଅନୁସାରେ ମ୍ୟାଚ୍ ପୂର୍ବରୁ ଦୁଇଥର ଓଜନ ମପାଯାଇଥାଏ । ପୂର୍ବଦିନ ସଂଧ୍ୟାରେ ଏବଂ ପରଦିନ ସକାଳେ । ତେବେ ଦିନକ ପୂର୍ବରୁ ତାଙ୍କ ଓଜନ ବଢ଼ିଥିବା ଜଣାପଡ଼ିବା ପରେ ସେ ରାତିସାରା ଝାଳ ବୁହାଇ ଓଜନ କମାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଶହେ ଗ୍ରାମ ଓଜନ କମିନଥିଲା । ପରେ ସେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି



















