ଆଳୁକୁ ନେଇ ରାଜନୀତି କମିବାର ନା ଧରୁନାହିଁ । କିଛି ଦିନ ପରେ ଓଡ଼ିଶା ବଜାରରେ ପୁଣିଥରେ ଆଳୁ ଅଭାବ ଦେଖାଦେଇଛି। ଗତ ୨-୩ ଦିନ ହେବ ଆଳୁ ଗାଡ଼ି ଆସି ନ ଥିବାରୁ ଦର ବଢ଼ିବା ଆଶଙ୍କା ଦେଖାଦେଇଛି। ଯେଉଁ ବ୍ୟବସାୟୀଙ୍କ ପାଖରେ ଆଳୁ ରହିଛି ସେମାନେ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିସାରିଲେଣି। ଗତକାଲି ଖାଉଟିମାନେ ୩୫ଟଙ୍କାରେ ଆଳୁ କିଣିଥିବା ବେଳେ ଆଜି ୪୦ ଟଙ୍କା ଟପିଛି । ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନି ନେଇ କଟକଣା ଜାରି କରିବା ପରେ ଓଡ଼ିଶା ବଜାରରେ ଆଳୁ ସଂକଟ ଦେଖାଦେଇଛି। ଲୁଚାଛପାରେ ହାତଗୁଞ୍ଜା ଦେଇ ପ୍ରତିଦିନ କିଛି ଆଳୁ ଟ୍ରକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଛି। ହେଲେ ଗତ ୨ଦିନ ହେବ କୌଣସି ଆଳୁ ଗାଡ଼ି ଆସିନାହିଁ। କଟକର ଛତ୍ରବଜାରକୁ ଆଳୁ ଗାଡ଼ି ଆସି ନ ଥିବା ବେଳେ ଭୁବନେଶ୍ବରର ଆଇଗିଣିଆ ଆଳୁ ଗୋଦାମ ଖାଲି ହୋଇଗଲାଣି। ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)







