ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ହ୍ବିସିଲବ୍ଲୋୟରମାନଙ୍କ ଦସ୍ତାବିଜ ଆଧାରରେ ଶନିବାର ଏକ ନୂଆ ରିପୋର୍ଟ ପ୍ରକାଶ କରିଛି। ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଳ ବୁଚ୍ଙ୍କର ବିଦେଶୀ କମ୍ପାନୀଗୁଡ଼ିକରେ ଅଘୋଷିତ ଅଂଶଧନ ରହିଥିଲା ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଆଦାନୀ ଗ୍ରୁପ୍ର ଆର୍ଥିକ ଅନିୟମିତତାରେ ଉକ୍ତ ବିଦେଶୀ କମ୍ପାନୀଗୁଡ଼ିକ ସମ୍ପୃକ୍ତ ଥିଲେ। ଗୌତମ ଆଦାନୀଙ୍କ ଭାଇ ବିନୋଦ ଆଦାନୀ ଫାଇନାନ୍ସିଆଲ ମାର୍କେଟଗୁଡ଼ିରେ ଜାଲିଆତି ପାଇଁ ବରମୁଡ଼ା ଏବଂ ମରିସସ୍ରେ ଥିବା ଉକ୍ତ ଦରିଆପାରି କମ୍ପାନୀଗୁଡ଼ିକୁ ବ୍ୟବହାର କରୁଥିଲେ ବୋଲି ହିଣ୍ଡେନ୍ବର୍ଗ ରିପୋର୍ଟରେ କୁହାଯାଇଛି।




/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)




