• Latest
  • Trending
ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ

ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ

August 14, 2024

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

July 10, 2025

ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସରେ ଯୋଗ ଦେଇଛନ୍ତି

July 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

ବିଜେପି ଭିତରେ ମନମୋହନଙ୍କ ଶକ୍ତି ବଢ଼ିଛି

July 10, 2025
ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

ଲୋକଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ: ମନମୋହନ ସାମଲ

July 8, 2025

ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜୋରଦାର ପ୍ରଶଂସା

July 8, 2025

ଜୁଲାଇ ୭ରେ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

July 5, 2025
  • About
  • Careers
  • Contact Us
Saturday, August 2, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ

by M M
August 14, 2024
in ବଡ଼ ଖବର, ରାଜନୀତି, ରାଜ୍ୟ
0
ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରୁଛି ବିଜେଡି : ଦିଲୀପ ମଲ୍ଲିକ
491
SHARES
1.4k
VIEWS
Share on FacebookShare on Twitter

ଦୀର୍ଘ ୨୫ବର୍ଷ ଶାସନ କ୍ଷମତାରେ ରହି ନବୀନ ବାବୁ ଓଡ଼ିଆ ଓ ଓଡିଶାବାସୀଙ୍କ ସହ ଖେଳ ଖେଳିଆସିଲେ ବୋଲି ବିଜେପି କହିଛି । ଶାସନରେ ଥିବା ବେଳେ ଓଡିଆ ଅସ୍ମିତାର ଧଜିଆ ଉଡାଉଥିଲେ ବିଜେଡି ନେତା । ଆଜି ବିଜେଡି ଓଡିଆ ଅସ୍ମିତାର ସମ୍ପର୍କରେ ସମାଲୋଚନା କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ । ସରକାରରେ ଥିଲାବେଳେ ନବୀନ ବାବୁ ରାଜ୍ୟରେ ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରିଆସୁଥିଲେ, ଏବେ ମଧ୍ୟ ବିରୋଧୀ ଦଳରେ ରହି ମୁଖପାତ୍ରମାନଙ୍କୁ ମାଧ୍ୟମ କରି ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ନବୀନ ବାବୁ ହେଉଛନ୍ତି ପପୁ ସଂସ୍କୃତିର ଦାୟାଦ । ସେଠି ରାହୁଲ ବାବା ଯାହା କହୁଛନ୍ତି ଏଠି ନବୀନ ବାବୁ ତାହାକୁ ଅନୁକରଣ କରୁଛନ୍ତି । ରାହୁଲ ବାବା ଦେଶରେ ଓ ନବୀନ ବାବୁ ରାଜ୍ୟରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଯାହାକୁ ଓଡ଼ିଶାବାସୀ ସଫଳ କରିବାକୁ ଦେବେ ନାହିଁ । ବିଜୁ ଜନତା ଦଳର ମୁଖିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ବର୍ଷ ଓଡ଼ିଶା ଶାସନର ଦାୟିତ୍ୱରେ ଥିଲେ ବି ଓଡ଼ିଆ ଶିକ୍ଷିଲେ ନାହିଁ, ସେ ଆଜି ବି ଓଡ଼ିଆ ବୁଝିଲେ ନାହିଁ କି ଓଡ଼ିଆ କହିଲେ ନାହିଁ । ସବୁବେଳେ ସେ ଓ ତାଙ୍କ ଦଳର ଅନେକ ନେତା ଖଣ୍ଡି / କଦର୍ଥ ଓଡିଆ କହି ଓଡ଼ିଶାବାସୀଙ୍କୁ ଉପହାସ କରିଆସୁଥିଲେ । ଯଦ୍ୱାରା ଏବେ ସେମାନଙ୍କୁ ଶୁଦ୍ଧ ଓଡ଼ିଆ ଭଲ ଲାଗୁ ନାହିଁ ବା ଶୁଦ୍ଧଓଡ଼ିଆ ସେମାନେ ଶୁଣିପାରୁ ନାହାନ୍ତି । ଯେଉଁଥିପାଇଁ ନିଜ ଦୋଷ ଦୁର୍ଗୁଣ ଘୋଡାଇବା ପାଇଁ ଉପରଠାଉରିଆ ବିଜେପିକୁ ସମାଲୋଚନା କରୁଛନ୍ତି । ଆଉ ଏକ ଉଦାହରଣ ଓଡ଼ିଆ କହିପାରୁନଥିବା କାରଣରୁ ଏବେ ବିରୋଧୀ ଦଳ ନେତା ନବୀନ ବାବୁ ବିଧାନସଭାକୁ ଆସିବାକୁ ବି ଡରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବିଜେଡି ଜାଣିବା ଦରକାର ଯେ, ଗଣତନ୍ତ୍ର ରାଷ୍ଟ୍ରରେ “ଫେଡେରାଲ” ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ବିକାଶ ହୋଇଥାଏ । ଆମେ ପ୍ରଥମରୁ କହିଥିଲୁ “ଡବଲ ଇଞ୍ଜିନ ସରକାର” ପ୍ରତିଷ୍ଠା ହେଲେ ରାଜ୍ୟର ଦୁଇଗୁଣା ବିକାଶ ହେବ । ଆଜି ତାହା ହେବାକୁ ଆରମ୍ଭ କରିଛି । ଫଳସ୍ୱରୂପ ରେଳ ବଜେଟ୍‌ରେ ୧୦,୫୮୬କୋଟି ଟଙ୍କା ବରାଦ ହେବାର ମାସେ ନପୂରୁଣୁ ପୁନଃର୍ବାର ରାଜ୍ୟରେ ରେଳ ଭିତିଭୂମିର ବିକାଶ ଓ ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୧୫ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସେହିପରି ନଗଦରେ ରାଜ୍ୟରେ ରାଜପଥର ବିକାଶ ଓ ସଂପ୍ରସାରଣ ପାଇଁ ୨୧,୬୫୦କୋଟି ଟଙ୍କା କେନ୍ଦ୍ର ସରକାର ଅନୁଦାନ ଦବାର ନିଷ୍ପତି ନେଇଛନ୍ତି । ନବୀନ ବାବୁ ୨୪ବର୍ଷ ଶାସନରେ ଯାହା କରିପାରୁନଥିଲେ ଆଜି ଦୁଇ ମାସର ମୋହନ ମାଝୀଙ୍କ ସରକାର ରାଜ୍ୟର ବିକାଶ ଦିଗରେ ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ଆଣିପାରିଥିବାରୁ ତାହାକୁ ବିରୋଧୀ ବିଜୁ ଜନତା ଦଳ ଗ୍ରହଣ କରିନପାରି ଅସିହିଷ୍ଣୁତା ପ୍ରକାଶ କରୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ମୋଦି କହିଲେ ଅପରେସନ ସିନ୍ଦୂର ସମୟରେ କଣ ଘଟିଥିଲା

July 30, 2025

କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଦାବି- ବିଜେଡି କହିଲା ନିଷ୍ପତ୍ତି ହୋଇନି

July 23, 2025
ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

ନିଉଜରୁମ୍ ‘ ଡିଭାଇନ ପୁରୀ କନକ୍ଲେଭ’

July 19, 2025

Weather

Bhubaneswar
August 2, 2025, 2:34 pm
 

S
Overcast
29°C
1.3 m/s
Apparent: 34°C
Pressure: 1002 mb
Humidity: 90%
Winds: 1.3 m/s S
Windgusts: 7 m/s
UV-Index: 0
Precip.: 5.1mm /45% / Rain
Sunrise: 5:21 am
Sunset: 6:23 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom