କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ଘଟଣାରେ ବହୁ ବିଳମ୍ବରେ ଏଫ୍ଇଆର୍ ରୁଜୁ ହୋଇଥିବା ନେଇ ଉଠାଇଲେ ପ୍ରଶ୍ନ। ଏତେବଡ଼ ଘଟଣାକୁ ହେୟ କିପରି ନେଲେ ବୋଲି ପ୍ରଶ୍ନ କଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି। ତଦନ୍ତ କେତେ ଦୂର ଆଗେଇଛି ବୋଲି ସିବିଆଇ କୁ କୋର୍ଟ ପ୍ରଶ୍ନ କରିଛନ୍ତି। ଏଥିସହ ଗୁରୁବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦେବାକୁ ସିବିଆଇକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋଲକାତା ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ବ୍ୟାପୁଛି


















