• Latest
  • Trending

ଖଣି ଲୁଟ୍ ପାଇଁ ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି

Sep-14-2024 04:41 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଖଣି ଲୁଟ୍ ପାଇଁ ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି

by M M
Sep-14-2024 04:41 PM IST
in ବଡ଼ ଖବର
0
491
SHARES
1.4k
VIEWS
Share on FacebookShare on Twitter

ହଜାର ହଜାର କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି । ଗତ 5 ବର୍ଷରେ ଖଣି ଦୁର୍ନୀତି ବ୍ୟାପକ ହୋଇଛି କହିଛି ସିଏଜି । ରିପୋର୍ଟରେ ସିଏଜି କହିଛି ଉଚ୍ଚ ଗ୍ରେଡ୍ ଉପରେ ଅଧିକ ରୟାଲିଟି ଓ ପ୍ରିମିୟମକୁ ଏଡ଼ାଇବା ପାଇଁ ନୂଆ ଖଣି ଲିଜଧାରୀମାନେ ଉତ୍ପାଦିତ ଲୁହାପଥରର ଗ୍ରେଡକୁ ଭୁଲ୍ ରିପୋର୍ଟ ଆକାରରେ ଦର୍ଶାଇଥିଲେ । ୬ଟି ନମୂନା ଯାଂଚ ଖଣି କ୍ଷେତ୍ରରେ ପୁରୁଣା ଲିଜଧାରୀଙ୍କ ରିପୋର୍ଟ ଅନୁସାରେ ଉତ୍ତୋଳନ କ୍ଷେତ୍ରରେ ସୁସଙ୍ଗତ ଢାଂଚା ତୁଳନାରେ ନିଲାମ ପରେ ଉତ୍ତୋଳିତ ଲୁହା ଖଣ୍ଡ ଓ ଗୁଣ୍ଡର ଗ୍ରେଡରେ ଆକାରରେ ପରିବର୍ତ୍ତନ ଯୋଗୁ ୨୦୨୦-୨୧ ଓ ୨୦୨୧-୨୨ ମସିହାରେ କମ୍ ରୟାଲିଟି ଓ ପ୍ରିମିୟମ(ନିଲାମ ପରବର୍ତ୍ତୀ) ପ୍ରାୟ ୪୧୬୨.୭୭କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ।

ବର୍ଷ ବର୍ଷ ଧରି  ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରେ ବି ଚେତି ନଥିଲା ତତକାଳୀନ ବିଜେଡି ସରକାର । ବରଂ ସୁଚିନ୍ତିତ ଢଙ୍ଗରେ ଖଣି ଲୁଟ୍ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଛାଇ ନଥିଲେ । ସବୁ ନିୟମକୁ ଫୁ’ କରି ଖଣି ଲୁଟେରାମାନେ ରାଜ୍ୟର ଖଣିଜସମ୍ପଦକୁ ମନଇଚ୍ଛା ଲୁଟିଛନ୍ତି ।  କେବଳ ଘରୋଇ ଖଣି ଲିଜଧାରୀମାନେ ବେଆଇନ ଭାବେ ବେଧଡ଼କ ଖଣିଜ ସମ୍ପଦ ଲୁଟ କରିନାହାନ୍ତି ବରଂ ସରକାରଙ୍କ ମାଲିକାନାରେ ଥିବା ଓଡ଼ିଶା ଖଣି ନିଗମ(ଓଏମସି) ମଧ୍ୟ ଏଥରୁ ବାଦ୍ ପଡ଼ିନି । ସିଏଜିଙ୍କ ଅଡିଟରୁ ଏଭଳି କିଛି ତଥ୍ୟ ପଦାକୁ ଆସିଛି । ଆଉ ସିଏଜି ଯେଉଁ କିଛି ନମୂନା ଯାଂଚ କରିଛନ୍ତି ସେଥିରୁ ୨୦୧୫ରୁ ୨୦୨୨ ମସିହା ମଧ୍ୟରେ  ୨୨,୩୯୨.୫୧କୋଟି ଟଙ୍କାର ଖଣି ରାଜସ୍ୱ କ୍ଷତି ହୋଇଥିବା ଆକଳନ କରିଛନ୍ତି । କେଉଁଠି  ନିୟମ ଉଲ୍ଲଘଂନ କରି ଲିଜ୍ ପ୍ରଦାନ ଓ ଲିଜ୍ ଅବଧି ବଢ଼ାଯାଇଛି ତ କେଉଁଠି ଲୁହାପଥରର ଗୁଣ୍ଡକୁ ସ୍କ୍ରିନଡ୍ ଫାଇନ୍‌ସ ଦର୍ଶାଯାଇଛି । କେଉଁଠି ଅନୁମୋଦିତ ଖଣି ଉତ୍ତୋଳନ ପରିମାଣଠୁ ଅଧିକ ଉତ୍ପାଦନ ତ ଆଉ କେଉଁଠି ପରିବେଶ ମଞ୍ଜୁରୀ ନଥାଇ ବି ଖଣିଜ ସାମଗ୍ରୀ ଉତ୍ତୋଳନ ହୋଇଛି । ଲୁହାପଥର ଗ୍ରେଡ ହ୍ରାସ, ଇ-ପାସରେ ଟ୍ରାକିଂ ନରହିବା, ଖଣିଜ ପରିବହନ ଯୋଗ୍ୟ ନଥିବା ଗାଡ଼ିକୁ ଇ-ପାସ, ଧାର୍ଯ୍ୟ ପରିମାଣଠୁ ଅଧିକ ପରିବହନ ଆଦି ଭଳି ବେଆଇନ ଖଣି କାର୍ଯ୍ୟ ସିଏଜିଙ୍କ ନଜରକୁ ଆସିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 7:27 PM
 

S
Thunderstorm
29°C
3.1 m/s
Apparent: 33°C
Pressure: 1008 mb
Humidity: 83%
Winds: 3.1 m/s S
Windgusts: 14.2 m/s
UV-Index: 0
Precip.: 0mm /57% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom